ବିଶ୍ୱର ପ୍ରଥମ ସମଲିଙ୍ଗୀ ଇମାମଙ୍କୁ ହତ୍ୟା

ପ୍ରିଟୋରିଆ, ୧୭ା୨: ବିଶ୍ୱର ପ୍ରଥମ ସମଲିଙ୍ଗୀ ଇମାମ ମୁହସିନ ହେଣ୍ଡ୍ରିକ୍ସଙ୍କୁ ରବିବାର ଦକ୍ଷିଣ ଆଫ୍ରିକାର ଗକେବରହା ସହରରେ ଗୁଳିକରି ହତ୍ୟା କରାଯାଇଛି। ୧୯୯୬ରେ ବିଶ୍ୱର ପ୍ରଥମ ଇମାମ ଭାବେ ସେ ସର୍ବସାଧାରଣରେ ନିଜ ସମଲିଙ୍ଗୀ ପରିଚୟକୁ ସ୍ବୀକାର କରିଥିଲେ। ମୁହସିନ ଗକେବରହା ସହରସ୍ଥିତ ବେଥେଲ୍‌ଡର୍ପଠାରେ ନିଜ ଡ୍ରାଇଭରଙ୍କ ସହ କାର୍‌ରେ ଯାଉଥିବାବେଳେ ଅନ୍ୟ ଏକ କାର୍‌ରେ ୨ ଜଣ ଅଚିହ୍ନା ବ୍ୟକ୍ତି ଆସି ତାଙ୍କୁ ଅଟକାଇବା ସହ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ତେବେ ଏହି ଗୁଳିକାଣ୍ଡରୁ ମୁହସିନଙ୍କ
ଡ୍ରାଇଭର ବର୍ତ୍ତି ଯାଇଛନ୍ତି। ହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିବା ଇଷ୍ଟର୍ନ କେପଟାଉନ ପୋଲିସ ସୂଚନା ଦେଇଛି। ଏହି ହତ୍ୟାକାଣ୍ଡର ତଦନ୍ତ ଜାରି ରହିଛି। ମୁହସିନଙ୍କ ହତ୍ୟାକୁ ଇଣ୍ଟରନ୍ୟାଶନାଲ ଲେଶବିଆନ, ଗେ, ବାଇସେକ୍ସୁଆଲ, ଟ୍ରାନ୍ସ ଆଣ୍ଡ୍‌ ଇଣ୍ଟରସେକ୍ସ ଆସୋସିଏଶନ (ଆଇଏଲ୍‌ଜିଏ) କଡ଼ା ଭାବେ ନିନ୍ଦା କରିଛି। ଘୃଣା ଭାବନାର ପରିଣାମ ସ୍ବରୂପ ଏହି ହତ୍ୟା ହୋଇଥାଇପାରେ ବୋଲି ଆଇଏଲ୍‌ଜିଏ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜୁଲିଆ ଏହରଟ୍‌ ଆଶଙ୍କା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନବିକ୍ରି ସମସ୍ୟା ଅସମାହିତ: କଟ୍‌ନୀଛଟ୍‌ନୀକୁ ସରକାରୀ ମୋହର

ବରଗଡ଼/ଅତାବିରା/ ଗୋଡ଼ଭଗା/, ୧୦।୧୨(ପ୍ରେମାନନ୍ଦ ଖମାରୀ/ ଯୁଧିଷ୍ଠିର ମହାପାତ୍ର/ ସୁରେଶ ଦାଶ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ମଙ୍ଗଳବାର ୧୨ଦିନ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଜିଲାରେ...

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri