Categories: ଖେଳ

ଜୁନିୟର ବିଶ୍ୱ ରେକର୍ଡ ପରେ ମିଳିଥିଲା ସେନାରେ ଚାକିରି

ଟୋକିଓ,୭।୮: ନୀରଜ ୨୦୧୬ରେ ଜାଭେଲିନ ଥ୍ରୋରେ ଜୁନିୟର ବିଶ୍ୱ ରେକର୍ଡ ହାସଲ କରିଥିଲେ। ଏଥିଯୋଗୁ ସେନାବାହିନୀ ତାଙ୍କୁ ଜୁନିୟର କମିସଣ୍ଡ ଅଫିସର ପଦରେ ନିଯୁକ୍ତି ଦେଇଥିଲା। ପରେ ସେ ନାଏକ ସୁବେଦାର ପଦରେ ନିଯୁକ୍ତ ହୋଇଥିଲେ। ଏହାପରେ ସେ ୨୦୧୮ ଏସିଆନ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

ଅଲିମ୍ପିକରେ ସୁବେଦାର ନୀରଜ ସୈନିକ ଭଳି ପ୍ରଦର୍ଶନ କରିଛନ୍ତି। ଏହା ବାସ୍ତବରେ ଭାରତୀୟ ସଶସ୍ତ୍ରବାହିନୀଙ୍କ ସମେତ ଦେଶ ପାଇଁ ଏକ ଐତିହାସିକ ଏବଂ ଗର୍ବର ମୁହୂର୍ତ୍ତ। ତାଙ୍କୁ ଅନେକ ଅନେକ ଅଭିନନ୍ଦନ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟୁଇଟ୍‌ କରିଛନ୍ତି।

Share