Categories: ଜାତୀୟ

ପୃଥିବୀର ପ୍ରଥମ ନିଃଶ୍ୱାସରେ ନେଇ ହେଉଥିବା କରୋନା ଟିକା, ଜରୁରୀ କାଳୀନ ବ୍ୟବହାର ଲାଗି ଚାଇନାର ମଞ୍ଜୁରୀ …

ବେଜିଂ, ୫।୯ : ନିଃଶ୍ୱାସରେ ନେଇ ହେଉଥିବା ପୃଥିବୀର ପ୍ରଥମ କରୋନା ଟିକାକୁ ଚାଇନା ଜରୁରୀ କାଳୀନ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରିଛି। ଛୁଞ୍ଚିମୁକ୍ତ ଟିକା ଏଡି-୫-ଏନ୍‌ କୋଭ୍‌କୁ ବ୍ୟବହାର କରିବାରେ ଚାଇନା ପ୍ରଥମ ଦେଶ ହୋଇପାରିଛି। ଏହି ଟିକା ଟିଆନଜିନ ଭିତ୍ତିକ କାନସିନୋ ବାୟୋଲୋଜିକ୍ସ ଦ୍ୱାରା ବିକଶିତ କରାଯାଇଛି। ଏହି ଟିକାକୁ ନିଃଶ୍ୱାସ ନେଇ କରୋନା ସଂକ୍ରମଣରୁ ଦୂରେଇ ରହିହେବ।

ଏହି ଟିକାକୁ ବୁଷ୍ଟର ଡୋଜ୍‌ ଭାବେ ଜରୁରୀ କାଳୀନ କ୍ଷେତ୍ରରେ ବ୍ୟବହାର କରାଯିବ। ୨୦୨୦ ମାର୍ଚ୍ଚରେ ଏହାର ପ୍ରଥମ ମାନବ ପରୀକ୍ଷଣ କରାଯାଇଥିଲା। ୨୦୨୧ ଫେବୃୟାରୀରେ ମେକ୍ସିକୋ, ପାକିସ୍ତାନ,ମାଲେସିଆ ଏବଂ ହଙ୍ଗେରୀରେ ଏହାର ପରୀକ୍ଷଣ କରାଯାଇଥିଲା।

ଚାଇନା ସରକାରଙ୍କ ମଞ୍ଜୁରୀ ପରେ ହଂକଂରେ ଟିକା ପ୍ରସ୍ତୁତକାରୀ କମ୍ପାନୀର ଶେୟାରରେ ସୋମବାର ୧୪.୫ ପ୍ରତିଶତ ବୃଦ୍ଧି ଘଟିଛି।

Share