ଏପରି ନ କହିଲେ ସ୍ବାମୀ ମୋତେ ଜୀବନରେ ମାରିଦେବେ? ପ୍ରିୟଙ୍କା କାହାକୁ ଏପରି…

ମୁମ୍ବାଇ: ବଲିଉଡ୍‌ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରୁହନ୍ତି। ବଲିଉଡ୍‌ ଠାରୁ ଆରମ୍ଭ କରି ହଲିଉଡ ଯାଏ ତାଙ୍କର ଲୋକପ୍ରିୟତା କିଛି କମ୍‌ ନୁହେଁ। ଗାୟକ ତଥା ଅଭିନେତା ନିକ୍‌ ଜୋନାସ୍‌ଙ୍କୁ ବିବାହ କରି ସେ ବେଶ୍‌ ଖୁସିରେ ଅଛନ୍ତି। ପରିବାର ସହ କାମକୁ ମଧ୍ୟ ସେ ପ୍ରାଧାନ୍ୟ ଦେଉଛନ୍ତି। ନିକଟରେ ବୋଗ ଅରେବିୟା ପ୍ରିୟଙ୍କାଙ୍କ ଏକ ସାକ୍ଷାତକାରରେ ନେଇଥିଲେ। ସେଥିରେ ଅଭିନେତ୍ରୀ ଏଭଳି କହିଛନ୍ତି ଯାହା ଏବେ ବେଶ୍‌ ଚର୍ଚ୍ଚାରେ। ଅଭିନେତ୍ରୀଙ୍କୁ ସବୁଠାରୁ ପସନ୍ଦ ଗହଣା କ’ଣ ବୋଲି ବୋଗ୍‌ ପଚାରିଥିଲେ। ଏହି ପ୍ରଶ୍ନ ଶୁଣି ପ୍ରିୟଙ୍କା ଏକ ହୃଦୟସ୍ପର୍ଶୀ ଉତ୍ତର ଦେଇଛନ୍ତି।
ପ୍ରିୟଙ୍କା କହିଛନ୍ତି, ଯଦି ମୁଁ ମୋର ନିର୍ବନ୍ଧ ମୁଦି ବିଷୟରେ ନ କୁହେ, ମୋ ସ୍ବାମୀ ମୋତେ ଜୀବନରେ ମାରିଦେବେ। ଏଣୁ ମୋର ସବୁଠାରୁ ପସନ୍ଦର ଗହଣା ହେଉଛି ମୋର ନିର୍ବନ୍ଧ ମୁଦି। ମୁଁ ଏହାକୁ ନେଇ ଅତ୍ୟନ୍ତ ଭାବୁକ, କାରଣ ଏହା ମୋର ଏକ ଚମତ୍କାର ସ୍ମୃତି ସହିତ ଜଡିତ।
ଏହାଛଡ଼ା ପ୍ରିୟଙ୍କା ମୁଦିର ଦାମ୍‌ ଦୁଇ କୋଟି ଟଙ୍କା ବୋଲି କହିଛନ୍ତି।
ପ୍ରିୟଙ୍କାଙ୍କ ବିବାହ ବେଳେ ତାଙ୍କର ଏହି ମୁଦିକୁ ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା। ୨୦୧୮ରେ ଜୋଧପୁରରେ ପ୍ରିୟଙ୍କା ଏବଂ ନିକଙ୍କ ବିବାହ ହୋଇଥିଲା। ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବିବାହ କରିଥିଲେ।

Share