ଦୂରରୁ ଧରା ଦର୍ଶନ

ନୀଲ୍ ଆର୍ମଷ୍ଟ୍ରଙ୍ଗ୍‌ ୧୯୬୯ ମସିହାରେ ଚନ୍ଦ୍ର ଉପରେ ପାଦ ପକାଇଥିଲେ। ଚନ୍ଦ୍ରପୃଷ୍ଠରେ ଚାଲିଥିଲେ। କିନ୍ତୁ ଆମେ ପୃଥିବୀରେ ରହି ଯେମିତି ରୁପା ଭଳି ଚକ୍‌ ଚକ୍‌ କରୁଥିବା ଚନ୍ଦ୍ର ବା ଜହ୍ନକୁ ଦେଖି ଖୁସିହେଉ, ଆର୍ମଷ୍ଟ୍ରଙ୍ଗ୍‌ଙ୍କୁ ଜହ୍ନ ସେମିତି ଦିଶୁ ନ ଥିଲା। ସେ ଚନ୍ଦ୍ରପୃଷ୍ଠରେ କଳା କଳା ଧୂଳି ଦେଖୁଥିଲେ । ତାଙ୍କ ଚାରିପାଖରେ ଛୋଟବଡ଼ ପାହାଡ଼ ଓ ଖାଲ ଥିଲା । ଜହ୍ନର ଏଭଳି ରୂପକୁ ଜଣେ ମହାକାଶ ବିଜ୍ଞାନୀ ଭାବରେ ସେ ସିନା ଗ୍ରହଣ କରୁଥିଲେ, କିନ୍ତୁ ଆମେ ସେମିତିକା ପାହାଡ଼-ପର୍ବତ-ଖାଲ-ଢିପରେ ଭରିଥିବା ଜହ୍ନକୁ ଗ୍ରହଣ କରିପାରିବା ନାହିଁ । ଏବେ ଆମେ ବୁଝିପାରୁଛୁ, ଦୂର ପରବତ ସୁନ୍ଦର ବୋଲି କାହିଁକି କୁହାଯାଏ । ଚନ୍ଦ୍ର ହେଉଛି ଆମ ପୃଥିବୀର ଉପଗ୍ରହ, ଯାହାକୁ ଆମେ ଜହ୍ନମାମୁ କହୁ । ଏବେ ଆମେ ପୃଥିବୀ କଥା ଚିନ୍ତା କରିବା । ପୃଥିବୀ ଉପରେ ଆମେ ରହୁ। ସେ ଆମକୁ କୋଳରେ ଧରିରଖିଛି ବୋଲି ତାକୁ ଆମେ ‘ଧରା’ ବା ‘ଧରିତ୍ରୀ’ ବୋଲି କହୁ । ଏହାର ଗଛଲତା, ଜୀବଜନ୍ତୁ ଓ ପାଣିପବନ ଆମକୁ ଭଲ ଲାଗେ । କିନ୍ତୁ ‘ଧରା’ ବା ପୃଥିବୀଠାରୁ ଅନେକ ଦୂରରେ ରହି ପୃଥିବୀକୁ ଦେଖିଲେ, ତାହା କେମିତି ଦିଶିବ, ସେଇ ବିଷୟରେ ଏଠାରେ ଆଲୋଚନା କରିବା।
ପୃଥିବୀ ମଧ୍ୟ କମଳାଲେମ୍ବୁ ପରି ଗୋଲ୍‌ ବୋଲି ଆମେ ବହିରେ ପଢ଼ିଛୁ । କିନ୍ତୁ ଆମେ କେବେ ନିଜ ଆଖିରେ ପୃଥିବୀର ଗୋଲ୍‌ ଆକାରକୁ ଦେଖିନାହୁଁ । କାହିଁକି ନା, ଆମର ଆକାରକୁ ଦେଖିଲେ ପୃଥିବୀର ଆକାର ଖୁବ୍‌ ବଡ଼ । ତେଣୁ ତା’ ଉପରେ ଛିଡ଼ା ହୋଇ ଆମେ ସମୁଦାୟ ପୃଥିବୀକୁ ଦେଖିବା ସମ୍ଭବ ନୁହେଁ । ପୃଥିବୀ ଉପରେ ଛିଡ଼ା ହୋଇ କେବଳ ପୃଥିବୀପୃଷ୍ଠର କିଛି ଅଂଶ ଦେଖିପାରିବା, ଯାହାକି ପୃଥିବୀର ପ୍ରକୃତ ଆକାର ତୁଳନାରେ କିଛି ନୁହଁ । ତେଣୁ ସେତିକି ଅଂଶରୁ ପୃଥିବୀର ପ୍ରକୃତ ବିଶାଳ ଆକାର ଜଣାପଡିବ ନାହିଁ । ବରଂ ପୃଥିବୀର ଅଧିକ ଅଞ୍ଚଳକୁ ଦେଖିବା ଲାଗି ଚେଷ୍ଟା କରିବା । ପୃଥିବୀର ପୃଷ୍ଠ ସମତଳ ନୁହେଁ। ଅର୍ଥାତ୍‌ ତାହା ସବୁଠି ସମାନ ଉଚ୍ଚତାରେ ନାହିଁ। ପୃଥିବୀ ପୃଷ୍ଠରେ କୋଉଠି ଉଚ୍ଚ ମାଳଭୂମି ରହିଛି ତ କୋଉଠି ହିମାଳୟ ଭଳି ବିଶାଳ ପର୍ବତ ଛିଡ଼ା ହୋଇଛି। ତେଣୁ ସବୁ ଜାଗାରୁ ସମାନ ପରିମାଣର ଅଞ୍ଚଳ ଦେଖିବା ସମ୍ଭବ ନୁହେଁ । ସମୁଦ୍ର କୂଳକୁ ପୃଥିବୀପୃଷ୍ଠର ପ୍ରକୃତ ସମତଳ ଅଞ୍ଚଳ ଭାବରେ ନିଆଯାଏ । ଆମେ ସମୁଦ୍ର କୂଳରେ ଛିଡ଼ା ହୋଇ ାରିଆଡ଼କୁ ଦେଖିଲେ ଅତି ବେଶିରେ ୪ କିଲୋମିଟର ଦୂରତା ପର୍ଯ୍ୟନ୍ତ ଦେଖିପାରିବୁ । ତା’ ପରେ ପୃଥିବୀପୃଷ୍ଠ ତଳକୁ ମୋଡ଼ିଗଲା ପରି ଜଣାପଡ଼ିବ । ମନେ ହେବ ସତେଯେମିତି ସେଇଠି ପୃଥିବୀ ସରିଯାଇଛି। ତାହାକୁ ଦିଗ୍‌ବଳୟ (ହରାଇଜନ୍‌) କୁହାଯାଏ। ପୃଥିବୀ କମଳାଲେମ୍ବୁ ପରି ଗୋଲ୍‌ ହେଇଥିବାରୁ ଆମକୁ ଏମିତି ଦିଶେ । ଗୋଲ୍‌ ପୃଥିବୀର କେନ୍ଦ୍ରରୁ ଭୂପୃଷ୍ଠ ପର୍ଯ୍ୟନ୍ତ ୬,୪୦୦ କିଲୋମିଟର ହେବ । ଅର୍ଥାତ୍‌ ୧୨,୮୦୦ କିଲୋମିଟର ଓସାରର ଫାଙ୍କ ଭିତରେ ପୃଥିବୀ ଗଳିପାରିବ । ଗୋଲ୍‌ ପୃଥିବୀର ପୃଷ୍ଠତଳ କମଳାଲେମ୍ବୁର ପୃଷ୍ଠ ପରି ସବୁଠି ବଙ୍କେଇ ହୋଇ ରହିଛି । କିନ୍ତୁ ପୃଥିବୀର ଆକାର ଅତି ବିଶାଳ ହୋଇଥିବାରୁ ଆମେ ସେଇ ବଙ୍କା ଆକାରକୁ ଅନୁଭବ କରିପାରୁନାହିଁ। ଆମେ ବିଶାଳ ପୃଷ୍ଠର ମାତ୍ର କିଛି ଅଂଶ ଦେଖୁ ବୋଲି ତାହା ସମତଳ ଲାଗେ । ଫୁଟବଲ୍‌ ବା କମଳାଲେମ୍ବୁ ଉପରେ କ୍ଷୁଦ୍ର ପିମ୍ପୁଡ଼ି ଯେପରି ସହଜରେ ଚାଲିବୁଲି ପାରେ, ତଳକୁ ଟଳି ପଡ଼ିବାର ଭୟ ନଥାଏ, ଆମେ ସେମିତି ବିଶାଳ ପୃଥିବୀର ବଙ୍କା ପୃଷ୍ଠ ଉପରେ ସହଜରେ ଲାବୁଲା କରିପାରୁ । ପୃଥିବୀ ପୃଷ୍ଠର ବକ୍ରତାକୁ ଆଦୌ ଅନୁଭବ କରିହୁଏ ନାହିଁ ।
