‘ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା’

ମସ୍କୋ/କିଭ୍‌,୧୬।୪: ପାଖାପାଖି ଦୁଇମାସ ପୂରିବାକୁ ଯାଉଛି ମସ୍କୋର ୟୁକ୍ରେନ୍‌ ଆକ୍ରମଣକୁ। ରୁଷୀୟ ସୈନ୍ୟଙ୍କ ଘନଘନ ରକେଟ୍‌ ମାଡ଼ରେ କିଭ୍‌ ସମେତ ଅନେକ ସହର ଶ୍ମଶାନ ପାଲଟିବାକୁ ଯାଉଛି। ଏଭଳି ସମୟରେ କୃଷ୍ଣସାଗରରେ ରୁଷଆର ଯୁଦ୍ଧଜାହାଜ ‘ମସ୍କଭା’କୁ ୟୁକ୍ରେନୀୟ ସୈନ୍ୟ କ୍ଷେପଣାସ୍ତ୍ର ମାଡ଼ କରି ଧ୍ୱସ୍ତବିଧ୍ୱସ୍ତ କରିଦେଇଛନ୍ତି। ଉକ୍ତ ଜାହାଜରେ ଆଣବିକ ଅସ୍ତ୍ରଶସ୍ତ୍ର ବୋଝେଇ ହୋଇଥିବାରୁ ‘ନେପ୍‌ଚ୍ୟୁନ୍‌’ କ୍ରୁଜ୍‌ ମିଶାଇଲ୍‌ ମାଡ଼ ହେବା ପରେ ସେଥିରେ ନିଅଁା ଲାଗିଯାଇଥିଲା। ମସ୍କୋଭା ଜାହାଜ ବୁଡ଼ିବାରେ ଲାଗିଥିବାବେଳେ ରୁଷିଆର ଏକ ସରକାରୀ ଟିଭି ଚ୍ୟାନେଲ ଧମକ ଦେଇଛି, ‘ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଛି।’
ଗଲେ ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆକ୍ରମଣ ଘୋଷଣା କରିବା ପରଠାରୁ ୟୁକ୍ରେନୀୟ ସୈନ୍ୟ କେବଳ ଆମତ୍ରକ୍ଷା କରୁଥିଲେ। କିନ୍ତୁ ଏପ୍ରିଲ ୧୩ ରାତିରେ ରୁଷୀୟ କୃଷ୍ଣସାଗର ଫ୍ଲିଟ୍‌ରେ ସେମାନେ ଶକ୍ତି ଦେଖାଇଛନ୍ତି। ଏହି ଆକ୍ରମଣକୁ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରଥମେ ଖଣ୍ଡନ କରି ଅଗ୍ନିକାଣ୍ଡ ଯୋଗୁ ଜାହାଜର କିଛି ଅଂଶ ନଷ୍ଟ ହୋଇଯାଇଥିବା କହିଥିଲା। କିନ୍ତୁ ଜାହାଜକୁ ବନ୍ଦରକୁ ଟାଣିନେବା ପାଇଁ ଉଦ୍ୟମ ବିଫଳ ହେବାରୁ ଏହା ବୁଡ଼ିଯିବା ପରେ କ୍ରେମ୍‌ଲିନ୍‌ ସତ ମାନିବାକୁ ବାଧ୍ୟ ହେଲା। ଏହାର ସରକାରୀ ଟିଭି ଚ୍ୟାନେଲ ‘ରୁଷିଆ ଓ୍ବାନ୍‌’ ଉପସ୍ଥାପକ ଓଲ୍‌ଗା ସ୍କାବେୟେଭା ଚକିତ କରିଦେବା ଭଳି ମନ୍ତବ୍ୟ ଦେଇଛନ୍ତି। ଦର୍ଶକମାନଙ୍କୁ ସେ କହିଛନ୍ତି, ୟୁକ୍ରେନ୍‌ ପକ୍ଷରୁ ଯାହା କରାଯାଇଛି ତାକୁ ତୃତୀୟ ବିଶ୍ୱଯୁଦ୍ଧ ବୋଲି କୁହାଯାଇପାରିବ। ଆମେ ଯଦି ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ସହ ଯୁଦ୍ଧ କରୁନାହୁଁ ତେବେ ନିଶ୍ଚିତ ରୂପେ ଏହାର ଭିତ୍ତିଭୂମି ବିରୋଧରେ ଲଢ଼େଇ କରୁଛୁ। ଏକଥା ଆମକୁ ସ୍ବୀକାର କରିବାକୁ ପଡ଼ିବ। କାର୍ଯ୍ୟକ୍ରମରେ ଭାଗନେଇଥିବା ଜଣେ ଗେଷ୍ଟ କହୁଥିଲେ, ଏହାକୁ ଯୁଦ୍ଧ ନ କହି ସରକାରଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ବାକ୍ୟାଂଶ ‘ସ୍ପେଶାଲ ମିଲିଟାରି ଅପରେଶନ୍‌’ ବ୍ୟବହାର କରନ୍ତୁ। ସୋସିଆଲ ମିଡିଆରେ ଏହି କ୍ଲିପ୍‌ ଭାଇରାଲ ହେବାରେ ଲାଗିଛି।

