Categories: ଫୁରସତ

୧୨୮ତମ ଜନ୍ମଦିନରେ ସୁସ୍ଥ ରହିବାର ରାଜ୍‌ ଖୋଲିଲେ ବୃଦ୍ଧା

ଦକ୍ଷିଣ ଆଫ୍ରିକାର ଉତ୍ତର ପଶ୍ଚିମ ପ୍ରଦେଶର ବାସିନ୍ଦା ଜୋହାନା ମାଜିବୁକୋ ମେ ୧୧ରେ ତାଙ୍କର ୧୨୮ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ଏବେ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ରହିବାର ରାଜ୍‌ ଖୋଲିଛନ୍ତି।
ଜୋହାନା ଏକ ମକା କ୍ଷେତରେ ଜନ୍ମଗ୍ରହଣ କରିଥିଲେ। ସେ ୧୨ ଭାଇଭଉଣୀଙ୍କ ମଧ୍ୟରୁ ଜ୍ୟେଷ୍ଠ ଥିଲେ, ସେମାନଙ୍କ ମଧ୍ୟରୁ ୩ ଜଣ ଜୀବିତ ଅଛନ୍ତି। ସେ ଶିକ୍ଷିତ ନ ଥିଲେ। ସେ ନିଜ ପିଲାଦିନକୁ ଭଲ ଭାବରେ ଆଉ ମନେ ରଖିନାହାନ୍ତି। ଜୋହାନା କୁହନ୍ତି, ଆମେ କ୍ଷେତରେ ବହୁତ ଭଲ ଜୀବନଯାପନ କରୁଥିଲୁ। କୌଣସି ଅସୁବିଧା ନ ଥିଲା। ପ୍ରାୟତଃ ଆମେ ତାଜା କ୍ଷୀର ଏବଂ ପାଳଙ୍ଗ ଖାଇ ଆମେ ସୁସ୍ଥ ଥିଲୁ। ଏବେ ଆଧୁନିକ ଖାଦ୍ୟ ଯେତେ ଖାଇଲେ ମଧ୍ୟ ସେ ଖାଦ୍ୟ ଏବେ ବି ମନେ ଅଛି।
ଷ୍ଟାଭାନା ମାଜିବୁକୋ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଜୋହାନା। ସ୍ବାମୀଙ୍କ ବିଷୟରେ ଅଧିକ କିଛି ତାଙ୍କର ମନେ ନାହିଁ। ସେ କେବଳ କୁହନ୍ତି, ମୁଁ ଜଣେ ବୟସ୍କ ବ୍ୟକ୍ତିଙ୍କୁ ବିବାହ କରିଥିଲି। ତାଙ୍କର ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ସେ ଜଣେ ସ୍ବତନ୍ତ୍ର ବ୍ୟକ୍ତି ଥିଲେ। ତାଙ୍କର ଏକ ଘୋଡା ଗାଡି ଏବଂ ଗାଈ ଥିଲା। ସେ ମୋତେ ବହୁତ ଭଲ ପାଉଥିଲେ।
ଜୋହାନାଙ୍କର ୭ ସନ୍ତାନ ଥିଲେ, ସେମାନଙ୍କ ମଧ୍ୟରୁ ୨ ଜଣ ଆଜି ମଧ୍ୟ ଜୀବିତ ଅଛନ୍ତି। ତାଙ୍କ ଦୁଇ ସନ୍ତାନଙ୍କ ବ୍ୟତୀତ ଜୋହାନାଙ୍କ ପ୍ରାୟ ୫୦ ନାତି ଏବଂ ନାତି ନାତୁଣୀ ଅଛନ୍ତି। ଜୋହାନା ଆଜିକାଲି ଶୁଣିବାରେ କିଛି ଅସୁବିଧା ହେଉଛି, କିନ୍ତୁ ଏବେ ବି ସେ ଦେଖିପାରୁଛନ୍ତି। ଜୋହାନାଙ୍କ ଯତ୍ନ ଥାଣ୍ଡିୱେ ଭେସିୟାନା ନାମକ ଜଣେ ମହିଳା ନେଉଛନ୍ତି। ସେ ତାଙ୍କ ସହ ୨୦୦୧ ମସିହାରୁ ରହିଆସିଛନ୍ତି।
ମ୍ୟାଟଲୋସାନା ମେୟର ଜେମ୍ସ ସୋଲେଲା କହିଛନ୍ତି ଯେ, ପୌରସଂସ୍ଥା ତାଙ୍କୁ ବିଶେଷ ଜନ୍ମଦିନରେ ଏକ ସୋଫା ଉପହାର ଦେଇଛି। ତାଙ୍କ ନାମ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଁ ଆମେ ଚେଷ୍ଟା କରୁଛୁ।

Share