Categories: ଖେଳ

ପାକିସ୍ତାନକୁ ପଛରେ ପକାଇ ଭାରତ ନମ୍ବର ୧

ଓଭାଲ୍‌,୭।୯: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଦ୍ୱିତୀୟ ସିଜନରେ ଭାରତ ପାକିସ୍ତାନକୁ ପଛରେ ପକାଇ ଭାରତ ନମ୍ବର ୧ ସ୍ଥାନକୁ ଉନ୍ନୀତ ହୋଇଛି। ଇଂଲଣ୍ଡ ବିପକ୍ଷରେ ଓଭାଲ ଟେଷ୍ଟ ଜିତି ଭାରତ ଏହି ସ୍ଥାନ ହାସଲ କରିଛି। ଭାରତ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ୧୫୭ ରନରେ ଜିତିଥିଲା । ଏହି ସ୍ମରଣୀୟ ବିଜୟ ଆଧାରରେ ଭାରତ ୨୬ ପଏଣ୍ଟ ଏବଂ ୫୪,୧୭ ଅଙ୍କ ପ୍ରତିଶତ ପାଇଛି। ପଏଣ୍ଟ ଟେବୁଲରେ ୧୨ ପଏଣ୍ଟ ସହ ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି। ଉଭୟଙ୍କର ୫୦% ଅଙ୍କ ଅଛି ୧୪ ପଏଣ୍ଟ ସହ ଇଂଲଣ୍ଡ ଚତୁର୍ଥ ସ୍ଥାନରେ ରହିଛି। ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ ତୁଳନାରେ ଇଂଲଣ୍ଡର ସ୍କୋର ପ୍ରତିଶତ ମାତ୍ର ୧୯.୧୭ ଅଟେ।
ପ୍ରତ୍ୟେକ ଟେଷ୍ଟ ମ୍ୟାଚରେ ବିଜୟ ପାଇଁ ୧୨ ପଏଣ୍ଟ ଦିଆଯାଏ। ଟାଇ ପାଇଁ ୬ ପଏଣ୍ଟ, ଡ୍ର ପାଇଁ ୪ ପଏଣ୍ଟ। ମ୍ୟାଚ ହାରିଥିବା ଦଳ କୌଣସି ପଏଣ୍ଟ ପାଇବ ନାହିଁ। ଅନ୍ୟ ପଟେ, ଯଦି ଆମେ ମାର୍କର ଶତକଡ଼ା କଥା କହିବା, ତେବେ ଜିତିବାରେ ୧୦୦ ପ୍ରତିଶତ, ଟାଇରେ ୫୦ ପ୍ରତିଶତ ଏବଂ ଡ୍ରରେ ୩୩.୩୩ ପ୍ରତିଶତ ରହିଛି।

Share