Categories: ଜାତୀୟ

ଭାରତ ପ୍ରତି ବିଶ୍ୱ ଦୃଷ୍ଟିଭଙ୍ଗୀ ବଦଳିଛି

ନୂଆଦିଲ୍ଲୀ,୧।୨: ଭାରତ ପ୍ରତି ବିଶ୍ୱ ଦୃଷ୍ଟିଭଙ୍ଗୀରେ ବଦଳିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭରେ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି। ଫଳରେ ପ୍ରତ୍ୟେକ ଭାରତୀୟଙ୍କ ଆତ୍ମବିଶ୍ୱାସ ଆଜି ଶୀର୍ଷରେ ପହଞ୍ଚତ୍ଛି। ଭାରତର ଅତୀତ ଗୌରବ ସହ ଆଧୁନିକତାର ସମସ୍ତ ଗୌରବମୟ ଅଧ୍ୟାୟକୁ ଯୋଡ଼ି ଆଗାମୀ ୨୫ ବର୍ଷରେ ଏହାକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ଜନସାଧାରଣ ସେମାନଙ୍କର ଶ୍ରେଷ୍ଠ ପ୍ରତିପାଦନ କରିବା ନିମନ୍ତେ ମୁର୍ମୁ ଆହ୍ବାନ ଦେଇଛନ୍ତି।
ଦେଶ ସ୍ବାଧୀନତାର ଅମୃତ କାଳ ଆଗାମୀ ୨୫ ବର୍ଷରେ ଭାରତକୁ ଆତ୍ମନିର୍ଭର କରି ଗଢ଼ିତୋଳିବା ସହ ଏହାର ସମସ୍ତ ମାନବୀୟ ଦାୟିତ୍ୱ ପୂରଣ କରିବାକୁ ହେବ। ସର୍ଜିକାଲ ଷ୍ଟ୍ରାଇକ୍‌ଠାରୁ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଏଲ୍‌ଓସିରୁ ଏଲ୍‌ଏସି, ଅନୁଚ୍ଛେଦ ୩୭୦ ଉଚ୍ଛେଦରୁ ତିନି ତଲାକ ଯାଏ, ସମସ୍ତ ନିଷ୍ପତ୍ତି ମୋ ସରକାରକୁ ନିର୍ଣ୍ଣାୟକ ସରକାର ଭାବେ ସ୍ବୀକୃତି ଦେଇଥିବା ମର୍ମୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ୯ ବର୍ଷ ଶାସନକାଳ ମଧ୍ୟରେ ଦେଶ ଅନେକ ସକାରାତ୍ମକ ପରିବର୍ତ୍ତନ ଦେଖିଛି। ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଶୀର୍ଷରେ ପହଞ୍ଚତ୍ବା ସବୁଠୁ ବଡ଼ ପରିବର୍ତ୍ତନ। ଦିନେ ଭାରତ ନିଜ ସମସ୍ୟାର ସମାଧାନ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିଲା। ଏବେ ଏହା ବିଶ୍ୱ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରୁଛି ବୋଲି ମୁର୍ମୁ କହିଛନ୍ତି।
ଡିଜିଟାଲ ନେଟ୍‌ଓ୍ବର୍କର ସମ୍ପ୍ରସାରଣ, ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଯୋଗୁ ଭାରତରେ ସ୍ଥିର, ନିର୍ଭୀକ ଏବଂ ନିର୍ଣ୍ଣାୟକ ସୃଷ୍ଟି ହୋଇଛି ଏବଂ ବଡ୍‌ ସ୍ବପ୍ନ ସାକାର କରିବା ଦିଗରେ କାର୍ଯ୍ୟ କରୁଛି। ବେଟି ବଚାଓ, ବେଟି ପଢ଼ାଓ ଅଭିଯାନର ସଫଳତା ଯୋଗୁ ଭାରତରେ ପ୍ରଥମ ଥର ପାଇଁ ମହିଳାଙ୍କ ସଂଖ୍ୟା ପୁରୁଷଙ୍କୁ ଟପିଛି। ଡିଜିଟାଲ ଇଣ୍ଡିଆ ଯୋଗୁ ଦେଶରେ ସ୍ଥାୟୀ ଓ ସ୍ବଚ୍ଛ ବ୍ୟବସ୍ଥା ହୋଇପାରିଛି ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି।

Share