Posted inଫୁରସତ

‘ସମ୍ମାନ କର, ଭୟ କରନାହିଁ : ପ୍ରକୃତିର ନୀରବ ମୁରବିଙ୍କୁ ସୁରକ୍ଷା ଦିଅ’

ସାପ କେବଳ ଅନିଷ୍ଟକାରୀ ନୁହେଁ ପରିବେଶର ବନ୍ଧୁ ଆଉ ମଣିଷ ସମାଜ ପାଇଁ ଏହାର ଭୂମିକା ବି ଗୁରୁତ୍ୱପୂର୍ଣ୍ଣ। ତେଣୁ ଏମାନଙ୍କ ସୁରକ୍ଷା ତଥା ସମୁଚିତ ପରିଚାଳନା ସମ୍ପର୍କରେ ଜାଣିବା ଜରୁରୀ। ସାପ ସମ୍ପର୍କିତ ସଚେତନତା ପାଇଁ ଜୁଲାଇ ୧୬ରେ ପାଳିତ ହୋଇଆସୁଛି ‘ବିଶ୍ୱ ସର୍ପ ଦିବସ’। ତେବେ ଚଳିତ ବର୍ଷ ଏହି ଦିବସର ବିଷୟ ବସ୍ତୁ ରହିଛି ‘ସମ୍ମାନ କର, ଭୟ କରନାହିଁ : ପ୍ରକୃତିର ନୀରବ ମୁରବିଙ୍କୁ ସୁରକ୍ଷା ଦିଅ’।

ମାନବ ସମାଜ ପ୍ରତି ସାପ କେତେକାଂଶରେ ବିପଦ ସାଜୁଥିଲେ ହେଁ ସେମାନଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ପରିବେଶ ସନ୍ତୁଳନ ରକ୍ଷା କରିବାରେ ସେମାନଙ୍କର ଭୂମିକା ଉଲ୍ଲେଖନୀୟ। ସେହିପରି ସାପ ବିଷରୁ ଅନେକ ଔଷଧ ମଧ୍ୟ ତିଆରି ହେଉଛି। କିନ୍ତୁ ସାପ ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶିଯାଏ। ସାଧାରଣତଃ ସାପ ବିଷଧର ହୋଇଥିବାରୁ ଏହାକୁ ନେଇ ଆବଶ୍ୟକତାଠାରୁ ଅଧିକ ଭୟ ରହିଆସିଛି। ତେଣୁ ସଚେତନତା ମାଧ୍ୟମରେ ଲୋକଙ୍କ ମଧ୍ୟରେ ଭୟ, ଅନ୍ଧବିଶ୍ୱାସ ଏବଂ ଭ୍ରାନ୍ତଧାରଣାକୁ ଦୂରେଇବା ପାଇଁ ଜୁଲାଇ ୧୬ ତାରିଖରେ ‘ବିଶ୍ୱ ସର୍ପ ଦିବସ’ ପାଳନ କରାଯାଇଆସୁଛି। ସାପଙ୍କୁ ନେଇ ଲୋକଙ୍କ ମନରେ କାହିଁ କେଉଁ କାଳରୁ ଅନେକ ଅନ୍ଧବିଶ୍ୱାସ ରହିଆସିଛି। ସାପ କାମୁଡ଼ାର ଚିକିତ୍ସା କ୍ଷେତ୍ରରେ ହେଉ ଅବା ସାପକୁ ନେଇ ହେଉ ଭିନ୍ନ ଲୋକଙ୍କର ଭିନ୍ନ ମତ। ଯାହାକି ଧୀରେଧୀରେ ଭ୍ରାନ୍ତଧାରଣା ଜନ୍ମାଉଛି। ଫଳରେ କେତେକ ସ୍ଥାନରେ ଲୋକଙ୍କର ଜୀବନହାନି ହେଉଥିବାବେଳେ ଆଉ କେତେକ ସ୍ଥଳରେ ସାପମାନଙ୍କୁ ମାରି ଦିଆଯାଉଛି। ବିଶେଷକରି ଘରୁ କିମ୍ବା ଆଖପାଖରୁ ସାପଟିଏ ବାହାରିଲେ ତାକୁ ଲୋକେ ବାଡେଇ ବାଡେଇ ମାରି ଦେଉଛନ୍ତି। ତାହା ବିଷଧର ସାପ କି ନୁହେଁ ସେଇଟା ମଧ୍ୟ ଦେଖୁ ନାହାନ୍ତି। ତେଣୁ ସାପକୁ ସୁରକ୍ଷିତ ଭାବେ ଧରିବା ଏବଂ ତାକୁ ନେଇ ସେମାନଙ୍କର ବାସସ୍ଥଳୀରେ ଛାଡିବା ଏକ ମହାନ୍‌ କାର୍ଯ୍ୟ। ବିଶ୍ୱ ସର୍ପ ଦିବସ ଅବସରରେ ସାପକୁ ଉଦ୍ଧାର କରିବା ତଥା ସେମାନଙ୍କ ସୁରକ୍ଷା ପାଇଁ କାମ କରୁଥିବା କିଛି ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନର କାର୍ଯ୍ୟଧାରାକୁ ନେଇ ଧରିତ୍ରୀର ବିଶେଷ ଉପସ୍ଥାପନା।
ଓଡ଼ିଶାରେ ଦେଖାଯାଉଥିବା ସାପ
ଓଡ଼ିଶାରେ ସାଧାରଣତଃ ଦେଖାଯାଉଥିବା ସାପଙ୍କ ମଧ୍ୟରେ ନାଗ, ତମ୍ପ, ଚିତି, ରଣା, ଚନ୍ଦନ ବୋଡ଼ା (ରସଲ ଭାଇପର୍‌), ଧୂଳିଆ ବୋଡ଼ା (ସ’ ସ୍ପେଲ୍‌ଡ ଭାଇପର୍‌), ତାଳୁଆ ବୋଡ଼ା (ବାମ୍ବୋ ପିଟ୍‌ ଭାଇପର୍‌), ଅହିରାଜ (କିଙ୍ଗ୍‌କୋବ୍ରା)ଆଦି ବିଷଧର ଅଟନ୍ତି। ସେହିପରି ବିଷହୀନ ସାପଙ୍କ ମଧ୍ୟରେ ଧଣ୍ଡ, ଢମଣା, ମାଟି ବିରାଡ଼ି, ଅଜଗର, କାଣ୍ଡନାଳ, ବାଲିବୋଡ଼ା, ଦୋମୁଣ୍ଡିଆ ଆଦି ରହିଛନ୍ତି। ଏମାନଙ୍କ ବ୍ୟତୀତ ଲାଉ ଡଙ୍କିଆ, ତାଳି ଆଦି କିଛି ସାପ ସ୍ବଳ୍ପ ବିଷଧାରୀ। ଏମାନେ ଏଣ୍ଡୁଅ, ଝିଟିପିଟି ଏବଂ ଛୋଟଛୋଟ ପକ୍ଷୀମାନଙ୍କ ପାଇଁ ବିଷଧର ଥିବାବେଳେ ମଣିଷଙ୍କ କ୍ଷେତ୍ରରେ ସେତେଟା ବିଷାକ୍ତ ନୁହନ୍ତି।
ସାପଙ୍କ ସାଥୀ ‘ସାଥୀ ପରିବାର’
ସାପଙ୍କ ସୁରକ୍ଷା ପାଇଁ ୨୦୧୮ରୁ କାମ କରି ଆସୁଛି ‘ସାଥୀ ପରିବାର’। ଅନୁଗୋଳ ଜିଲାରେ ସାପକାମୁଡା ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ଲାଗି ସ୍ନେକ ବାଇଟ୍‌ ଡେଥ୍‌ ଫ୍ରି ଡିଷ୍ଟ୍ରିକ୍ଟ ଅନୁଗୋଳ ନାମରେ ଏକ ସଚେତନତା କ୍ୟାମ୍ପେନ ଆରମ୍ଭ କରାଯାଇଥିଲା। ଏବେସୁଦ୍ଧା ୨୦୦ରୁ ଅଧିକ ଗ୍ରାମ, ସ୍କୁଲ ଓ କଲେଜରେ ସଚେତନତା କାର୍ଯ୍ୟକ୍ରମ କରାଯାଇ ଛାତ୍ରୀଛାତ୍ରଙ୍କୁ ସଚେତନ କରାଯିବା ସହ ଏମାନେ ସାପଙ୍କ ସାଥୀ ଭାବେ କାର୍ଯ୍ୟ କରୁଛନ୍ତି। ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରୁ ୩୦% କେବଳ ସାପକାମୁଡ଼ାରେ ଜୀବନ ଯାଉଛି। ସରକାରୀ ରିପୋର୍ଟ ଅନୁସାରେ ଗତ ୧୦ବର୍ଷ ମଧ୍ୟରେ ଓଡ଼ିଶାରୁ ୯୪୧୯ଜଣ ଲୋକ ସାପକାମୁଡ଼ାରେ ପ୍ରାଣ ହରାଇଛନ୍ତି। ଡାକ୍ତରୀ ଚିକିତ୍ସାରେ ବିଶ୍ବାସ ନକରି ଗୁଣିଗାରେଡ଼ି ଓ ଝଡ଼ାଫୁଙ୍କା ଭଳି ଅନ୍ଧବିଶ୍ବାସ ଉପରେ ବିଶ୍ବାସ କରିବା ଫଳରେ ଏତେ
