Posted inଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ: ପ୍ଲେଇଂ କଣ୍ଡିଶନ ନେଇ ଆଇସିସି ନିଷ୍ପତ୍ତିକୁ ଭାରତର ଅପେକ୍ଷା

ନୂଆଦିଲ୍ଲୀ,୨୦।୫(ପି.ଟି.): ଜୁନ୍‌ ୧୮ରୁ ୨୨ ତାରିଖ ମଧ୍ୟରେ ଇଂଲଣ୍ଡର ସାଉଥାମ୍ପଟନଠାରେ ଆୟୋଜନ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପ୍ରଥମ ସଂସ୍କରଣର ଫାଇନାଲ ମ୍ୟାଚ। ଏହି ହାଇପ୍ରୋଫାଇଲ ମ୍ୟାଚ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ। ଏବେଠାରୁ ଏହି ମ୍ୟାଚ୍‌ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି। ତେବେ ଯଦି ଏହି ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍‌ ଡ୍ର, ଟାଇ କିମ୍ବା ଓ୍ବାଶଆଉଟ ହୁଏ ତେବେ ଫଳାଫଳ କ’ଣ ହେବ ଓ କେଉଁ ଦଳକୁ ଚାମ୍ପିୟନ ଘୋଷିତ କରାଯିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଣି ମ୍ୟାଚ୍‌ର ପ୍ଲେଇଂ କଣ୍ଡିଶନ ଅର୍ଥାତ୍‌ ମ୍ୟାଚ୍‌ ସହିତ ଜଡିତ ପରିସ୍ଥିତି ସମ୍ପର୍କିତ ନିୟମ ଓ ସର୍ତ୍ତ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) କି ନିଷ୍ପତ୍ତି ନେଉଛି ସେ ନେଇ ଭାରତ ଉତ୍ସୁକତାର ସହ ଅପେକ୍ଷା କରିଛି। ଆଗାମୀ କିଛିଦିନରେ ଆଇସିସି ପ୍ଲେଇଂ କଣ୍ଡିଶନ ନେଇ ବିବରଣୀ ପ୍ରଦାନ କରିବ ବୋଲି ଆଶା କରାଯାଉଛି।
ଏହା ଏକ ଦ୍ୱିପାକ୍ଷିକ ସିରିଜର ଟେଷ୍ଟ ମ୍ୟାଚ୍‌ ନୁହଁ। ଏହା ଏକ ନିର୍ଣ୍ଣାୟକ ଫାଇନାଲ ମ୍ୟାଚ୍‌। ତେଣୁ ପ୍ଲେଇଂ କଣ୍ଡିଶନ ନେଇ ଆମେ ଜାଣିବାକୁ ଚାହୁଁଛୁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଯଦି ଏହି ମ୍ୟାଚ୍‌ ଡ୍ର, ଟାଇ କିମ୍ବା ଓ୍ବାଶଆଉଟ ହୁଏ ତେବେ ଫଳାଫଳ କ’ଣ ହେବ ଓ କେଉଁ ଦଳ ଟାଇଟଲ ଜିତିବ ସେ ନେଇ ନିଷ୍ପତ୍ତି କ’ଣ ହେବ ବୋଲି ସେ ପ୍ରଶ୍ନ ପଚାରିଛନ୍ତି। ତେଣୁ ଖୁବ୍‌ଶୀଘ୍ର ଏ ସଂକ୍ରାନ୍ତରେ ଆଇସିସି ପ୍ଲେଇଂ କଣ୍ଡିଶନ ପ୍ରକାଶ କରିବ। ତେବେ କେଉଁ ଦିନ କରିବ ଆମେ କହିପାରିବୁ ନାହିଁ ବୋଲି ସେ କହିଛନ୍ତି।
