ଚାଇନା ରକେଟର ଧ୍ୱଂସାବଶେଷ ପୃଥିବୀ ମୁହାଁ…

ଓ୍ବାଶିଂଟନ,୨୮।୭ : ଆସନ୍ତା କିଛି ଦିନ ମଧ୍ୟରେ ଚାଇନାର ରକେଟର ଧ୍ୱଂସାବଶେଷ ପୃଥିବୀକୁ ଖସିଯିବାକୁ ଯାଉଛି। ଏହା କେତେକଅଞ୍ଚଳକୁୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି। କାଲିଫର୍ନିଆର ଏକ ଅଣ-ଲାଭ ବ୍ୟବସାୟୀ ଏରୋସ୍ପେସ କର୍ପୋରେଟ ଅନୁଯାୟୀ, ଜୁଲାଇ ୨୪ ରେ ଚାଇନା ଦ୍ୱାରା ଲଞ୍ଚ ହୋଇଥିବା ମାର୍ଚ୍ଚ ୫ ବି ରକେଟର ଏକ ଧ୍ୱଂସାବଶେଷ ଜୁଲାଇ ୩୧ରେ ପୃଥିବୀର ବାୟୁ ମଣ୍ଡଳରେ ପ୍ରବେଶ କରିବ ବୋଲି ଆକଳନ କରାଯାଉଛି। ଏହାର ଓଜନ ହେଉଛି ୨୩ ମେଟ୍ରିକ ଟନ।

ଏରୋସ୍ପେସ ପୂର୍ବାନୁମାନ ଅନୁଯାୟୀ, ଏହି ଧ୍ୱଂସାବଶେଷ ପଡିବାର ସମ୍ଭାବ୍ୟ ସ୍ଥାନ ମଧ୍ୟରେ ଆମେରିକା ଏବଂ ଆଫ୍ରିକା, ଅଷ୍ଟ୍ରେଲିଆ, ବ୍ରାଜିଲ, ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆ ଆଦି ରହିଛି। ତେବେ ଚାଇନା ଏହି ଚିନ୍ତାକୁ ଖୋଲାଖୋଲି ଭାବେ ଅସ୍ବୀକାର କରୁଛି। ଗ୍ଲୋବାଲ ଟାଇମ୍ସ ଖବରକାଗଜ ଜଣେ ବିଶେଷଜ୍ଞ କହିଛନ୍ତିି ଯେ ଏରୋସ୍ପେସ କ୍ଷେତ୍ରରେ ଚାଇନାର ବିକାଶକୁ ଆମେରିକା ସହ୍ୟ ନକରି ପାରି ଏଭଳି ମନଗଢ଼ା କଥା କହୁଛି।

ପୂର୍ବରୁ ମେ ୨୦୨୧ରେ, ଚାଇନାର ଅନ୍ୟ ଏକ ଲଙ୍ଗ ମାର୍ଚ୍ଚ ରକେଟର ଖଣ୍ଡଗୁଡ଼ିକ ଭାରତ ମହାସାଗରରେ ପଡ଼ିଥିଲା। ଚାଇନା ସ୍ପେସ ଏଜେନ୍ସି ଏହା ଉପରେ ନିୟନ୍ତ୍ରଣ ହରାଇଥିବା ନେଇ ଏବିଷୟରେ ଚିନ୍ତା ପ୍ରକଟ କରାଯାଇଥିଲା। ନାସା ପ୍ରଶାସକ ବିଲ ନେଲସନ କହିଛନ୍ତି ଏହା ସ୍ପଷ୍ଟ ଯେ ସ୍ପେସ ଆବର୍ଜନା ପାଇଁ ଦାୟୀ ମାନଦଣ୍ଡ ପୂରଣ କରିବାରେ ଚାଇନା ବିଫଳ ହୋଇଛି।

ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝୋଓ ଲିଜିଆନ ବୁଧବାର ବେଜିଂରେ କହିଛନ୍ତି ଯେ ସପ୍ତାହ ମଧ୍ୟରେ ଏହା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବାର ଆକଳନ କରାଯାଉଛି। ଏନେଇ ସ୍ପେସ ଇଞ୍ଜିନିୟରିଂ ପ୍ରୋଗ୍ରାମର ଅନୁସନ୍ଧାନ ଏବଂ ବିକାଶ ପର୍ଯ୍ୟାୟ ଅନ୍ତର୍ଗତ ପଦକ୍ଷେପ ଗ୍ରହଣ କରାଯାଉଛି।

Share