ସଂଖ୍ୟାରେ ସାପକାମୁଡ଼ାରେ ମୃତ୍ୟୁବରଣ କରୁଛନ୍ତି ବୋଲି ଅନୁଷ୍ଠାନର ସଭାପତି ସିଦ୍ଧାର୍ଥ ପ୍ରଧାନ କହିଛନ୍ତି। ଓଡ଼ିଶାରେ ବିଶେଷକରି ଚିତି ଓ ନାଗ ସାପ କାମୁଡ଼ାରେ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି। ଅଧିକାଂଶ ଲୋକଙ୍କୁ ରାତିରେ ଶୋଇବା ଅବସ୍ଥାରେ ଏହି ସାପ କାମୁଡ଼ିଥାନ୍ତି। ଫଳରେ ଶରୀରରେ ବିଷକ୍ରିୟା ଯୋଗୁ ଲୋକର ଜୀବନ ଚାଲିଯାଇଥାଏ। ତେଣୁ ସାପଙ୍କ ପ୍ରତି ସତର୍କ ରହିବା ଆବଶ୍ୟକ। ବିଶେଷକରି ସାପ କାମୁଡ଼ିବା ଜାଣିବା ମାତ୍ରେ ଭୟଭୀତ ନ ହୋଇ ଏବଂ ଆଦୌ ସମୟ ନଷ୍ଟ ନ କରି ଡାକ୍ତରଙ୍କଖାନାକୁ ଯିବା ଆବଶ୍ୟକ। ସେହିପରି ପରିବେଶ ତଥା ଚିକିତ୍ସା ବିଜ୍ଞାନ ପାଇଁ ସାପଙ୍କ ସୁରକ୍ଷା ନିହାତି ଜରୁରୀ। ଏହାକୁ ଗୁରୁତ୍ୱ ଦେଇ ରାଜ୍ୟର ଅନେକ ସ୍ବେଚ୍ଛାସେବୀ ସର୍ପ ଉଦ୍ଧାର କରିବାକୁ ଆଗେଇ ଆସୁଛନ୍ତି। ତେବେ ଅନେକ ଲୋକ ସାପଙ୍କୁ ଉଦ୍ଧାର କରିବା ନାମରେ ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ସାପ ଓ ସାପ ବିଷ ଚୋରା ଚାଲାଣ କରିବା, ସାପ ସହ ଷ୍ଟଣ୍ଟ୍‌ କରିବା ଏବଂ ସେଗୁଡିକର ଭିଡିଓ ଅପ୍‌ଲୋଡ୍‌ କରି ସୋସିଆଲ ମିଡିଆ ଜରିଆରେ ଅର୍ଥ ଉପାର୍ଜନ କରୁଛନ୍ତି। ତେଣୁ ଏସବୁ କାର୍ଯ୍ୟରୁ ନିବୃତ୍ତ ରହିବା ଆବଶ୍ୟକ। ସେହିପରି ସରକାର ଓ ବନବିଭାଗ ପ୍ରକୃତ ସର୍ପ ଉଦ୍ଧାରକାରୀଙ୍କୁ ଯଥାସମ୍ଭବ ସହଯୋଗ ସହିତ ସେମାନଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ଆବଶ୍ୟକ ବୋଲି ସିଦ୍ଧାର୍ଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲା ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କୌଣସି କାରଣ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri