ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ ହେବା ତା’ର ସହଜାତ ଗୁଣ ଥିଲା। ତା’ର ଏପରି ପ୍ରେମପୂର୍ଣ୍ଣ ବ୍ୟବହାର ପାଇଁ ମାଆବାପା, ଶିକ୍ଷକ, ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ନିକଟରେ ପ୍ରିୟପାତ୍ର ହୋଇପାରିଥିଲା।
ଦିନେ ମାଆବାପାଙ୍କ ସହ ମନ୍ଦିରକୁ ଯାଇଥିବା ସମୟରେ ମନ୍ଦିରରେ ଝୁଲୁଥିବା ଘଣ୍ଟିକୁ ତା’ର ମାଆବାପା, ଉପସ୍ଥିତ ଶିବଭକ୍ତମାନେ ବଜାଉଥିଲେ। ଜଣେ ଡେଙ୍ଗାଲୋକ ନିର୍ମଳକୁ ଦୁଇ ହାତରେ ଉଠାଇଦେବାରୁ ସେ ମଧ୍ୟ ଯନ୍ତ୍ରଚାଳିତ ପରି ଘଣ୍ଟିକୁ ବଜାଇଦେଲା। ଘରକୁ ଫେରୁଥିବାବେଳେ ସେ ବାପାଙ୍କୁ ପଚାରିଲା ବାପା ମନ୍ଦିରକୁ ଗଲେ ଝୁଲୁଥିବା ଘଣ୍ଟିକୁ ବାଡ଼ାଯାଏ କାହିଁକି? ମାଆ ଉତ୍ତରରେ କହିଲେ, ଘଣ୍ଟିର ଶବ୍ଦରୁ ଓଁ ଉଚ୍ଚାରିତ ହୋଇଥାଏ, ଯାହାକି ପ୍ରଣବ ମନ୍ତ୍ର। ବାପା କହିଲେ, ରତ୍ନବେଦୀ ଉପରେ ବସିଥିବା ଦେବତାଙ୍କ ଦୃଷ୍ଟିକୁ ଆଗତ କରିବା ଓ ଆକର୍ଷଣ କରିବା ପାଇଁ ଘଣ୍ଟି ବଜା ଯାଇଥାଏ। ବାପା ଏହା ମଧ୍ୟ କହିଲେ ଖାଲି ଘଣ୍ଟି ବାଡ଼େଇଲେ ହେବନାହିଁ। ମନ୍ଦିର ପୂଜକ ନିକଟରେ ମଧ୍ୟ ଗୋଟିଏ ଘଣ୍ଟିଥାଏ, ଯାହା ସେ ଭୋଗ ଓ ଆଳତି କରୁଥିବା ସମୟରେ ବଜାଏ। ମୁଖ୍ୟ କଥା ହେଉଛି ଦେବତାଙ୍କର ଦୃଷ୍ଟି ଆକର୍ଷଣ ପାଇଁ ଘଣ୍ଟି ଶବ୍ଦ ସହ ସହୃଦୟ ପ୍ରାର୍ଥନା ମଧ୍ୟ ଆବଶ୍ୟକ ହୋଇଥାଏ।
ନିର୍ମଳ କହିଲା ହଁ ବାପା, ଆମର ଶିକ୍ଷକ କହୁଥିଲେ ଯନ୍ତ୍ରବତ୍‌, ମନ୍ତ୍ର ଉଚ୍ଚାରଣ, ଶୁଷ୍କ ନୀତି ନିୟମ ପାଳନ ଓ ନିରର୍ଥକ ଯନ୍ତ୍ରବତ କର୍ମ ସାଧନା ନୁହେଁ। ତା’ପରେ ନିର୍ମଳ ପଚାରିଲା ବାପା, ଯଦି ଏପରି କଥା ତେବେ ତ୍ରିଶାଖା ଥିବା ବେଲପତ୍ର ମହାଦେବଙ୍କୁ କାହିଁକି ଦିଆଯାଏ? ମାଆ କହିଲେ ଶାସ୍ତ୍ରରେ କୁହାଯାଇଛି ‘ତ୍ରିଦଳଂ ତ୍ରିଗୁଣାକାରଂ ତ୍ରିନେତ୍ରଂ ଚତ୍ରୟାୟୁଦ୍ଧମ। ତ୍ରିଜନ୍ମ ପାପ ସଂହାରଂ ଏକ ବିଲ୍ବଂ ଶିବାର୍ପଣମ୍‌।’ ଭକ୍ତି ଓ ବିଶ୍ୱାସର ସହିତ ଏକ ତ୍ରିଶାଖା ବିଶିଷ୍ଟ ବିଲ୍ବପତ୍ରଟିଏ ଶିବଙ୍କୁ ଅର୍ପଣ କଲେ ତିନି ଜନ୍ମରୁ ସେ ମୁକ୍ତି ଦେଇଥାନ୍ତି ବୋଲି ଶାସ୍ତ୍ରରେ କୁହାଯାଇଛି। ନିର୍ମଳର କୌତୂହଳ ବଢ଼ିଗଲା। କହିଲା ଶିବଲିଙ୍ଗ ଉପରେ ଗୋଟିଏ ପିତ୍ତଳ ହାଣ୍ଡି ଝୁଲାଯାଇ ସେଥିରେ ଯେଉଁ କଣାଟିଏ ଥାଏ ତା’ ଦେହରେ କୁଟା ଦିଆଯାଇଥାଏ ଓ ହାଣ୍ଡିରେ ପାଣି