ଜୁନ୍‌ ପ୍ରାରମ୍ଭରେ ଭାରତୀୟ କ୍ରିକେଟ ଦଳ ଲଣ୍ଡନରେ ପହଞ୍ଚିବା ପରେ ଯଥାଶୀଘ୍ର ସାଉଥାମ୍ପଟନ ଯାତ୍ରା କରିବ ଓ ଏଗେଆସ ବାଉଲ୍‌ରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ ଅବସରରେ କ୍ୱାରାଣ୍ଟାଇନ୍‌ରେ ରହିବ। ତେବେ ଏହି କ୍ୱାରାଣ୍ଟାଇନ ଅବଧି ହାର୍ଡ ହେବ କି ସଫ୍ଟ ହେବ ଆଇସିସି ଆଗାମୀ ଦିନରେ ସୂଚନା ଦେବ। ଏହା ଏକ ଆଇସିସି ଇଭେଣ୍ଟ ହୋଇଥିବାରୁ ଫାଇନାଲ ନୋଟିଫିକେଶନ ସେମାନଙ୍କଠାରୁ ଆସିବ ବୋଲି ଜଣାଯାଇଛି। ସଫ୍ଟ କ୍ୱାରାଣ୍ଟାଇନ୍‌ରେ ଭାରତୀୟ ଦଳ ଟ୍ରେନିଂ ନେବାର ସୁଯୋଗ ପାଇବ। କ୍ୱାରାଣ୍ଟାଇନର ଅବଧି ନେଇ ମଧ୍ୟ ଆଲୋଚନା ଜାରି ରହିଛି। ଜୁନ୍‌ ୨ରେ ମୁମ୍ବାଇରେ ରହୁଥିବା ଖେଳାଳିମାନେ ଲୋକାଲ ବାୟୋ ବବଲରେ ଯୋଗଦେବେ।
ମୟଙ୍କ ଅଗ୍ରଓ୍ବାଲ, ରବିଚନ୍ଦ୍ରନ ଅଶ୍ୱିନ, ବୋଲିଂ କୋଚ୍‌ ଭାରତ ଅରୁନ ବୁଧବାର ଚେନ୍ନାଇରୁ ଚାର୍ଟାର୍ଡ ଫ୍ଲାଇଟ୍‌ ଜରିଆରେ ମୁମ୍ବାଇରେ ଆସି ପହଞ୍ଚିଛନ୍ତି। ମହମ୍ମଦ ସିରାଜ, ପୁରୁଷ ଟିମ୍‌ କୋଚ୍‌ ଆର. ଶ୍ରୀଧର, ମହିଳା ଟେଷ୍ଟ ଓ ଦିନିକିଆ ଅଧିନାୟିକା ମିଥାଲି ରାଜ ମଧ୍ୟ ହାଇଦ୍ରାବାଦରୁ ଆସିଛନ୍ତି। ତେବେ ମୁମ୍ବାଇ, ପୁଣେ ଓ ପାଖାପାଖି ସ୍ଥାନରେ ରହୁଥିତ୍ବା ଖେଳାଳିମାନେ ମେ’ ୨୪ରେ ଟିମ୍‌ ବବଲରେ ଯୋଗ ଦେବେ। ଏମାନଙ୍କ ମଧ୍ୟରେ ରହିଛନ୍ତି ବିରାଟ କୋହଲି, ଅଜିଙ୍କ୍ୟ ରାହାନେ, ରୋହିତ ଶର୍ମା ଓ ମହିଳା ଦଳ ବ୍ୟାଟର ଜେମିମା ରୋଡ୍ରିଗ୍ବେଜ। ଆପେଣ୍ଡିସାଇଟିସ୍‌ ଅସ୍ତ୍ରୋପଚାର କରାଇଥିବା ଲୋକେଶ ରାହୁଲ ମଧ୍ୟ ୨୪ରେ ବବଲରେ ଯୋଗଦେବେ ବୋଲି ଆଶା କରାଯାଉଛି। ବିସିସିଆଇ ସବୁ ପୁରୁଷ ଓ ମହିଳା ଖେଳାଳିଙ୍କ ପାଇଁ ଚାର୍ଟାର୍ଡ ବିମାନ ଓ ଯାତ୍ରା ପାଇଁ ବ୍ୟବସ୍ଥା କରିଛି।
ଷ୍ଟାଣ୍ଡ ବାଇ ପେସର ପ୍ରସିଦ୍ଧ କ୍ରିଷ୍ଣା, ରିଜର୍ଭ ଉଇକେଟକିପର ରିଦ୍ଧିମାନ ଶାହା, ଅଭିଜ୍ଞ ସ୍ପିନର ଅମିତ ମିଶ୍ରା କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି। ତେଣୁ ଏହି ଦୁଇ ଖେଳାଳି ସାମାନ୍ୟ ବିଳମ୍ବରେ ଯୋଗଦେବେ ବୋଲି କୁହାଯାଇଛି। ଠିକ୍‌ ସମୟରେ କ୍ରିଷ୍ଣା ଫିଟ୍‌ ନ ହୋଇପାରିଲେ ପଞ୍ଜାବ ମିଡ୍‌ଲ ଅର୍ଡର ବ୍ୟାଟ୍ସମ୍ୟାନ ମନଦୀପ ସିଂଙ୍କୁ ଷ୍ଟାଣ୍ଡବାଇ ଭାବେ ଦଳରେ ନିଆଯାଇପାରେ। ମୁମ୍ବାଇର ସୂର୍ଯ୍ୟକୁମାର ଯାଦବଙ୍କୁ ଗସ୍ତରେ ସାମିଲ କରିବାକୁ ଚର୍ଚ୍ଚା ହେଉଥିଲେ ମଧ୍ୟ ସେ ନେଇ ସୂଚନା ଦିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri