ଚକଡ଼ାରୋଗ ବଢ଼ାଇଲାଣି ଚାଷୀଙ୍କ ଚିନ୍ତା

କୋରେଇ,୨୦ା୧୦(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ହୋଇଥିବା ଧାନ ଚାଷରେ ଚକଡ଼ା ପୋକ ଲାଗିଥିବା ଦେଖିବାକୁ ମିଳିଛି। ତେଣୁ ଜିଲା କୃଷି ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀମାନେ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ବ୍ଲକ ଅଧୀନ ଧନେଶ୍ୱର, ପଥରପଦା, ଅମୃତିଆ, ଗୋଳେଇପୁର, ବନ୍ଦାଳୋ, ବରୁଣ୍ଡେଇ ଓ ମୁକୁନ୍ଦପୁରର ଆଦି ପଞ୍ଚାୟତର ପ୍ରାୟ ୩୦ରୁ୪୦ ହେକ୍ଟର ଚାଷ ଜମିରେ ଚକଡା ପୋକ ଲାଗିଥିବା ଖବର ସାମ୍ନାକୁ ଆସିଛି। ପୋକ ଲାଗିବା ଦ୍ୱାରା ଧାନଗଛ ଗୁଡ଼ିକ ଲାଲ ପଡିଯିବା ସହିତ ଶୁଖି ଯାଉଛି। ଗୋଟଏ ବିଲରୁ ପାଖ ବିଲକୁ ମଧ୍ୟ ଏହା ବ୍ୟାପୀବାରେ ଲାଗିଛି। ଔଷଧ ସିଞ୍ଚନ କଲେ କୋଣସି ଫଳ ମିଳୁ ନ ଥିବା ଚାଷୀ ଅଭିଯୋଗ କରିଛନ୍ତି। ହେଲେ ଜିଲା କୃଷି ବିଭାଗ ପକ୍ଷରୁ ଏ ସମ୍ପର୍କରେ କୌଣସି ସହାୟତା ମିଳୁନାହିଁ ବୋଲି ଧନେଶ୍ୱର ଅଞ୍ଚଳର ଚାଷୀ ପରିକ୍ଷିତ ମାଝି କହିଛନ୍ତି। ସେହିପରି ଟଙ୍କା ଉଦ୍ଧାର ଆଣି ଧାନ ଚାଷ କରୁଛୁ। ଚାଷ ଉଜୁଡି ଗଲେ ଆମେ ଚାଷବାସ ଛାଡ଼ିମୂଲ ଲାଗିବୁ ବୋଲି ଏହି ଅଞ୍ଚଳର ଅନ୍ୟଜଣେ ଚାଷୀ ରାମଚନ୍ଦ୍ର ସ୍ବାଇଁ ପ୍ରକାଶ କରିଛନ୍ତି। ଏନେଇ ବ୍ଲକ କୃଷି ଅଧିକାରୀ କବିତା ବେହେରାଙ୍କ ସହିତ ଯୋଗାଯୋଗ କରିବାରୁ ସେ ଚକଡ଼ା ପୋକ ଲାଗିଥିବା ଅଞ୍ଚଳରେ ଜିଲା କୃଷି ଅଧିକାରୀ ଅରୁଣ କୁମାର ପାତ୍ରଙ୍କ ସହିତ ବୁଲି ନିରୀକ୍ଷଣ କରିବା ସହ ସଚେତନତା ସୃଷ୍ଟି କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶହୀଦ ଗ୍ରାମରକ୍ଷୀଙ୍କ ପରିବାରକୁ ଭେଟି ସମ୍ବର୍ଦ୍ଧିତ ଜଣାଇଲେ ଏସଡିପିଓ, ଝିଅର ପାଠପଢାକୁ ନେଇ ଦେଲେ ଏମିତି ପ୍ରତିଶ୍ରୁତି

ପଟ୍ଟାଙ୍ଗି, ୩୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନରେ କାର୍ଯ୍ୟ କରୁଥିବା ସ୍ବର୍ଗତ ଗ୍ରାମରକ୍ଷୀ ଜଗା ଖିଲଙ୍କ ମା , ଝିଅ ଏବଂ ସ୍ତ୍ରୀଙ୍କୁ…

ଲିଭ-ଇନ୍‌ରେ ରହୁଥିଲେ ମିଳିବ ବିବାହିତ ମାନ୍ୟତା, ଏଥର ଜନଗଣନାର ନୂଆ ନିୟମ ବିଷୟରେ ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୩: ଦେଶର ସର୍ବବୃହତ ପ୍ରଶାସନିକ କାର୍ଯ୍ୟ, ଜନଗଣନା, ଏବେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି। ସରକାର ୨୦୨୭ ଜନଗଣନାକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ନିଷ୍ପତ୍ତି ନେଇଛନ୍ତି,…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

ପାକିସ୍ତାନର ଖୋଲିଗଲା ପୋଲ୍‌: ଯୁଦ୍ଧ ନାଁରେ କରୁଛି ଏହି କାମ, ସାମ୍ନାକୁ ଆସିଲା ସାଂଘାତିକ କଥା

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷରେ ଯୁଦ୍ଧବିରାମ ପାଇଁ ପାକିସ୍ତାନ ପଦକ୍ଷେପ ନେଉଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନିଜକୁ ଏକ ଶାନ୍ତି…

ଯୁଦ୍ଧ ଭିତରେ ବଡ଼ ଡିଲ୍‌ କରିଦେଲେ ମୋଦି-ପୁଟିନ୍‌, ଭାରତୀୟ ଯୁବପିଢ଼ିଙ୍କୁ ମିଳିବ ବଡ଼ ଫାଇଦା!

ନୂଆଦିଲ୍ଲୀ,୩୦।୩: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଆଉ କେବଳ ଅସ୍ତ୍ରଶସ୍ତ୍ର କିଣା ବିକ୍ରୟ ପର୍ଯ୍ୟନ୍ତ ସୀମିତ ନାହିଁ। ଦୁଇ ଦେଶ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ମିଳିତ ଭାବରେ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

କାୟା ମେଲାଇଲାଣି କାରୋନାର ନୂଆ ଭାରିଆଣ୍ଟ, ୨୩ଟି ଦେଶରେ ବ୍ୟାପିଲା, ଜାଣନ୍ତୁ ଏହା କେତେ ବିପଦ

ନୂଆଦିଲ୍ଲୀ,୩୦।୩: ଯେତେବେଳେ ବି କରୋନା ଭାଇରସ ବିଲୁପ୍ତ ହେବାର ଦ୍ୱାରଦେଶରେ ଥାଏ, ସେତେବେଳେ ଏକ ନୂତନ ପ୍ରକାର ବ୍ୟାପିଥାଏ ଏବଂ ଲୋକଙ୍କୁ ଦ୍ରୁତ ଗତିରେ ସଂକ୍ରମିତ କରିଥାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri