Categories: ଖେଳ

ମୁମ୍ବାଇ ମାଲାମାଲ୍‌: ଜାଣନ୍ତୁ କାହାକୁ ମିଳିଲା କେତେ ପୁରସ୍କାର ରାଶି

ମୁମ୍ବାଇ,୨୭।୩: ମହିଳା ପ୍ରିମିୟର ଲିଗର ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଛି। ଦୁଇ ଦଳ ମଧ୍ୟରେ ମ୍ୟାଚ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ ଜିତିଥିବା ଦଳ ମାଲାମାଲ ହୋଇଛି। ଟ୍ରଫି ଜିତିବା ସହିତ ମୁମ୍ବାଇ ଦଳ ମଧ୍ୟ ପୁରସ୍କାର ରାଶି ଭାବରେ ୬ କୋଟି ଟଙ୍କା ନେଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସକୁ ରନର୍ସ ଅପ ୩ କୋଟି ଟଙ୍କା ମିଳିଛି।

ଡବ୍ଲ୍ୟୁପିଏଲ୍‌ରେ ଉପଲବ୍ଧ ପୁରସ୍କାର ରାଶି ଆଇପିଏଲ ତୁଳନାରେ ବହୁତ କମ। ଗତ ବର୍ଷ ଆଇପିଏଲ ଚାମ୍ପିଅନ ହୋଇଥିବା ଗୁଜରାଟ ଟାଇଟାନ୍ସର ଦଳ ପୁରସ୍କାର ରାଶି ଭାବରେ ୨୦ କୋଟି ଟଙ୍କା ପାଇଥିଲେ। ଏଥି ସହିତ ରନର୍‌ ଅପ ରାଜସ୍ଥାନ ରୟାଲ୍ସକୁ ୧୨.୫ କୋଟି ଟଙ୍କା ଚେକ ମିଳିଥିଲା।
ଯଦି ଆମେ ମହିଳା ପ୍ରିମିୟର ଲିଗରେ ଚାମ୍ପିଅନ ଦଳ ଦ୍ୱାରା ପ୍ରାପ୍ତ ପରିମାଣକୁ ପାକିସ୍ତାନ ସୁପର ଲିଗ (ପିଏସଏଲ) ସହିତ ତୁଳନା କରୁ, ତେବେ ଏକ ବଡ଼ ପାର୍ଥକ୍ୟ ଅଛି। ପିଏସଏଲ ରେ ଏଥର ଚାମ୍ପିଅନ ହୋଇଥିବା ଲାହୋର କ୍ୱାଲାଣ୍ଡର୍ସ ଦଳ ୧୨୦ ମିଲିୟନ ପାକିସ୍ତାନୀ ଟଙ୍କା ପାଇଛି। ଭାରତୀୟ ଟଙ୍କାରେ ଏହା ଏହା ୩.୪ କୋଟି ଟଙ୍କା। ମହିଳା ପ୍ରିମିୟର ଲିଗରେ ବିଜେତା ଦଳ ପିଏସଏଲ ଚାମ୍ପିୟନ ତୁଳନାରେ ପ୍ରାୟ ଦୁଇଗୁଣ ପାଇଛନ୍ତି।

ଡବ୍ଲ୍ୟୁପିଏଲ୍‌ ଫାଇନାଲ ପୁରସ୍କାର ତାଲିକା:
ପାଓ୍ବାରଫୁଲ ଷ୍ଟାଇକର୍‌ ଅଫ୍‌ ଦ ମ୍ୟାଚ୍‌: (ଟ୍ରଫି ଏବଂ ୧ ଲକ୍ଷ ଟଙ୍କା): ରାଧା ଯାଦବ
ପ୍ଲେୟାର ଅଫ ଦି ମ୍ୟାଚ (ଟ୍ରଫି ଏବଂ ୨.୫ ଲକ୍ଷ ଟଙ୍କା): ନାତାଲୀ ସ୍କିଭର ବ୍ରଣ୍ଟ
ପାଓ୍ବାରଫୁଲ ଷ୍ଟାଇକର୍‌ ଅଫ୍‌ ଦ ସିଜନ (ଟ୍ରଫି ଏବଂ ୫ ଲକ୍ଷ ଟଙ୍କା): ସୋଫି ଡିଭାଇନ
ଇମଜିଂ ପ୍ଲେୟାର ଅଫ୍‌ ଦ ସିଜିନ୍‌ (ଟ୍ରଫି ଏବଂ ୫ ଲକ୍ଷ ଟଙ୍କା): ଯସ୍ତିକା ଭାଟିଆ
ଫେୟାରପ୍ଲେ ପୁରସ୍କାର: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ
କ୍ୟାଚ ଅଫ ସିଜନ ପୁରସ୍କାର (ଟ୍ରଫି ଏବଂ ୫ ଲକ୍ଷ ଟଙ୍କା): ହରମାନପ୍ରୀତ କୌର

ଗୋଟିଏ ସିଜିନ୍‌ରେ ଅଧିକାଂଶ ଉଇକେଟ ପାଇଁ ପର୍ପଲ କ୍ୟାପ (କ୍ୟାପ ଏବଂ ୫ ଲକ୍ଷ ଟଙ୍କା): ହେଲି ମାଥ୍ୟୁସ
ଗୋଟିଏ ସିଜିନ୍‌ରେ ଅଧିକାଂଶ ରନ ପାଇଁ ଅରେଞ୍ଜ କ୍ୟାପ (କ୍ୟାପ ଏବଂ ୫ ଲକ୍ଷ ଟଙ୍କା): ମେଗ ଲାନିଙ୍ଗ
ସିଜନର ସବୁଠାରୁ ମୂଲ୍ୟବାନ ଖେଳାଳି (ଟ୍ରଫି ଏବଂ ୫ ଲକ୍ଷ ଟଙ୍କା): ହେଲି ମାଥ୍ୟୁସ
ରନର୍‌ ଅପ ଦଳ (ଟ୍ରଫି ଏବଂ ୩ କୋଟି ଟଙ୍କା): ଦିଲ୍ଲୀ କ୍ୟାପିଟାଲ୍ସ
ବିଜେତା ଦଳ (ଟ୍ରଫି ଏବଂ ୬ କୋଟି ଟଙ୍କା): ମୁମ୍ବାଇ ଇଣ୍ଡିଆନ୍ସ୍‌

Share