Categories: ଜାତୀୟ

ବିଶ୍ୱର ପ୍ରଥମ ନାଜାଲ କୋଭିଡ୍‌ ଟିକାକୁ ମଞ୍ଜୁରୀ

ପୁଣେ,୨୯।୧୧:ଭାରତ ବାୟୋଟେକ୍‌ ପ୍ରସ୍ତୁତ ବିଶ୍ୱର ପ୍ରଥମ ଇଣ୍ଟରନାଜାଲ କୋଭିଡ୍‌ ଟିକା ଆଇଏନ୍‌ସିଓଭିଏସିସିକୁ ମଞ୍ଜୁରୀ ମିଳିଛି। ଜରୁରୀ ସ୍ଥିତିରେ ଏହି ଟିକାର ପ୍ରାଥମିକ ସିରିଜ୍‌ ଏବଂ ହେଟେରୋଲୋଜିଅସ୍‌ ବୁଷ୍ଟରକୁ ସୀମିତ ବ୍ୟବହାର ନିମନ୍ତେ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ସଂଗଠନ (ସିଡିଏସ୍‌ସିଓ) ମଞ୍ଜୁରୀ ପ୍ରଦାନ କରିଥିବା ଭାରତ ବାୟୋଟେକ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଭାରତରେ ୧୮ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ଲୋକଙ୍କୁ ଏହି ଟିକା ଦିଆଯାଇପାରିବ। ନାଜାଲ କୋଭିଡ୍‌ ଭାକ୍ସିନ୍‌ ପ୍ରଦାନରେ ଏହା ଆମ ପାଇଁ ତଥା ବିଶ୍ୱ ବୈଜ୍ଞାନିକମାନଙ୍କ ପାଇଁ ଏକ ବଡ଼ ସଫଳତା ବୋଲି ଭାରତ ବାୟୋଟେକ୍‌ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ. କ୍ରିଷ୍ଣା ଏଲା କହିଛନ୍ତି।

Share