*ୟୁକ୍ରେନ୍‌ ଭୂଖଣ୍ଡକୁ ରୁଷୀୟ ସୈନ୍ୟ ଟାର୍ଗେଟ ଆରମ୍ଭ କରିବା ପରଠାରୁ ଅଦ୍ୟାବଧି ୫ ନିୟୁତ ଲୋକ ଦେଶାନ୍ତରିତ ହୋଇଥିବା ଜାତିସଂଘ ପକ୍ଷରୁ କୁହାଯାଇଛି। ଶରଣାର୍ଥୀଙ୍କ ପାଇଁ ଜାତିସଂଘ ଉଚ୍ଚାୟୁକ୍ତ (ୟୁଏନ୍‌ଏଚ୍‌ସିଆର୍‌) କହିଛି ଯେ, ବିଗତ ୫୦ ଦିନ ମଧ୍ୟରେ ୪,୭୯୬,୨୪୫ ୟୁକ୍ରେନୀୟ ବିଭିନ୍ନ ସୀମା ଦେଇ ପଡ଼ୋଶୀ ଦେଶଗୁଡ଼ିକୁ ପଳାୟନ କରିଛନ୍ତି।
*ୟୁକ୍ରେନ୍‌ ରାଜଧାନୀ କିଭ୍‌ ନିକଟସ୍ଥ ଯୁଦ୍ଧବିମାନ ଓ ଯୁଦ୍ଧଜାହାଜ ନିରୋଧୀ ମିଶାଇଲ୍‌ ନିର୍ମାଣ କରାଯାଉଥିବା ଏକ ପ୍ଲାଣ୍ଟ ଉପରେ ଶୁକ୍ରବାର ରୁଷିଆ ଆକ୍ରମଣ କରିଛି।
*ୟୁକ୍ରେନୀୟ ସୈନ୍ୟଙ୍କ କ୍ଷେପଣାସ୍ତ୍ର ମାଡ଼ରେ ମସ୍କଭା ଯୁଦ୍ଧବିମାନ ଧ୍ୱସ୍ତବିଧ୍ୱସ୍ତ ହୋଇ ସମୁଦ୍ରରେ ବୁଡ଼ିବାରେ ଲାଗିଥିବାବେଳେ ମସ୍କୋ ପକ୍ଷରୁ ଉପରୋକ୍ତ ବିବୃତି ଜରି କରାଯାଇଛି।
*କୃଷ୍ଣସାଗରରେ ବୁଡ଼ିଯାଇଥିବା ଯୁଦ୍ଧବିମାନରେ ରୁଷୀୟ ସୈନ୍ୟ ବିପୁଳ ଆଣବିକ ଅସ୍ତ୍ର ଗଚ୍ଛିତ ରଖିଥିଲେ ବୋଲି ୟୁକ୍ରେନ୍‌ ପକ୍ଷରୁ କୁହାଯାଇଛି।
*ଧ୍ୱସ୍ତବିଧ୍ୱସ୍ତ ସହର ମାରିଉପୋଲକୁ ଦଖଲ କରିଥିବା ରୁଷୀୟ ସୈନ୍ୟମାନେ ଯୁଦ୍ଧ ଅପରାଧର ପ୍ରମାଣ ନଷ୍ଟ ପାଇଁ ପଚାଶଢ଼ା ମୃତଦେହଗୁଡ଼ିକୁ ଲୁଚାଇବାକୁ ଉଦ୍ୟମ କରୁଥିବା ୟୁକ୍ରେନ୍‌ ଅଭିଯୋଗ ଆଣିଛି।
*ୟୁକ୍ରେନ୍‌ର ପୂର୍ବାଞ୍ଚଳରେ ସୁରକ୍ଷା ବଳ ରୁଷିଆ ପ୍ରତିପକ୍ଷଙ୍କଠାରୁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ଯାଉଛନ୍ତି ବୋଲି ସିଆଇଏର ପୂର୍ବତନ ନିର୍ଦ୍ଦେଶକ ଡାଭିଡ୍‌ ପେଟ୍ରେଅସ୍‌ ସତର୍କ କରାଇଛନ୍ତି।
*ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଣ ଲାଗି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ପାଶ୍ଚାତ୍ୟକୁ ପୁଣି ଥରେ ଅନୁରୋଧ କରିଛନ୍ତି। ରୁଷିଆଠାରୁ ତେଲ କିଣୁଥିବା ଦେଶଗୁଡ଼ିକୁ ସେ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri