ନ୍ୟୁଜିଲାଣ୍ଡରେ ବିଶ୍ୱର ବଡ଼ ଆଳୁ

ଓ୍ବେଲିଂଟନ୍‌, ୭ା୧୧: ନ୍ୟୁଜିଲାଣ୍ଡର ହାମିଲଟନ୍‌ରେ ରହୁଥିବା ଏକ ଦମ୍ପତି ବଗିଚାରୁ ଏକ ବଡ଼ ଆକାରର ଆଳୁ ଖୋଳି ବାହାର କରିଛନ୍ତି। ଏହାର ଓଜନ ୭.୮ କିଲୋଗ୍ରାମ୍‌ ରହିଛି। ସମ୍ପୃକ୍ତ ଦମ୍ପତି କୋଲିନ୍‌ ଏବଂ ଡୋନା କ୍ରେଗ୍‌-ବ୍ରାଉନ୍‌ ଆଳୁର ନାମ ଡଗ୍‌ ରଖିଛନ୍ତି। ଏବେ ସୁଦ୍ଧା ଗିନିଜ୍‌ ବୁକ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନିତ ହୋଇଥିବା ଆଳୁର ସର୍ବାଧିକ ଓଜନ ପ୍ରାୟ ୫ କେ.ଜି. ରହିଛି। ତେଣୁ ‘ଡଗ୍‌’କୁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ସାମିଲ କରାଯିବାକୁ ସେମାନେ ଆବଦେନ କରିଛନ୍ତି। ଗତ ଅଗଷ୍ଟ ୩୦ରେ ଉଭୟେ ବଗିଚାରେ ମାଟି ଖୋଳି କିଛି ମଞ୍ଜି ପକାଉଥିବାବେଳେ କିଛି ବଡ଼ ଧରଣର ଜିନିଷ ତଳେ ଥିବା ଜାଣିବାକୁ ପାଇଥିଲେ। ଅଧିକ ଖୋଳିବା ପରେ କୁକୁର ପରି ଦେଖାଯାଉଥିବା ଏହି ଆଳୁ ମିିଳିଥିଲା। ଏତେ ବଡଧରଣର ଆଳୁ ଦେଖିବା ପରେ ଉଭୟେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ସେମାନେ ସେଥିରେ ଟୋପି ପିନ୍ଧାଇ ତାହାକୁ କୁକୁର ପରି ସଜାଇଥିଲେ। ୨୦୧୧ରେ ବ୍ରିଟେନରୁ ମିଳିଥିବା ଆଳୁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କରିଥିଲା। ଏହାର ଓଜନ ୫ କେଜି ତଳେ ରହିଥିଲା। ଏବେ ସୁଦ୍ଧା ବ୍ରିଟେନରୁ ମିଳିଥିବା ଆଳୁ ହିଁ ଏହି ରେକର୍ଡରେ ରହିଛି ବୋଲି ଗିନିଜ୍‌ ବୁକ୍‌ ଅଫିସିଆଲ ପକ୍ଷରୁ କୁହାଯାଇଛି। ଏ ନେଇ କୋଲିନ୍‌ କୁହନ୍ତି, ଏଭଳି ଆଳୁ ଫଳିବା ପାଇଁ ସେ କୌଣସି ସ୍ବତନ୍ତ୍ର କୌଶଳ ଆପଣାଇନାହାନ୍ତି। ଏପରିକି ସେ ବଗିଚାରେ ଆଳୁ ଚାଷ ମଧ୍ୟ କରିନାହାନ୍ତି। ସେଠାରେ ଲାଗିଥିବା ଅନ୍ୟ ଚାରାଗୁଡ଼ିକୁ ବଢ଼ାଇବା ପାଇଁ କେବଳ କିଛି ଜୈବିକ ଖତ ଆଦି ବଗିଚାରେ ପକାଇଦେଇଥାନ୍ତି। ତେଣୁ ଏଭଳି ଧରଣର ଆଳୁ ଆପେଆପେ ହିଁ ସେଠାରେ ଫଳିଛି ବୋଲି କୋଲିନ୍‌ କହିଛନ୍ତି। ଏତେ ବଡ଼ ଆକାରରେ ଫଳିବା ପାଇଁ ଏହାକୁ ବର୍ଷେ କିମ୍ବା ଅଧିକ ସମୟ ଲାଗିଥାଇପାରେ। ଏଭଳି ଅଦ୍ଭୁତ ପ୍ରକାରର ଆଳୁର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅନେକ ଏହି ଆଳୁ ଦେଖି ଆଶ୍ଚର୍ଯ୍ୟ ହୋଇଥିବାବେଳେ କେତେଜଣ ସବୁଠାରୁ ଅସୁନ୍ଦର ଆଳୁ ବୋଲି କହିଛନ୍ତି। ଏଥିରେ ପଟୋଟୋ ଭୋଡ୍‌କା ପ୍ରସ୍ତୁତ କରିବାକୁ ଚାହଁାନ୍ତି ବୋଲି କୋଲିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri