Categories: ଫୁରସତ

ଏହି ବ୍ୟକ୍ତିଙ୍କୁ ଏମିତି ମୁଥ ମାରିଲେ ଦୁନିଆର ଶକ୍ତିଶାଳୀ ଯୋଦ୍ଧା, ଭାଇରାଲ ହେଉଛି ଭିଡିଓ

ପୂର୍ବତନ ଅଲିମ୍ପିକ ଜିମ୍ନାଷ୍ଟ ନାଇଲ ଓ୍ବିଲ୍‌ସନଙ୍କୁ ଏକ ଭୟଙ୍କର ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଛି। ଓ୍ବିଲ୍‌ସନ ଦୁନିଆର ସବୁଠାରୁ ଶକ୍ତିଶାଳୀ ଯୋଦ୍ଧା ଏଡି ହଲଙ୍କ ସହ ବକ୍ସିଂ ଖେଳରେ ଭାଗ ନେଇଥିଲେ। ଓ୍ବିଲସନ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ ପାଇଁ ଏହି ପଦକ୍ଷେପ ନେଇଥିଲେ। ଏବେ ତାଙ୍କର ଏହି ଭିଡିଓ ପ୍ଲାଟଫର୍ମରେ ଟ୍ରେଣ୍ଡ୍‌ କରୁଛି।

ୟୁଟ୍ୟୁବର ଏବଂ ପୂର୍ବ ଜିମ୍ନାଷ୍ଟ ଓ୍ବିଲସନଙ୍କ ଉଚ୍ଚତା ୫ ଫୁଟ ୩ ଇଞ୍ଚ। ସେ ବହୁତ ଫିଟ୍‌ ଦେଖାଯାନ୍ତି। କିନ୍ତୁ ସେ ଏବେ ଏପରି ଜଣେ ବ୍ୟକ୍ତିଙ୍କ ସାମ୍ନା କରିଛନ୍ତି ଯାହାଙ୍କ ଉଚ୍ଚତା ୬ ଫୁଟ ୩ ଇଞ୍ଚ। ଓ୍ବିଲସନଙ୍କ ଓଜନଠାରୁ ହଲଙ୍କ ଓଜନ ୧୦ ଗୁଣ ଅଧିକ।

ଭିଡିଓରେ ଦେଖିବାକୁ ମିଳିଛି, ଓ୍ବିଲସନ ପ୍ରଥମେ ହଲଙ୍କ ପେଟରେ ମୁଥ ମାରିଥିଲେ। ଏହା ହଲ୍‌ଙ୍କୁ କିଛି ଫରକ ପଡ଼ି ନ ଥିଲା। ଏହା ପରେ ହଲ୍‌ ଓ୍ବିଲସନଙ୍କୁ କହିଲେ ମୋତେ ମୁଥ ମାରିବା କିଛି ଫରକ ପଡ଼ିଲାନି। କାରଣ ମୋ ତାଲିମଦାତା ମୋ ପେଟରେ ମୁଥ ପରେ ମୁଥ ମାରିଥିଲେ। ତେଣୁ ତୁମ ମୁଥ ମୋତେ କାଟିଲାନି। ଏହା ପରେ ହଲ୍‌ଙ୍କ ପାଳି ଆସିଲା। ଓ୍ବିଲସନ ନିଜକୁ ବଞ୍ଚାଇବା ପାଇଁ ପ୍ରୋଟେକ୍ଟିଭ ଜ୍ୟାକେଟ ପିନ୍ଧିଥିଲେ। ହଲ ତାଙ୍କୁ ପଚାରିଲେ କ’ଣ ନିଜକୁ ସୁରକ୍ଷିତ ମନେ କରୁଛ। ଓ୍ବିଲ୍‌ସନ ହଡ଼ବଡ଼େଇ ଯାଇଥିବା ଦେଖିବାକୁ ମିଳିଥିଲା। ହଲ୍‌ ଏହା ପରେ ତାଙ୍କ ପେଟରେ ଏକ ଶକ୍ତ ମୁଥ ମାରିଲେ। ଫଳରେ ଓ୍ବିଲ୍‌ସନ ଯାଇ କିଛି ଦୂରରେ ପଡ଼ିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

Share