ଦିଆଯାଇଥାଏ, ସେ ହାଣ୍ଡିରୁ ଟୋପାଏ ଟୋପାଏ ପାଣି ଶିବଲିଙ୍ଗ ଉପରେ ପଡ଼ୁଥାଏ କାହିଁକି? ବାପା କହିଲେ, ଏହାର ଅର୍ଥ ମାମ ଏକଂ। ଏହାର ଅର୍ଥ ମୋ ଠାରେ, କେବଳ ଜଣକଠାରେ ନିଜକୁ ସମର୍ପଣ କରିଦିଅ। ମାଆ ବୁଝାଇବାକୁ ଯାଇ କହିଲେ, ଯେପରି ପିତ୍ତଳହାଣ୍ଡିରୁ ଟୋପାଏ ଟୋପାଏ ଜଳ ଖସି ପଡ଼ୁଛି ସେହିପରି ସମୟ ଚକ୍ରରେ ମନୁଷ୍ୟର ବଞ୍ଚତ୍ ରହିବାର ସମୟ ସୀମା ସରି ସରି ଯାଉଛି। ଏହି ସୂଚନା ପିତ୍ତଳ ହାଣ୍ଡିଟି ପ୍ରତିପାଦନ କରୁଛି। ନିର୍ମଳ କହିଲା, ଗୋଟିଏ ପିତ୍ତଳ ଢାଳରେ କଳସୀ କାହିଁକି ବସାଯାଇଛି? ବାପା କହିଲେ, ଏହା ଏକ ପ୍ରତୀକ ସଦୃଶ। ହିନ୍ଦୁ ଧର୍ମରେ ବିଶ୍ୱାସ କରାଯାଏ କଳସର ମୁଖରେ ବିଷ୍ଣୁ ଓ କଣ୍ଠରେ ରୁଦ୍ର ବା ଶିବ ଓ ମୂଳରେ ବ୍ରହ୍ମା ଥାଆନ୍ତି ଓ ତା’ ଭିତରେ ସପ୍ତ ସାଗରର ଜଳ ଥାଏ ଓ ଚାରିବେଦ ମଧ୍ୟ ଅବସ୍ଥାପିତ ହୋଇଥାନ୍ତି। ନିର୍ମଳ ଏଥର ମାଆଙ୍କୁ ପଚାରିଲା ଠାକୁରଙ୍କ ନିକଟରେ ଧୂପକାଠି କାହିଁକି ଜଳାଯାଏ? ବାପା କହିଲେ, ଧୂପକାଠି ଯେପରି ନିଜେ ଜଳି ଅନ୍ୟକୁ ସୁଗନ୍ଧ ପ୍ରଦାନ କରେ ମଣିଷ ସେହିପରି ନିଜର ଜୀବନ ଧୀରେ ଧୀରେ ସରି ଯାଉଥିବାରୁ ନିଜର ଚାଲିଚଳନ, ଆଚାର, ବ୍ୟବହାର ଦ୍ୱାରା ଅନ୍ୟକୁ ସୁଗନ୍ଧ ପ୍ରଦାନ କରିବା ଉଚିତ। ଖାଲି ବଡ଼ପଣ ଦେଖାଇ କି ଲାଭ? ସମୁଦ୍ରର ଜଳରାଶି କି ସେବା କରୁଛି? ଶୋଷ ମଧ୍ୟ ନିବାରଣ କରିପାରୁନାହିଁ। ସମୁଦ୍ର ପାଣିରେ ବୋତଲେ ମହୁ ଘାଣ୍ଟି ଦେଲେ ତାହା ମିଠା ହୋଇଯିବ କି?
ନିର୍ମଳ ପଚାରିଲା ବାପା, କର୍ପୂର ଆଳତି କାହିଁକି କରାଯାଏ? ବାପା କହିଲେ, କର୍ପୂର ଯେପରି ଜଳି ନିଃଶେଷ ହୋଇଯାଏ ଓ ଆଳତି ଦାନିରେ କିଛି ରହେନାହିଁ, ଆମର ସମର୍ପଣ ଭାବ ସେପରି ହେବା ଉଚିତ। ନିର୍ମଳ ପଚାରିଲା ଦୀପ କାହିଁକି ମନ୍ଦିରରେ ଜଳାଯାଏ? ମାଆ କହିଲେ, ଦୀପ ହେଉଛି ପରଂବ୍ରହ୍ମ ସଦୃଶ। ସେ ହିଁ ଜନାର୍ଦ୍ଦନ। ଦୀପ ସମସ୍ତ ପାପ ହରଣ କରିଥାଏ ଏବଂ ଦୀପକୁ ସରସ୍ବତୀ ବା ଜ୍ଞାନାଲୋକ ସହ ତୁଳନା କରାଯାଇଛି। ଏପରି କଥୋପକଥନ ଚାଲିଥିବା ବେଳେ ନିର୍ମଳ ତା’ର ମାଆବାପାଙ୍କ ସହ ଘରେ ପହଞ୍ଚତ୍ ଯାଇଥିଲା ସେ ନିଜେ ବି ଜାଣି ପାରି ନ ଥିଲା।

  • ଅନୀତା ପଟ୍ଟନାୟକ
    ଅବସରପ୍ରାପ୍ତ ପ୍ରାଧ୍ୟାପିକା, ସିଡିଏ, କଟକ ମୋ : ୯୬୯୨୯୮୦୦୨୬

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri