Categories: ଫୁରସତ

ଦୁନିଆର ସବୁଠୁ ଡେଙ୍ଗା ଅମୃତଭଣ୍ଡା ଗଛ, ଉଚ୍ଚତା ଜାଣିଲେ…

ଦୁନିଆରେ ବିଭିନ୍ନ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ପ୍ରତ୍ୟେକ ପ୍ରଜାତିର ଗଛ ନିଜସ୍ବ ସ୍ବତନ୍ତ୍ର ଲମ୍ବ, ମୋଟା ହୋଇଥାନ୍ତି। ଯଦି ଏହା ସ୍ବାଭାବିକଠାରୁ ଟିକିଏ ଅଲଗା ଦେଖାଯାଏ ତେବେ ଏହା ଆଶ୍ଚର୍ଯ୍ୟଜନକ କଥା। ବ୍ରାଜିଲର ଜଣେ କୃଷକଙ୍କ ବାଡ଼ିରେ ଏକ ଅମୃତଭଣ୍ଡା ଗଛ ରହିଛି। ଯାହା ବିଶ୍ୱର ସବୁଠାରୁ ଉଚ୍ଚ ବୋଲି କୁହାଯାଉଛି। କୃଷକ ଜଣକ ଅମୃତଭଣ୍ଡା ଖାଇବା ପାଇଁ ବାଡ଼ିରେ ପାଇଁ ଏକ ଗଛ ଲଗାଇଥିଲେ। କିନ୍ତୁ ଏହି ଗଛ ଏତେ ବଢ଼ିଗଗଲା ଯେ, ଅମୃତଭଣ୍ଡା ତୋଳିବା ଆଉ ସମ୍ଭବ ହେଲା ନାହିଁ। ଏହା ଗଛରେ ପାଚିବା ପରେ ଝଡ଼ିଥାଏ। ମାତ୍ର କୃଷକ ଏହାକୁ ପାରିପାରନ୍ତି ନାହିଁ।

ସାଧାରଣତଃ ଅମୃତଭଣ୍ଡା ଏକ ଗଛ ଯାହାର ଲମ୍ବ ୧୬ରୁ ୩୩ ଫୁଟ ପର୍ଯ୍ୟନ୍ତ ବଢ଼ିପାରେ। ମାତ୍ର ବ୍ରାଜିଲର ଏହି କୃଷକଙ୍କ ବାଡ଼ିରେ ହୋଇଥିବା ଅମୃତଭଣ୍ଡା ଗଛର ଲମ୍ବର ୪୭ ଫୁଟ ୮ .୮୩ ଇଞ୍ଚ। ଏହି ଗଛ ଦେଖିବା ପରେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ଗଛଟି ତାଳଗଛ ପରି ଲମ୍ବ ଥିଲା।

ଯେହେତୁ ଏପରି ଗଛ ଆଗରୁ କେବେ ଦେଖାଯାଇ ନ ଥିଲା ତେଣୁ ଏହି ଗଛ ଗିନିଜ ଓ୍ବାଲର୍‌ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି। ୨୦୨୧ରେ ନୋଭା ଅରୋରାରେ ତାଙ୍କ ବାଡ଼ିରେ ଲଗାଇଥିବା ଅମୃତଭଣ୍ଡା ଗଛ ଟିକେ ଅଧିକ ବଢୁଛି। ତେଣୁ ସେ ନିଜ ବନ୍ଧୁଙ୍କୁ ତାଙ୍କ ଫାର୍ମକୁ ଡାକି ଡ୍ରୋନ୍‌ ସାହାଯ୍ୟରେ ମାପିବାକୁ କହିଥିଲେ। ସେ ଏକ ଟିମ୍‌ ଗଠନ କଲେ ଏବଂ ଏହାର ଲମ୍ବ ମାପିଲେ। ଏହା ୪୭ ଫୁଟ ୮.୮୩ ଇଞ୍ଚ ହେଲା। ଏହା ପରେ ସେ ନିଶ୍ଚିତ ହୋଇଥିଲେ ଯେ, ବିଶ୍ୱ ରେକର୍ଡ ସୃଷ୍ଟି ପାଇଁ ଗଛଟି ଉପଯୁକ୍ତ ଅଟେ ।

ଶେଷରେ ବିଶ୍ୱ ରେକର୍ଡରେ ନାଁ ରହିଲା। ପରେ ଟାର୍ସିସିଓ ଫୋଲ୍ଟଜ ଏବଂ ତାଙ୍କ ସାଙ୍ଗ ଡକ୍ୟୁମେଣ୍ଟ ଦାଖଲ କରି ଗିନିଜ ଓ୍ବାଲର୍‌ଡ ରେକର୍ଡ ପାଇଁ ଆବେଦନ କରିଥିଲେ। ବର୍ତ୍ତମାନ ଅମୃତଭଣ୍ଡା ଗଛ କେବଳ ନୁହେଁ, ନୋଭା ବି ଅନେକ ଅଞ୍ଚଳରେ ନାଁ କମାଇଲେଣି। ଏହାପୂର୍ବରୁ ସବୁଠୁ ଉଚ୍ଚ ଗଛର ରେକର୍ଡ ଭାରତର ଝାଣ୍ଟୁ ପାଲଙ୍କ ନାମରେ ଥିଲା। ଏହି ଗଛର ଲମ୍ବ ୪୬ଫୁଟ ୨.୩୩ ଇଞ୍ଚ ଥିଲା। ବର୍ତ୍ତମାନ ନୋଭାଙ୍କ ଏହି ଗଛ ଆଉ ୧ ଫୁଟ ଅଧିକ ଲମ୍ବର ହୋଇଛି।

Share