ଉଚ୍ଚତା ଦେଢ ମିଟର ହେବ। ଜଣେ ଦେଢ ମିଟର ଉଚ୍ଚତାର ମଣିଷ ୧୨,୮୦୦ କିଲୋମିଟର ଓସାର ପୃଥିବୀର ପୃଷ୍ଠରେ ଛିଡା ହେଇ ପୂରା ପୃଥିବୀକୁ ଦେଖିବା ସମ୍ଭବ ନୁହେଁ । ବରଂ ଆମେ ଭୂଇଁଠାରୁ ଟିକିଏ ଉପରକୁ ଉଠିଯାଇ ପୃଥିବୀକୁ ଅନେଇଲେ କିଛିଟା ଲାଭ ହେବ। ହଁ, ଆମେ ସମୁଦ୍ର କୂଳରେ ଭୂଇଁଠାରୁ ଅଧିକ ଅଧିକ ଉଚ୍ଚତାକୁ ଉଠିଲେ, ଦୂର ଦିଗବଳୟ ଆମଠାରୁ ଆହୁରି ଦୂରେଇ ଦୂରେଇ ଯିବ । ଏହାର ଅର୍ଥ ପୃଥିବୀ ପୃଷ୍ଠର ଅଧିକ ଅଂଶ ଦେଖିପାରିବା । ଆମେ ସମୁଦ୍ରକୂଳରେ ଭୂଇଁଠାରୁ ୬ ମିଟର ଉପରକୁ ଉଠିଗଲେ, ଆମଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଦିଗ୍‌ବଳୟ ରହିବ । ସେହିପରି ୯୦ ମିଟର ଉଚ୍ଚତାରୁ ଆମେ ପୃଥିବୀପୃଷ୍ଠର ପ୍ରାୟ ୩୪ କିଲୋମିଟର ଦୂରତା ପର୍ଯ୍ୟନ୍ତ ଦେଖିପାରିବୁ । ଯଦି ୧୦୫୦ ମିଟର ଉଚ୍ଚର ଏକ ପାହାଡ଼ ଚୂଳରେ ଛିଡ଼ା ହେବୁ, ତେବେ ଆମକୁ ୧୩୦ କିଲୋମିଟର ପର୍ଯ୍ୟନ୍ତ ଭୂପୃଷ୍ଠ ଦେଖାଯିବ । ଆହୁରି ଉଚ୍ଚକୁ ଉଠିବା ପାଇଁ ଆମେ ଉଡ଼ାଜାହାଜର ସାହାଯ୍ୟ ନେବାକୁ ପଡ଼ିବ । ଯଦି ୪,୮୦୦ ମିଟର ଉଚ୍ଚତାରେ ଉଡୁଥିବା ଉଡ଼ାଜାହାଜରେ ବସିବା, ତା’ହେଲେ ଆମ ଚାରିପଟେ ୨୬୫ କିଲୋମିଟର ପର୍ଯ୍ୟନ୍ତ ଭୂପୃଷ୍ଠକୁ ଦେଖିପାରିବା । ତଥାପି ଆମେ ପୃଥିବୀକୁ ସଂପୂର୍ଣ୍ଣ ଦେଖିପାରିବା ନାହିଁ । ଆମକୁ ଆହୁରି ଉପରକୁ ଯିବାକୁ ପଡ଼ିବ । ଆମର ଉପଗ୍ରହ ଚନ୍ଦ୍ର ଆମଠାରୁ ୩,୮୪,୪୪୦ କି.ମି. ଉଚ୍ଚତାରେ ରହିଛି । ଚନ୍ଦ୍ରପୃଷ୍ଠରୁ ରହି ପୃଥିବୀକୁ ଦେଖିଲେ ପୃଥିବୀର ପ୍ରକୃତ ଆକୃତି ଜଣାପଡିବ । ଚନ୍ଦ୍ରପୃଷ୍ଠରୁ ଦେଖିଲେ ଆମକୁ ପୃଥିବୀ ଗୋଟିଏ ସୁନ୍ଦର ନୀଳ ଫୁଟବଲ୍‌ ପରି ଦିଶିବ । ସେତେବେଳେ ଆମେ ପୃଥିବୀ ଗୋଲ୍‌ ବୋଲି ନିଃସନ୍ଦେହରେ କହିପାରିବା । ଆହୁରି ମଧ୍ୟ କହିପାରିବା, ଆମ ପୃଥିବୀକୁ ପାଖରୁ ଦେଖିଲେ ଯେମିତି ସୁନ୍ଦର, ଦୂରରୁ ବି ସେମିତି ସୁନ୍ଦର ।

ଡ. କମଳାକାନ୍ତ ଜେନା
-ବିଭାଗୀୟ ମୁଖ୍ୟ (ପଦାର୍ଥ ବିଜ୍ଞାନ ବିଭାଗ),
ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ
ମୋ : ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?