ଦୂରରୁ ଧରା ଦର୍ଶନ

ନୀଲ୍ ଆର୍ମଷ୍ଟ୍ରଙ୍ଗ୍‌ ୧୯୬୯ ମସିହାରେ ଚନ୍ଦ୍ର ଉପରେ ପାଦ ପକାଇଥିଲେ। ଚନ୍ଦ୍ରପୃଷ୍ଠରେ ଚାଲିଥିଲେ। କିନ୍ତୁ ଆମେ ପୃଥିବୀରେ ରହି ଯେମିତି ରୁପା ଭଳି ଚକ୍‌ ଚକ୍‌ କରୁଥିବା ଚନ୍ଦ୍ର ବା ଜହ୍ନକୁ ଦେଖି ଖୁସିହେଉ, ଆର୍ମଷ୍ଟ୍ରଙ୍ଗ୍‌ଙ୍କୁ ଜହ୍ନ ସେମିତି ଦିଶୁ ନ ଥିଲା। ସେ ଚନ୍ଦ୍ରପୃଷ୍ଠରେ କଳା କଳା ଧୂଳି ଦେଖୁଥିଲେ । ତାଙ୍କ ଚାରିପାଖରେ ଛୋଟବଡ଼ ପାହାଡ଼ ଓ ଖାଲ ଥିଲା । ଜହ୍ନର ଏଭଳି ରୂପକୁ ଜଣେ ମହାକାଶ ବିଜ୍ଞାନୀ ଭାବରେ ସେ ସିନା ଗ୍ରହଣ କରୁଥିଲେ, କିନ୍ତୁ ଆମେ ସେମିତିକା ପାହାଡ଼-ପର୍ବତ-ଖାଲ-ଢିପରେ ଭରିଥିବା ଜହ୍ନକୁ ଗ୍ରହଣ କରିପାରିବା ନାହିଁ । ଏବେ ଆମେ ବୁଝିପାରୁଛୁ, ଦୂର ପରବତ ସୁନ୍ଦର ବୋଲି କାହିଁକି କୁହାଯାଏ । ଚନ୍ଦ୍ର ହେଉଛି ଆମ ପୃଥିବୀର ଉପଗ୍ରହ, ଯାହାକୁ ଆମେ ଜହ୍ନମାମୁ କହୁ । ଏବେ ଆମେ ପୃଥିବୀ କଥା ଚିନ୍ତା କରିବା । ପୃଥିବୀ ଉପରେ ଆମେ ରହୁ। ସେ ଆମକୁ କୋଳରେ ଧରିରଖିଛି ବୋଲି ତାକୁ ଆମେ ‘ଧରା’ ବା ‘ଧରିତ୍ରୀ’ ବୋଲି କହୁ । ଏହାର ଗଛଲତା, ଜୀବଜନ୍ତୁ ଓ ପାଣିପବନ ଆମକୁ ଭଲ ଲାଗେ । କିନ୍ତୁ ‘ଧରା’ ବା ପୃଥିବୀଠାରୁ ଅନେକ ଦୂରରେ ରହି ପୃଥିବୀକୁ ଦେଖିଲେ, ତାହା କେମିତି ଦିଶିବ, ସେଇ ବିଷୟରେ ଏଠାରେ ଆଲୋଚନା କରିବା।
ପୃଥିବୀ ମଧ୍ୟ କମଳାଲେମ୍ବୁ ପରି ଗୋଲ୍‌ ବୋଲି ଆମେ ବହିରେ ପଢ଼ିଛୁ । କିନ୍ତୁ ଆମେ କେବେ ନିଜ ଆଖିରେ ପୃଥିବୀର ଗୋଲ୍‌ ଆକାରକୁ ଦେଖିନାହୁଁ । କାହିଁକି ନା, ଆମର ଆକାରକୁ ଦେଖିଲେ ପୃଥିବୀର ଆକାର ଖୁବ୍‌ ବଡ଼ । ତେଣୁ ତା’ ଉପରେ ଛିଡ଼ା ହୋଇ ଆମେ ସମୁଦାୟ ପୃଥିବୀକୁ ଦେଖିବା ସମ୍ଭବ ନୁହେଁ । ପୃଥିବୀ ଉପରେ ଛିଡ଼ା ହୋଇ କେବଳ ପୃଥିବୀପୃଷ୍ଠର କିଛି ଅଂଶ ଦେଖିପାରିବା, ଯାହାକି ପୃଥିବୀର ପ୍ରକୃତ ଆକାର ତୁଳନାରେ କିଛି ନୁହଁ । ତେଣୁ ସେତିକି ଅଂଶରୁ ପୃଥିବୀର ପ୍ରକୃତ ବିଶାଳ ଆକାର ଜଣାପଡିବ ନାହିଁ । ବରଂ ପୃଥିବୀର ଅଧିକ ଅଞ୍ଚଳକୁ ଦେଖିବା ଲାଗି ଚେଷ୍ଟା କରିବା । ପୃଥିବୀର ପୃଷ୍ଠ ସମତଳ ନୁହେଁ। ଅର୍ଥାତ୍‌ ତାହା ସବୁଠି ସମାନ ଉଚ୍ଚତାରେ ନାହିଁ। ପୃଥିବୀ ପୃଷ୍ଠରେ କୋଉଠି ଉଚ୍ଚ ମାଳଭୂମି ରହିଛି ତ କୋଉଠି ହିମାଳୟ ଭଳି ବିଶାଳ ପର୍ବତ ଛିଡ଼ା ହୋଇଛି। ତେଣୁ ସବୁ ଜାଗାରୁ ସମାନ ପରିମାଣର ଅଞ୍ଚଳ ଦେଖିବା ସମ୍ଭବ ନୁହେଁ । ସମୁଦ୍ର କୂଳକୁ ପୃଥିବୀପୃଷ୍ଠର ପ୍ରକୃତ ସମତଳ ଅଞ୍ଚଳ ଭାବରେ ନିଆଯାଏ । ଆମେ ସମୁଦ୍ର କୂଳରେ ଛିଡ଼ା ହୋଇ ାରିଆଡ଼କୁ ଦେଖିଲେ ଅତି ବେଶିରେ ୪ କିଲୋମିଟର ଦୂରତା ପର୍ଯ୍ୟନ୍ତ ଦେଖିପାରିବୁ । ତା’ ପରେ ପୃଥିବୀପୃଷ୍ଠ ତଳକୁ ମୋଡ଼ିଗଲା ପରି ଜଣାପଡ଼ିବ । ମନେ ହେବ ସତେଯେମିତି ସେଇଠି ପୃଥିବୀ ସରିଯାଇଛି। ତାହାକୁ ଦିଗ୍‌ବଳୟ (ହରାଇଜନ୍‌) କୁହାଯାଏ। ପୃଥିବୀ କମଳାଲେମ୍ବୁ ପରି ଗୋଲ୍‌ ହେଇଥିବାରୁ ଆମକୁ ଏମିତି ଦିଶେ । ଗୋଲ୍‌ ପୃଥିବୀର କେନ୍ଦ୍ରରୁ ଭୂପୃଷ୍ଠ ପର୍ଯ୍ୟନ୍ତ ୬,୪୦୦ କିଲୋମିଟର ହେବ । ଅର୍ଥାତ୍‌ ୧୨,୮୦୦ କିଲୋମିଟର ଓସାରର ଫାଙ୍କ ଭିତରେ ପୃଥିବୀ ଗଳିପାରିବ । ଗୋଲ୍‌ ପୃଥିବୀର ପୃଷ୍ଠତଳ କମଳାଲେମ୍ବୁର ପୃଷ୍ଠ ପରି ସବୁଠି ବଙ୍କେଇ ହୋଇ ରହିଛି । କିନ୍ତୁ ପୃଥିବୀର ଆକାର ଅତି ବିଶାଳ ହୋଇଥିବାରୁ ଆମେ ସେଇ ବଙ୍କା ଆକାରକୁ ଅନୁଭବ କରିପାରୁନାହିଁ। ଆମେ ବିଶାଳ ପୃଷ୍ଠର ମାତ୍ର କିଛି ଅଂଶ ଦେଖୁ ବୋଲି ତାହା ସମତଳ ଲାଗେ । ଫୁଟବଲ୍‌ ବା କମଳାଲେମ୍ବୁ ଉପରେ କ୍ଷୁଦ୍ର ପିମ୍ପୁଡ଼ି ଯେପରି ସହଜରେ ଚାଲିବୁଲି ପାରେ, ତଳକୁ ଟଳି ପଡ଼ିବାର ଭୟ ନଥାଏ, ଆମେ ସେମିତି ବିଶାଳ ପୃଥିବୀର ବଙ୍କା ପୃଷ୍ଠ ଉପରେ ସହଜରେ ଲାବୁଲା କରିପାରୁ । ପୃଥିବୀ ପୃଷ୍ଠର ବକ୍ରତାକୁ ଆଦୌ ଅନୁଭବ କରିହୁଏ ନାହିଁ ।
ଉଚ୍ଚତା ଦେଢ ମିଟର ହେବ। ଜଣେ ଦେଢ ମିଟର ଉଚ୍ଚତାର ମଣିଷ ୧୨,୮୦୦ କିଲୋମିଟର ଓସାର ପୃଥିବୀର ପୃଷ୍ଠରେ ଛିଡା ହେଇ ପୂରା ପୃଥିବୀକୁ ଦେଖିବା ସମ୍ଭବ ନୁହେଁ । ବରଂ ଆମେ ଭୂଇଁଠାରୁ ଟିକିଏ ଉପରକୁ ଉଠିଯାଇ ପୃଥିବୀକୁ ଅନେଇଲେ କିଛିଟା ଲାଭ ହେବ। ହଁ, ଆମେ ସମୁଦ୍ର କୂଳରେ ଭୂଇଁଠାରୁ ଅଧିକ ଅଧିକ ଉଚ୍ଚତାକୁ ଉଠିଲେ, ଦୂର ଦିଗବଳୟ ଆମଠାରୁ ଆହୁରି ଦୂରେଇ ଦୂରେଇ ଯିବ । ଏହାର ଅର୍ଥ ପୃଥିବୀ ପୃଷ୍ଠର ଅଧିକ ଅଂଶ ଦେଖିପାରିବା । ଆମେ ସମୁଦ୍ରକୂଳରେ ଭୂଇଁଠାରୁ ୬ ମିଟର ଉପରକୁ ଉଠିଗଲେ, ଆମଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଦିଗ୍‌ବଳୟ ରହିବ । ସେହିପରି ୯୦ ମିଟର ଉଚ୍ଚତାରୁ ଆମେ ପୃଥିବୀପୃଷ୍ଠର ପ୍ରାୟ ୩୪ କିଲୋମିଟର ଦୂରତା ପର୍ଯ୍ୟନ୍ତ ଦେଖିପାରିବୁ । ଯଦି ୧୦୫୦ ମିଟର ଉଚ୍ଚର ଏକ ପାହାଡ଼ ଚୂଳରେ ଛିଡ଼ା ହେବୁ, ତେବେ ଆମକୁ ୧୩୦ କିଲୋମିଟର ପର୍ଯ୍ୟନ୍ତ ଭୂପୃଷ୍ଠ ଦେଖାଯିବ । ଆହୁରି ଉଚ୍ଚକୁ ଉଠିବା ପାଇଁ ଆମେ ଉଡ଼ାଜାହାଜର ସାହାଯ୍ୟ ନେବାକୁ ପଡ଼ିବ । ଯଦି ୪,୮୦୦ ମିଟର ଉଚ୍ଚତାରେ ଉଡୁଥିବା ଉଡ଼ାଜାହାଜରେ ବସିବା, ତା’ହେଲେ ଆମ ଚାରିପଟେ ୨୬୫ କିଲୋମିଟର ପର୍ଯ୍ୟନ୍ତ ଭୂପୃଷ୍ଠକୁ ଦେଖିପାରିବା । ତଥାପି ଆମେ ପୃଥିବୀକୁ ସଂପୂର୍ଣ୍ଣ ଦେଖିପାରିବା ନାହିଁ । ଆମକୁ ଆହୁରି ଉପରକୁ ଯିବାକୁ ପଡ଼ିବ । ଆମର ଉପଗ୍ରହ ଚନ୍ଦ୍ର ଆମଠାରୁ ୩,୮୪,୪୪୦ କି.ମି. ଉଚ୍ଚତାରେ ରହିଛି । ଚନ୍ଦ୍ରପୃଷ୍ଠରୁ ରହି ପୃଥିବୀକୁ ଦେଖିଲେ ପୃଥିବୀର ପ୍ରକୃତ ଆକୃତି ଜଣାପଡିବ । ଚନ୍ଦ୍ରପୃଷ୍ଠରୁ ଦେଖିଲେ ଆମକୁ ପୃଥିବୀ ଗୋଟିଏ ସୁନ୍ଦର ନୀଳ ଫୁଟବଲ୍‌ ପରି ଦିଶିବ । ସେତେବେଳେ ଆମେ ପୃଥିବୀ ଗୋଲ୍‌ ବୋଲି ନିଃସନ୍ଦେହରେ କହିପାରିବା । ଆହୁରି ମଧ୍ୟ କହିପାରିବା, ଆମ ପୃଥିବୀକୁ ପାଖରୁ ଦେଖିଲେ ଯେମିତି ସୁନ୍ଦର, ଦୂରରୁ ବି ସେମିତି ସୁନ୍ଦର ।

ଡ. କମଳାକାନ୍ତ ଜେନା
-ବିଭାଗୀୟ ମୁଖ୍ୟ (ପଦାର୍ଥ ବିଜ୍ଞାନ ବିଭାଗ),
ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ
ମୋ : ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri