Categories: ଖେଳ

ଡବ୍ଲ୍ୟୁପିଏଲ୍‌ କମିଟି ଗଠନ: ଖୁବ ଶୀଘ୍ର ଘୋଷଣା ହେବ ତାରିଖ, ଭେନ୍ୟୁ

ନୂଆଦିଲ୍ଲୀ,୮ା୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ୮ଜଣ ସଦସ୍ୟ ବିଶିଷ୍ଟ ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌) କମିଟି ଗଠନ କରିଛି। ବିସିସିଆଇ ସଭାପତି ରୋଜର ବିନ୍ନିଙ୍କୁ ଡବ୍ଲ୍ୟୁପିଏଲ୍‌ର ଅଧ୍ୟକ୍ଷ କରାଯାଇଛି। ବିସିସିଆଇ ସମ୍ପାଦକ ଜୟ ଶାହାଙ୍କୁ ଏହାର ଆବାହକ କରାଯାଇଛି।

କମିଟିର ଅନ୍ୟ ସଦସ୍ୟମାନେ ହେଲେ ଅରୁଣ ଧୂମଲ (ଆଇପିଏଲ୍‌ ଅଧ୍ୟକ୍ଷ), ରାଜୀବ ଶୁକ୍ଳା (ବିସିସିଆଇ ଉପସଭାପତି), ଆଶିଷ ଶେଲାର (ବିସିସିଆଇ କୋଷାଧ୍ୟକ୍ଷ), ଦେବଜିତ ସାଇକିଆ (ବିସିସିଆଇ ଯୁଗ୍ମ ସମ୍ପାଦକ), ମଧୁମତୀ ଲେଲେ ଓ ପ୍ରଭତେଜ ଭାଟିଆ।

ଏହି କମିଟି ଡବ୍ଲ୍ୟୁପିଏଲ୍‌ରେ ଅଂଶୀଦାର, ଖେଳାଳି ଏବଂ ପ୍ରଶଂସକଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ପ୍ରତିଯୋଗିତାମୂଳକ ପରିବେଶ ସୃଷ୍ଟି କରିବ। ଡବ୍ଲ୍ୟୁପିଏଲ୍‌-୨୪ ପାଇଁ ନିଲାମି ଡିସେମ୍ବର ୯ରେ ମୁମ୍ବାଇରେ ହେବ। ଲିଗ୍‌ର ତାରିଖ ଓ ଭେନ୍ୟୁ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡିଛି।

Share