Categories: ଫୁରସତ

ବିଶ୍ୱର ସବୁଠାରୁ କଡା କଫି, ରହିଛି ମାତ୍ରାଧିକ କ୍ୟାଫିନ

ବିଶ୍ୱର ସବୁଠାରୁ କଡା କଫି ଭାବେ ଜଣାଶୁଣା ବାୟୋହାଜାର୍ଡ। ଏହି କଫିର ଏକ ୧୨ଆଉନ୍‌ସ ବିଶିଷ୍ଟ କପ୍‌ରେ ୯୨୮ ମିଲିଗ୍ରାମ କ୍ୟାଫିନ ରହିଛି। ଏହା ଦୈନିକ କ୍ୟାଫିନ ସେବନ ପରିମାଣର ପ୍ରାୟ ଦୁଇଗୁଣ।
ସୂଚନା ଥାଉ କି, ଗତ ଏକ ଦଶନ୍ଧି ଧରି ବିଭିନ୍ନ ବ୍ରାଣ୍ଡକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ କଫିର ମାନ୍ୟତା ମିଳିଛି। ୨୦୧୩ରେ ‘ଡେଥ୍‌ ଓ୍ବିସ’, ‘ବ୍ଲାକ ଇନ୍‌ସୋମ୍ନିଆ’। ତେବେ ଏସବୁ ଠାରୁ ସବୁଠାରୁ କଡା କଫି ଭାବେ ଶୀର୍ଷରେ ରହିଛି ବାୟୋହାଜାର୍ଡ। ୨୦୧୬ରେ ଏହି କଫି ମାର୍କେଟକୁ ଆସିଥିଲା। ଏହାକୁ ପିଇ ହଜମ କରିବା ସବୁଠୁ କଠିନ। ବିଭିନ୍ନ ଖାଦ୍ୟ ଓ ସ୍ବାସ୍ଥ୍ୟ ନିୟାମକ ସଂସ୍ଥା ପକ୍ଷରୁ ଦୈନିକ ସର୍ବାଧିକ ୪୦୦କିଲୋଗ୍ରାମ କ୍ୟାଫିନ ଗ୍ରହଣ ପାଇଁ ପରାମର୍ଶ କରାଯାଇଥିବାବେଳେ ୯୨୮ମିଲିଗ୍ରାମ କ୍ୟାଫିନ ବିଶିଷ୍ଟ ବାୟୋହାଜାର୍ଡ ଏକ ବିପଦଜ୍ଜନକ ପାନୀୟ। ମାତ୍ରାଧିକ କ୍ୟାଫିନ ପିଇବା ଦ୍ୱାରା ରକ୍ତଚାପ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି।
ଏନେଇ କଫିର ସହ ପ୍ରତିଷ୍ଠାତା କହିଛନ୍ତି, ଏହା ଏକ ଏନର୍ଜି ବୁଷ୍ଟର ଭାବେ କାମ କରିବ। ତେବେ କଫିର କୌଣସି ପ୍ରାଶ୍ୱ ପ୍ରତିକ୍ରିୟାକୁ ଲକ୍ଷ୍ୟ କରି କଫିର ପ୍ୟାକେଟରେ କପ୍‌ ପିଛା ୯୨୮କିଗ୍ରା କ୍ୟାଫିନ ରହିଛି ବୋଲି ସତର୍କ ସୂଚନା ରହିଛି।

Share