ଦିଗପହଣ୍ଡି,୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ନୀଳାଦ୍ରି ବିହାର ୨ୟ ଲେନ୍ରେ ପ୍ରତିବର୍ଷ ଭଳି ଚଳିତବର୍ଷ ମା ’ ଗଜଲକ୍ଷ୍ମୀଙ୍କ ପୂଜା ନିମନ୍ତେ ଚଳଚଞ୍ଚଳ ହୋଇଉଠିଛି। ଏହି ପରିପ୍ରେକ୍ଷୀରେ ରବିବାର ଜଳଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ସମ୍ଭବ କୁମାର ତ୍ରିପାଠୀ, କାହ୍ନା ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଜଳଯାତ୍ରାରେ ପୂଜା କମିଟି ସଭାପତି ତଥା କର୍ତ୍ତା ଦାମୋଦର ପାଢ଼ୀ, ପରିଚାଳନା କମିଟି ସମ୍ପାଦକ କୈଳାସ ଦାସ,କୋଷାଧ୍ୟକ୍ଷ ପ୍ରଭାକର ପାଣିଗ୍ରାହୀ, ବିଜୟ କୁମାର ପ୍ରଧାନ, ସୁଦାମ ଦାସ, ଲକ୍ଷ୍ମୀନାରାୟଣ ପାଢ଼ୀଙ୍କ ସମେତ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ପୂଜା ମଣ୍ଡପକୁ ସାଜସଜ୍ଜା କରାଯାଇଛି। ପୂଜା ନିମନ୍ତେ ସମଗ୍ର ସାହିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ରଙ୍ଗ ବେରଙ୍ଗ ଆଲୋକମାଳାରେ ଝଲସି ଉଠିଛି। ସୋମବାରଠାରୁ ଅନୁଷ୍ଠିତ ଏହି ପୂଜା ଉତ୍ସବ ନିମନ୍ତେ ଅନୁଷ୍ଠିତ ହୋମଯଜ୍ଞ ମଙ୍ଗଳବାର ମଧ୍ୟାହ୍ନରେ ପୂର୍ଣ୍ଣାହୁତି ହେବା ସହ ସନ୍ଧ୍ୟାରେ ଉଦ୍ଯାପିତ ହେବା କାର୍ଯ୍ୟକ୍ରମ ରହିଛି।


