Posted inଖେଳ

ଡବ୍ଲ୍ୟୁପିଏଲ୍‌: ଦିଲ୍ଲୀ-ମୁମ୍ବାଇ ଫାଇନାଲ

ମୁମ୍ବାଇ, ୨୫ା୩: ଚଳିତ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ରୁ ଏଲିମିନେଟ୍‌ ହୋଇଛି ୟୁପି ଓ୍ବାରିୟର୍ଜ। ଶୁକ୍ରବାର ଅନୁଷ୍ଠିତ ଏଲିମିନେଟର ମ୍ୟାଚରେ ୟୁପିକୁ ୭୨ ରନରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲରେ ପ୍ରବେଶ କରିଛି। ନାତାଲି ସ୍କିଭର-ବ୍ରଣ୍ଟଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୪ ଉଇକେଟ ହରାଇ ୧୮୨ ରନ କରିଥିଲା। ଜବାବରେ ୟୁପି ଓ୍ବାରିୟର୍ଜ ୧୭.୪ ଓଭରରେ ୧୧୦ ରନକରି ଅଲ୍‌ଆଉଟ ହୋଇଥିଲା।
ରବିବାର ବ୍ରାବୋର୍ନ ଷ୍ଟାଡିୟମରେ ହେବାକୁଥିବା ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ମୁମ୍ବାଇ। ଦିଲ୍ଲୀ ଦଳ ଲିଗ୍‌ ପର୍ଯ୍ୟାୟ ପଏଣ୍ଟ ଟେବୁଲରେ ଶୀର୍ଷସ୍ଥାନ ଅଧିକାର କରି ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା।
ୟଙ୍ଗ୍‌ଙ୍କ ହ୍ୟାଟ୍ରିକ
୧୮୩ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ୟୁପି ଦଳ ୨୧ ରନରେ ୩ ଉଇକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମିଡିଲ ଅର୍ଡରରେ କିରନ ନଭଗିରେ ଦ୍ରୁତ ୪୩ (୨୭ ବଲ, ୪ ଚୌକା, ୩ ଛକା) ରନ କରିଥିଲେ ହେଁ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ଅବଦାନ ଅଭାବରୁ ଦଳ ଲକ୍ଷ୍ୟଠାରୁ ଦୂରେଇ ଯାଇଥିଲା। ୨୦ ବର୍ଷୀୟା ମିଡିୟମ ଫାଷ୍ଟ ବୋଲର ଇଜି ଓ୍ବଙ୍ଗ ହ୍ୟାଟ୍ରିକ ଅର୍ଜନ କରିବା ସହ ୟୁପି ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ସେ ନିଜ ତୃତୀୟ ଓଭରର ଦ୍ୱିତୀୟ ବଲ୍‌ରେ ନଗଭିରେ, ତୃତୀୟ ବଲ୍‌ରେ ଶିମରନ ଶେଖ୍‌ ଓ ଚତୁର୍ଥ ବଲ୍‌ରେ ସୋଫି ଏକ୍‌ଲେଷ୍ଟୋନଙ୍କ ଉଇକେଟ ନେଇ ହ୍ୟାଟ୍ରିକ ପୂରଣ କରିଥିଲେ।
ଟସ୍‌ ଜିତି ମୁମ୍ବାଇକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ୟୁପି ଓ୍ବାରିୟର୍ଜ। ପୂର୍ବ କେତୋଟି ମ୍ୟାଚରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ମୁମ୍ବାଇ କିନ୍ତୁ ଏଠାରେ ସତର୍କତା ଅବଲମ୍ବନ କରିଥିଲା। ଓପନିଂ ଯୋଡ଼ିରେ ୩୧ ରନ ସଂଗ୍ରହ ପରେ ୟସ୍ତିକା ଭାଟିଆ ଆଉଟ ହୋଇଥିଲେ। ସେ ୧୮ ବଲ୍‌ରୁ ୨୧ ରନ ସଂଗ୍ରହ କରିଥିଲେ। ଏହାପରେ କ୍ରିଜ୍‌ରେ ଯୋଗ ଦେଇଥିବା ବ୍ରଣ୍ଟ ଆଙ୍କରର ଭୂମିକା ନେବା ସହ ଛୋଟ ଛୋଟ ପାର୍ଟନରଶିପ୍‌ ସହାୟତାରେ ଦଳକୁ ବଡ଼ ସ୍କୋର ଆଡ଼କୁ ନେଇ ଯାଇଥିଲେ। ସେ ଦ୍ୱିତୀୟ ଉଇକେଟରେ ହିଲି ମାଥ୍ୟୁସଙ୍କ ସହ ୨୯ ବଲ୍‌ରୁ ୩୮, ତୃତୀୟ ଉଇକେଟରେ ଅଧିନାୟିକା ହରମନପ୍ରୀତ କୌରଙ୍କ ସହ ୨୨ ବଲ୍‌ରୁ ୩୫, ଚତୁର୍ଥ ଉଇକେଟରେ ଆମେଲିଆ କେର୍‌ଙ୍କ ସହ ୩୭ ବଲ୍‌ରୁ ୬୦ ଓ ଅସମାପ୍ତ ପଞ୍ଚମ ଉଇକେଟରେ ପୂଜା ବସ୍ତ୍ରକାରଙ୍କ ସହ ୭ ବଲ୍‌ରୁ ୧୮ ରନର ଭାଗୀଦାରି ଗଢ଼ି ମୁମ୍ବାଇକୁ ବଡ଼ ସ୍କୋରରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଗୋଟିଏ ପଟରେ କ୍ରମାଗତ ବ୍ୟବଧାନରେ ଉଇକେଟ ପଡ଼ି ଚାଲିଥିଲେ ହେଁ ସେ ଦୃଢ଼ଭାବେ ୟୁପି ବୋଲରଙ୍କୁ ମୁକାବିଲା କରି ୭୨ ରନରେ ଅପରାଜିତ ରହିଥିଲେ। ମାତ୍ର ୩୮ଟି ବଲ୍‌ର ସମ୍ମୁଖୀନ ହୋଇଥିବା ବ୍ରଣ୍ଟ ନିଜ ଇନିଂସ ମଧ୍ୟରେ ୯ ଚୌକା ଓ ୨ ଛକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆମେଲିଆ କେର୍‌ ୧୯ ବଲ୍‌ରୁ ୨୯, ହିଲି ମାଥ୍ୟୁସ ୨୬ ବଲ୍‌ରୁ ୨୬ ଓ ହରମନପ୍ରୀତ ୧୪ ରନ ସଂଗ୍ରହ କରିଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୮୨/୪ (ନାତାଲି ସ୍କିଭର ବ୍ରଣ୍ଟ-୭୨, ଆମେଲିଆ କେର-୨୯, ହିଲି ମାଥ୍ୟୁସ-୨୬, ୟସ୍ତିକା ଭାଟିଆ-୨୧, ସୋଫି ଏକଲେଷ୍ଟୋନ-୨/୩୯, ଅଞ୍ଜଳି ସର୍ଭାନି-୧/୧୭, ପାର୍ଶଭି ଚୋପ୍ରା-୧/୨୫)। ୟୁପି ଓ୍ବାରିୟର୍ଜ ୧୭.୪ ଓଭରରେ ୧୧୦/ଅଲ୍‌ଆଉଟ (କିରନ ନଭଗିରେ-୪୭, ଇଜି ଓ୍ବଙ୍ଗ୍‌-୪/୧୫, ସାଇକା ଇଶାକ-୨/୨୪, ନାତାଲି ସ୍କିଭର ବ୍ରଣ୍ଟ-୧/୨୧, ହିଲି ମାଥ୍ୟୁସ-୧/୨୧, ଜିନ୍‌ତିମଣି କାଲିଟା-୧/୨)।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri