ଦୁନିଆର ସବୁଠାରୁ ବଡ଼ ପାପ ‘ନାରୀର ଅପମାନ’, ଭୋଗିବାକୁ ପଡେ ଏପରି କର୍ମଫଳ

ସଂସାରରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। କିଛି ଲୋକ ଭଲ ହୋଇଥିବା ବେଳେ କିଛି ଖରାପ। ତେବେ ଖରାପ ବ୍ୟକ୍ତିଟିଏ ସାରା ଜୀବନ ପାପ କରୁଥିବା ବେଳେ ଭଲ ଲୋକ ପୂଣ୍ୟ କମାଇଥାନ୍ତି। ଏସବୁ ଭିତରେ ସଂସାରର ସବୁଠାରୁ ବଡ଼ ପାପ କ’ଣ ଆପଣ ଜାଣନ୍ତି କି?

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଦୁନିଆର ସବୁଠାରୁ ବଡ ପାପ ନାରୀର ଅପମାନ କରିବା। ନାରୀର ଅପମାନ ସମଗ୍ର ମାନବଜାତିର ଅପମାନ ବୋଲି ବିବେଚନା କରାଯାଏ। ଏହା ସଂସାରକୁ ବରବାଦ କରିଦେଇଥାଏ। ଯେତେବେଳେ ନାରୀ କାନ୍ଦେ ସେତେବେଳେ ଦେବତା ବି କାନ୍ଦନ୍ତି। ଯେଉଁ ବ୍ୟକ୍ତି ଏହାକୁ ବୁଝିନିଏ ଏବଂ ନାରୀର ସମ୍ମାନ କରେ ତେବେ ସେହି ବ୍ୟକ୍ତି ସ୍ବର୍ଗ ପ୍ରାପ୍ତି କରିଥାଏ।

ହିନ୍ଦୁଶାସ୍ତ୍ରରେ କୁହାଯାଇଛି, ନାରୀ ଆଖିରୁ ଲୁହ ବୋହିଲେ ପ୍ରଳୟ ଆସେ। ଯେଉଁଠାରେ ନାରୀ ଖୁସିରେ ଥାଏ ସେଠାରେ ଦେବତାମାନେ ବାସ କରନ୍ତି। ଏଣୁ ନିଜ ଆଚରଣରେ କେବେ ବି କୌଣସି ନାରୀକୁ କଷ୍ଟ ଦିଅନ୍ତୁ ନାହିଁ। କାରଣ ଏହି ପାପର ଫଳ ଆସନ୍ତା ଜନ୍ମରେ ବି ମିଳିଥାଏ।