ତୃତୀୟ ବିଶ୍ୱଯୁଦ୍ଧ ଘନେଇଲା: ଗାଜା ଯୁଦ୍ଧର ନିଆଁ ବ୍ୟାପିଲା ଲେବାନନ ସୀମାରୁ ୟେମେନ, ଲୋହିତ ସାଗରରେ ସ୍ଥିତି ମୁହାଁମୁହିଁ…

ଜେରୁଜେଲମ,୧୬।୧୨ : ଇସ୍ରାଏଲର ଲଗାତାର ବୋମା ମାଡ ଯୋଗୁଁ ଗାଜାରେ ବହୁକୋଠା ଭାଙ୍ଗିଯାଇଛି। ଗାଜା ଏବେ ସମତଳ ଭୂମି ହୋଇପଡ଼ିଛି। ଭଙ୍ଗାକୋଠାର ଆବର୍ଜନା ଗଦା ହେବାରେ ଲାଗିଛି। ଗାଜାରେ ବର୍ତ୍ତମାନ କମ ଅଟ୍ଟାଳିକା ଏବଂ ଅଧିକ ଆବର୍ଜନା ଅଛି । ଏହା ସତ୍ତ୍ୱେ ୭୦ ଦିନ ବିତିଯିବା ପରେ ମଧ୍ୟ ହମାସ ଗାଜାରୁ କାହିଁକି ହଟି ନାହିଁ ସେ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ହମାସର ବରିଷ୍ଠ ନେତାମାନେ କାହିଁକି ଆଇଡିଏଫ ହାତରେ ଧରାପଡି ନାହାନ୍ତି। ଯୁଦ୍ଧରେ ହାରିବା ଏକପାଖିଆ ନୁହେଁ ଏବଂ ଜାଜାରେ ମଧ୍ୟ ସମାନ ଘଟଣା ଘଟୁଛି। ତଥାପି ଇସ୍ରାଏଲ ୫ ଟି ମୁଖ୍ୟ ଆହ୍ବାନର ସମ୍ମୁଖୀନ ହୋଇଛି ।

ସେଗୁଡିକ ହେଉଛି ଶୀତ ଯୋଗୁ ଉତ୍ତର ଅଞ୍ଚଳର କାର୍ଯ୍ୟଞ୍‌ ପ୍ରଭାବିତ ହେଉଛି। ଗାଜା ଫ୍ରଣ୍ଟରେ ହମାସ ଶିବିର ଉପରେ କୌଣସି ନିୟନ୍ତ୍ରଣ ନାହିଁ। ୟେମେନ ଫ୍ରଣ୍ଟରେ ହୁତି ବିଦ୍ରୋହୀଙ୍କ ଦ୍ୱାରା ଲଗାତାର ଆକ୍ରମଣ ହେଉଛି। ଲେବାନନ ଫ୍ରଣ୍ଟରେ ହିଜବୁଲରୁ କ୍ରମାଗତ ଆକ୍ରମଣ ହେଉଛି। ବନ୍ଧକମାନଙ୍କୁ ମୁକ୍ତ କରିବା ପ୍ରସଙ୍ଗରେ କୌଣସି ଯୋଜନାରେ ସହମତି ହୋଇନାହିଁ।

ଗାଜା ଷ୍ଟ୍ରିପରୁ ଆରମ୍ଭ ହୋଇଥିବା ଯୁଦ୍ଧର ନିଆଁ ପ୍ରଥମେ ଲେବାନନ ସୀମାରେ ପହଞ୍ଚିଥିଲା। ବର୍ତ୍ତମାନ ହୁତି ଆତଙ୍କବାଦୀଙ୍କ ଆକ୍ରମଣ ଲେବାନନଠାରୁ ୟେମେନ ପର୍ଯ୍ୟନ୍ତ ପହଞ୍ଚିଛି। ବର୍ତ୍ତମାନ ଇସ୍ରାଏଲ ପାଇଁ ହମାସ ବିରୁଦ୍ଧରେ ଲଢ଼େଇ ତିନିଟି ଭିନ୍ନ ଦିଗରେ ଆରମ୍ଭ ହୋଇଥିବା ଜଣାପଡିଛି। ଏପରିକି ଆଶା କରାଯାଉଛି ଏହି ଏଢ଼େଇ ଆଗାମୀ ଦିନରେ ଯୁଦ୍ଧର କିଛି ଫ୍ରଣ୍ଟ ଖୋଲିପାରେ। ଯଦି ଏହା ଘଟେ, ତେବେ ଏଥର ଏହା ଯୁଦ୍ଧ ନୁହେଁ ବରଂ ବିଶ୍ୱଯୁଦ୍ଧ ହେବ, କାରଣ ଇରାନ ସମର୍ଥିତ ହୁତି ସଂଗଠନ ନେତାନ୍ୟାହୁଙ୍କୁ ଚ୍ୟାଲେଞ୍ଜ କରିସାରିଛି। ସେମାନେ ମଧ୍ୟ ଇସ୍ରାଏଲ ବିରୋଧରେ ଯୁଦ୍ଧରେ ଯୋଗ ଦେଇଛନ୍ତି। ତେଣୁ ପ୍ରଥମେ ହୁତିମାନଙ୍କ ଦ୍ୱାରା କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଥିଲା ଏବଂ ତା’ପରେ, ଜାହାଜ ଅପହରଣ ପରେ ଲୋହିତ ସାଗରରେ ଯେଉଁଭଳି ଭାବରେ ଆକ୍ରମଣ ହୋଇଛି, ଏଥିରୁ ସ୍ପଷ୍ଟ ଜଣାପଡୁଛି ହୁତି ବିଦ୍ରୋହୀ ଯାହା କହିଥିଲେ ତାହା ଅନୁସରଣ କରିବା ଆରମ୍ଭ କରି ଦେଇଛନ୍ତି।
ଲୋହିତ ସାଗରରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ ପରେ ସମଗ୍ର ବିଶ୍ୱରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। କାରଣ ହୁତି ବିଦ୍ରୋହୀମାନେ ଦାବି କରିଛନ୍ତି ଏହି ଜାହାଜ ଇସ୍ରାଏଲର ଅଟେ, କିନ୍ତୁ ଇସ୍ରାଏଲ ଏହାକୁ ଅସ୍ବୀକାର କରିଛି। ଏହା ଉପରେ ପ୍ରଶ୍ନ ଉଠିଛି ହୁତି ବିଦ୍ରୋହୀମାନେ କେତେ ଶକ୍ତିଶାଳୀ, ସେମାନେ ଇସ୍ରାଏଲ ପରି ଏକ ଶକ୍ତିଶାଳୀ ଦେଶ ସହିତ ଲୋହିତ ସାଗରରେ ମୁହାଁମୁହିଁ ହୋଇଛନ୍ତି। ଜାହାଜ ଅପହରଣ ହେବାର ସୂଚନା ପାଇବା ମାତ୍ରେ ନେତାନ୍ୟାହୁ ଏଥିପାଇଁ ଇରାନକୁ ଦାୟୀ କରିଥିଲେ। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହାକୁ ଇରାନର ଆକ୍ରମଣ ବୋଲି କହିଛନ୍ତି। ସେ କହିଛନ୍ତି ଏହା ଇରାନ ଦ୍ୱାରା କରାଯାଇଥିବା ଆତଙ୍କବାଦୀ କାର୍ଯ୍ୟ। ଏହା ବିଶ୍ୱ ଉପରେ ଆକ୍ରମଣ କରିବାର ଏକ ପ୍ରୟାସ । ଏହା ବିଶ୍ୱର ଶିପିଂ ଲାଇନ ଉପରେ ମଧ୍ୟ ପ୍ରଭାବ ପକାଇବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri