ଏହି ପଶୁର କ୍ଷୀରରୁ ତିଆରି ହେଉଛି ବିଶ୍ୱର ସବୁଠାରୁ ମହଙ୍ଗା ପନିର:ଏହି ଦାମ୍‌ରେ କିଣାଯାଇ ପାରିବ ସୁନା

ସାଧାରଣତଃ ଆମେ ଗାଈ କିମ୍ବା ମଇଁଷି କ୍ଷୀରରୁ ପନିର ତିଆରି କରିଥାଉ। ଯାହାର କିଲୋପ୍ରତି ଦାମ୍‌ ୩ଶହରୁ ୬ଶହ ଟଙ୍କା । ହେଲେ ଏମିତି ଏକ ପଶୁର କ୍ଷୀରରୁ ପନିର ତିଆରି ହେଉଛି ଯାହା ବିଶ୍ୱର ସବୁଠାରୁ ମହଙ୍ଗା ପନିର। ଏହି ପନିର ଦାମ୍‌ରେ ୧୫ ଗ୍ରାମ ସୁନା କିଣାଯାଇ ପାରିବ।

ସର୍ବିଆରେ ଗଧ କ୍ଷୀରରୁ ଏକ ସ୍ବତନ୍ତ୍ର ପନିର ତିଆରି କରାଯାଉଛି। ଏହି ପନିରର ବିଶେଷ ଗୁଣ ଯୋଗୁ ଏହାର ଚାହିଦା ମଧ୍ୟ ବହୁତ ଅଧିକ। ଏହାର ବିଶ୍ୱର ସବୁଠାରୁ ଦାମୀ ପନିର। ଏହି ୧ କେଜି ପନିରର ମୂଲ୍ୟ ପ୍ରାୟ ୭୮ ହଜାର ଟଙ୍କା। କୁହାଯାଏ, ମା’ କ୍ଷୀରରେ ରହିଥିବା ସମସ୍ତ ପ୍ରକାର ଗୁଣ ଏଥିରେ ରହିଛି। ତେଣୁ ଜନବଜାତ ଶିଶୁକୁ ପ୍ରଥମ ଦିନରୁ ଏହି କ୍ଷୀର ପିଇବାକୁ ଦିଆଯାଇ ପାରିବ ବୋଲି କୁହାଯାଉଛି। ଅନେକ ରୋଗ ପାଇଁ ଏହି କ୍ଷୀର ଲାଭଦାୟକ। ଏହି କାରଣରୁ ଏହି କ୍ଷୀରରୁ ତିଆରି ପନିରର ଦାମ୍‌ ଏତେ ଅଧିକ।
ସର୍ବିଆର ଜେସ୍‌ଭିକା ନାମକ ଏକ ଫାର୍ମରେ ଗଧକୁ ରଖି ତାର କ୍ଷୀରରେ ପନିର ତିଆରି କରାଯାଇଥାଏ। ଏଠାରେ ୨୦୦ରୁ ଅଧିକ ଗଧ ରହିଛନ୍ତି। ତେବେ ଗାଈ, ମଇଁଷି ତୁଳନାରେ ଗଧ କମ୍‌ କ୍ଷୀର ଦେଇଥାଏ। ଗୋଟିଏ ଗଧ ୧ ଲିଟରରୁ ବି କମ୍‌ କ୍ଷୀର ଦିଏ। ତେଣୁ ଦିନକୁ ଏହି ଫାର୍ମରୁ ବାହାରୁଥିବା କ୍ଷୀରରୁ ମାତ୍ର ୧୫ କେଜି ପନିର ତିଆରି ହୋଇପାରେ। ଆଜ୍‌ମା ରୋଗୀଙ୍କ ପାଇଁ ଏହି କ୍ଷୀର ଏବଂ ପନିଲ ଲାଭ ସବୁଠାରୁ ଲାଭଦାୟକ।

Share