ପାଣିରେ ୧୨୦ ଦିନ ରହି ବିଶ୍ୱ ରେକର୍ଡ

ପ୍ୟୋର୍ଟୋ ଲିଣ୍ଡୋ,୨୬ା୧: ଜର୍ମାନ ଏରୋସ୍ପେସ୍‌ ଇଞ୍ଜିନିୟର ରୁଡିଗର କୋଚ୍‌ (୫୯) ପାଣି ଭିତରେ ୧୨୦ ଦିନ ବିତାଇ ନୂତନ ଗିନିଜ୍‌ ଓ୍ବଲର୍‌ଡ ରେକଡର୍‌ସ (ଜିଡବ୍ଲ୍ୟୁଆର୍‌) ସ୍ଥାପନ କରିଛନ୍ତି। ପାନାମା ଉପକୂଳସ୍ଥିତ ସମୁଦ୍ର ମଧ୍ୟରେ ଏକ ୩୦ ବର୍ଗ ମିଟରର (୩୨୦ ବର୍ଗ ଫୁଟ) କ୍ୟାପଶୁଲରେ ରୁଡିଗର ୧୨୦ ଦିନ ରହି ରେକର୍ଡ ସୃଷ୍ଟି କରିଛନ୍ତି। ଶନିବର ସେ ଗିନିଜ୍‌ ଅଧିକାରୀ ସୁସାନା ରେୟେସଲଙ୍କ ଉପସ୍ଥିତିରେ ସମୁଦ୍ର ଭିତରୁ ବାହାରିଥିଲେ। ପୂର୍ବରୁ ଏହି ରେକର୍ଡ ଆମେରିକୀୟ ଜୋସେଫ ଡେଟୁରିଙ୍କ ନାମରେ ରହିଥିଲା। ସେ ଫ୍ଲୋରିଡାର ଏକ ହ୍ରଦରେ ଥିବା ଅଣ୍ଡର ଓ୍ବାଟର ଲଜ୍‌ରେ ୧୦୦ ଦିନ ପର୍ଯ୍ୟନ୍ତ ବିତାଇଥିଲେ ବୋଲି ସୁସାନା କହିଛନ୍ତି।
ସମୁଦ୍ରର ୧୧ ମିଟର (ପ୍ରାୟ ୩୬ ଫୁଟ) ତଳେ ଏତେ ଲମ୍ବା ସମୟ ଧରି ରହିବା ପରେ ବାହାରକୁ ଆସି ରୁଡିଗର କହିଛନ୍ତି, ଏହା ଏକ ରୋମାଞ୍ଚକର ଯାତ୍ରା ଥିଲା। ସେ ଏହି ଦୁଃସାହସିକ ଅନୁଭୂତିକୁ ଖୁବ୍‌ ଉପଭୋଗ କରିଥିଲେ। କ୍ୟାପ୍‌ଶୁଲର ଝରକାରୁ ଅତ୍ୟନ୍ତ ଶାନ୍ତ ପରିବେଶ ମଧ୍ୟରେ ସମୁଦ୍ରରେ ଉଜ୍ଜ୍ୱଳତକୁ ଦେଖିବା ଅତ୍ୟନ୍ତ ଆନନ୍ଦଦାୟକ ଥିଲା। ବାସ୍ତବରେ ସାମୁଦ୍ରିକ ପରିବେଶ ମାନବ ପାଇଁ ବ୍ୟବହାରଯୋଗ୍ୟ, ଏହାକୁ ପ୍ରମାଣ କରି ଦେଖାଇବା ଉଦ୍ଦେଶ୍ୟରେ ସେ ପାଣି ଭିତରେ ଦୀର୍ଘ ୪ ମାସ ଧରି ରହିଥିବା ରୁଡିଗର କହିଛନ୍ତି। ତେବେ ରୁଡିଗର ଥିବା କ୍ୟାପ୍‌ଶୁଲ ମଧ୍ୟରେ ୪ଟି କ୍ୟାମେରା ତାଙ୍କ ଗତିବିଧି ଉପରେ ଭିଡିଓ ଗ୍ରାଫି କରୁଥିଲେ। ଏହାଫଳରେ ତାଙ୍କର ଦିନଚର୍ଯ୍ୟା, ମାନସିକ ସ୍ବାସ୍ଥ୍ୟ ଉପରେ ନଜର ରଖାଯିବା ସହ ୪ ମାସ ଧରି ରୁଡିଗର ସମୁଦ୍ରରୁ ବାହାରକୁ ଆସିନାହାନ୍ତି ବୋଲି ପ୍ରମାଣ ରହିଥିଲା। ସେହିପରି ଉକ୍ତ କ୍ୟାପ୍‌ଶୁଲରେ ଏକ ବେଡ୍‌, ଶୌଚାଳୟ, ଟିଭି, କମ୍ପ୍ୟୁଟର, ଇଣ୍ଟରନେଟ୍‌, ବ୍ୟାୟାମ ସୁବିଧା ଆଦିର ବ୍ୟବସ୍ଥା ମଧ୍ୟ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri