ଡିପ୍ରେଶନ ନେଇ ଚିନ୍ତାରେ କି?

ବର୍ତ୍ତମାନ ସମୟରେ, ପ୍ରତ୍ୟେକ ବ୍ୟକ୍ତି ଚାପଗ୍ରସ୍ତ ଜୀବନ ଏବଂ କାର୍ଯ୍ୟ ଚାପ ଯୋଗୁ ଉଦାସୀନତାର ଶିକାର ହେଉଛନ୍ତି। ଉଦାସୀନତା ସୃଷ୍ଟି କରିବାରେ ଡାଏଟ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ ଖାଦ୍ୟ ଆମର ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। କିଛି ଖାଦ୍ୟ ମଧ୍ୟ ଅଛି ଯାହା ଡିପ୍ରେଶନ ସ୍ତରକୁ ବଢ଼ାଇଥାଏ। ତେବେ ଜାଣନ୍ତୁ ସେ ସମମ୍ପର୍କରେ …

ଫଳ ରସ
ଫଳଗୁଡ଼ିକରେ ଥିବା ଫାଇବର କେବଳ ଶରୀରରେ ଶକ୍ତି ବୃଦ୍ଧି କରେ ନାହିଁ, ବରଂ ସ୍ବାସ୍ଥ୍ୟ ଠିକ୍‌ ରଖେ। ମାତ୍ର ବଜାରରେ ପ୍ୟାକ ମିଳୁଥିବା ଫଳ ରସରେ ଅନେକ ରାସାୟନିକ ପଦାର୍ଥ ଏବଂ ଅନ୍ୟାନ୍ୟ ଜିନିଷ ମିଶ୍ରଣ ସମ୍ଭାବନା ରହିଛି। ଏହି ପ୍ରକାରର ରସ ପିଇବା ଦ୍ୱାରା ଯନ୍ତ୍ରଣା, ଚିନ୍ତା ଏବଂ ଉଦାସୀନତା ଦେଖାଯାଏ। ଏପରି ପରିସ୍ଥିତିରେ ପ୍ୟାକ ହୋଇଥିବା ଫଳ ରସ ବଦଳରେ ତାଜା ଫଳର ରସ ପିଇବା ଭଲ।

କେଚଅପ୍‌
ଟମାଟୋ ବ୍ୟତୀତ କେଚଅପ୍‌ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ରାସାୟନିକ ପଦାର୍ଥ ଏବଂ ବହୁ ପରିମାଣର ଚିନି ବ୍ୟବହାର କରାଯାଏ। ଗୋଟିଏ ଚାମଚ କେଚଅପ୍‌ରେ ପ୍ରାୟ ୪ ଗ୍ରାମ ଚିନି ଥାଏ। ଏଥିରେ ଥିବା ଅଧିକ ମିଠା କେବଳ ପେଟ ଖରାପ କରେ ତାହା ନୁହେଁ ବରଂ ଚିନ୍ତା ଏବଂ ଉଦାସୀନତା ମଧ୍ୟ ସୃଷ୍ଟି କରେ। ବାହାର କେଚଅପ୍‌ ବଦଳରେ ଘରେ ତିଆରି କେଚଅପ ବ୍ୟବହାର କରିବା ଭଲ।

ଡାଏଟ ସୋଡା
ଅନେକ ଲୋକ ଏହା ବିଶ୍ୱାସ କରନ୍ତି ଯେ ଏଥିରେ ଚିନି ନ ଥିବାରୁ ଡାଏଟ ସୋଡା କ୍ଷତିକାରକ ନୁହେଁ। ଯଦିଓ ଏହାର ମଧୁରତା ନାହିଁ, ମାତ୍ର ଅଧିକ ଡାଏଟ ସୋଡା ପିଇବା ଦ୍ୱାରା ଡିପ୍ରେଶନର ଆଶଙ୍କା ଥାଏ।

ଧଳା ଟୋଷ୍ଟ
ଅଧିକାଂଶ ଲୋକ ଜଳଖିଆରେ ଧଳା ଟୋଷ୍ଟ ଖାଆନ୍ତି। କିନ୍ତୁ ଧଳା ଟୋଷ୍ଟର ବ୍ୟବହାର ଶରୀରରେ ରକ୍ତରେ ଶର୍କରା ସ୍ତରକୁ ବୃଦ୍ଧି କରାଇଥାଏ, ଯାହା ଚିନ୍ତାର କାରଣ ହୋଇଯାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ଧଳା ଟୋଷ୍ଟର ଅଧିକ ମାତ୍ରାରେ ଅବସାଦ ହେବାର ଆଶଙ୍କା ଦେଖାଯାଇଥାଏ।

Share