ତୃତୀୟ ବିଶ୍ୱଯୁଦ୍ଧ ଘନେଇଲା: ଗାଜା ଯୁଦ୍ଧର ନିଆଁ ବ୍ୟାପିଲା ଲେବାନନ ସୀମାରୁ ୟେମେନ, ଲୋହିତ ସାଗରରେ ସ୍ଥିତି ମୁହାଁମୁହିଁ…

ଜେରୁଜେଲମ,୧୬।୧୨ : ଇସ୍ରାଏଲର ଲଗାତାର ବୋମା ମାଡ ଯୋଗୁଁ ଗାଜାରେ ବହୁକୋଠା ଭାଙ୍ଗିଯାଇଛି। ଗାଜା ଏବେ ସମତଳ ଭୂମି ହୋଇପଡ଼ିଛି। ଭଙ୍ଗାକୋଠାର ଆବର୍ଜନା ଗଦା ହେବାରେ ଲାଗିଛି। ଗାଜାରେ ବର୍ତ୍ତମାନ କମ ଅଟ୍ଟାଳିକା ଏବଂ ଅଧିକ ଆବର୍ଜନା ଅଛି । ଏହା ସତ୍ତ୍ୱେ ୭୦ ଦିନ ବିତିଯିବା ପରେ ମଧ୍ୟ ହମାସ ଗାଜାରୁ କାହିଁକି ହଟି ନାହିଁ ସେ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ହମାସର ବରିଷ୍ଠ ନେତାମାନେ କାହିଁକି ଆଇଡିଏଫ ହାତରେ ଧରାପଡି ନାହାନ୍ତି। ଯୁଦ୍ଧରେ ହାରିବା ଏକପାଖିଆ ନୁହେଁ ଏବଂ ଜାଜାରେ ମଧ୍ୟ ସମାନ ଘଟଣା ଘଟୁଛି। ତଥାପି ଇସ୍ରାଏଲ ୫ ଟି ମୁଖ୍ୟ ଆହ୍ବାନର ସମ୍ମୁଖୀନ ହୋଇଛି ।

ସେଗୁଡିକ ହେଉଛି ଶୀତ ଯୋଗୁ ଉତ୍ତର ଅଞ୍ଚଳର କାର୍ଯ୍ୟଞ୍‌ ପ୍ରଭାବିତ ହେଉଛି। ଗାଜା ଫ୍ରଣ୍ଟରେ ହମାସ ଶିବିର ଉପରେ କୌଣସି ନିୟନ୍ତ୍ରଣ ନାହିଁ। ୟେମେନ ଫ୍ରଣ୍ଟରେ ହୁତି ବିଦ୍ରୋହୀଙ୍କ ଦ୍ୱାରା ଲଗାତାର ଆକ୍ରମଣ ହେଉଛି। ଲେବାନନ ଫ୍ରଣ୍ଟରେ ହିଜବୁଲରୁ କ୍ରମାଗତ ଆକ୍ରମଣ ହେଉଛି। ବନ୍ଧକମାନଙ୍କୁ ମୁକ୍ତ କରିବା ପ୍ରସଙ୍ଗରେ କୌଣସି ଯୋଜନାରେ ସହମତି ହୋଇନାହିଁ।

ଗାଜା ଷ୍ଟ୍ରିପରୁ ଆରମ୍ଭ ହୋଇଥିବା ଯୁଦ୍ଧର ନିଆଁ ପ୍ରଥମେ ଲେବାନନ ସୀମାରେ ପହଞ୍ଚିଥିଲା। ବର୍ତ୍ତମାନ ହୁତି ଆତଙ୍କବାଦୀଙ୍କ ଆକ୍ରମଣ ଲେବାନନଠାରୁ ୟେମେନ ପର୍ଯ୍ୟନ୍ତ ପହଞ୍ଚିଛି। ବର୍ତ୍ତମାନ ଇସ୍ରାଏଲ ପାଇଁ ହମାସ ବିରୁଦ୍ଧରେ ଲଢ଼େଇ ତିନିଟି ଭିନ୍ନ ଦିଗରେ ଆରମ୍ଭ ହୋଇଥିବା ଜଣାପଡିଛି। ଏପରିକି ଆଶା କରାଯାଉଛି ଏହି ଏଢ଼େଇ ଆଗାମୀ ଦିନରେ ଯୁଦ୍ଧର କିଛି ଫ୍ରଣ୍ଟ ଖୋଲିପାରେ। ଯଦି ଏହା ଘଟେ, ତେବେ ଏଥର ଏହା ଯୁଦ୍ଧ ନୁହେଁ ବରଂ ବିଶ୍ୱଯୁଦ୍ଧ ହେବ, କାରଣ ଇରାନ ସମର୍ଥିତ ହୁତି ସଂଗଠନ ନେତାନ୍ୟାହୁଙ୍କୁ ଚ୍ୟାଲେଞ୍ଜ କରିସାରିଛି। ସେମାନେ ମଧ୍ୟ ଇସ୍ରାଏଲ ବିରୋଧରେ ଯୁଦ୍ଧରେ ଯୋଗ ଦେଇଛନ୍ତି। ତେଣୁ ପ୍ରଥମେ ହୁତିମାନଙ୍କ ଦ୍ୱାରା କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଥିଲା ଏବଂ ତା’ପରେ, ଜାହାଜ ଅପହରଣ ପରେ ଲୋହିତ ସାଗରରେ ଯେଉଁଭଳି ଭାବରେ ଆକ୍ରମଣ ହୋଇଛି, ଏଥିରୁ ସ୍ପଷ୍ଟ ଜଣାପଡୁଛି ହୁତି ବିଦ୍ରୋହୀ ଯାହା କହିଥିଲେ ତାହା ଅନୁସରଣ କରିବା ଆରମ୍ଭ କରି ଦେଇଛନ୍ତି।
ଲୋହିତ ସାଗରରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ ପରେ ସମଗ୍ର ବିଶ୍ୱରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। କାରଣ ହୁତି ବିଦ୍ରୋହୀମାନେ ଦାବି କରିଛନ୍ତି ଏହି ଜାହାଜ ଇସ୍ରାଏଲର ଅଟେ, କିନ୍ତୁ ଇସ୍ରାଏଲ ଏହାକୁ ଅସ୍ବୀକାର କରିଛି। ଏହା ଉପରେ ପ୍ରଶ୍ନ ଉଠିଛି ହୁତି ବିଦ୍ରୋହୀମାନେ କେତେ ଶକ୍ତିଶାଳୀ, ସେମାନେ ଇସ୍ରାଏଲ ପରି ଏକ ଶକ୍ତିଶାଳୀ ଦେଶ ସହିତ ଲୋହିତ ସାଗରରେ ମୁହାଁମୁହିଁ ହୋଇଛନ୍ତି। ଜାହାଜ ଅପହରଣ ହେବାର ସୂଚନା ପାଇବା ମାତ୍ରେ ନେତାନ୍ୟାହୁ ଏଥିପାଇଁ ଇରାନକୁ ଦାୟୀ କରିଥିଲେ। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହାକୁ ଇରାନର ଆକ୍ରମଣ ବୋଲି କହିଛନ୍ତି। ସେ କହିଛନ୍ତି ଏହା ଇରାନ ଦ୍ୱାରା କରାଯାଇଥିବା ଆତଙ୍କବାଦୀ କାର୍ଯ୍ୟ। ଏହା ବିଶ୍ୱ ଉପରେ ଆକ୍ରମଣ କରିବାର ଏକ ପ୍ରୟାସ । ଏହା ବିଶ୍ୱର ଶିପିଂ ଲାଇନ ଉପରେ ମଧ୍ୟ ପ୍ରଭାବ ପକାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri