ଆଜି ବିଶ୍ୱର ଜନସଂଖ୍ୟା ହେବ ୮ ଅରବ: ରିପୋର୍ଟ

ଲଣ୍ଡନ,୧୫ ।୧୧: ବିଶ୍ୱର ଜନସଂଖ୍ୟା ଆଜି ଅର୍ଥାତ୍ ୧୫ ନଭେମ୍ବରରେ ୮ ଅରବ ହୋଇଯିବ । ମିଳିତ ଜାତିସଂଘର ରିପୋର୍ଟରେ ଦାବି କରାଯାଇଛି କି ପୃଥିବୀରେ ଲୋକ ସଂଖ୍ୟା ୨୦୩୦ ବେଳକୁ ୮୫୦ କୋଟି, ୨୦୫୦ ବେଳକୁ ୯୭୦ କୋଟି ଓ ୨୧୦୦ ବେଳକୁ ୧୦୪୦କୋଟି ହୋଇପାରେ । ଆହୁରି ମଧ୍ୟ କୁହାଯାଇଛି କି ମଣିଷର ହାରାହାରି ବୟସ ୭୨.୮ ବର୍ଷ ହୋଇଛି, ୧୯୯୦ରୁ ୨୦୧୯ ପର୍ଯ୍ୟନ୍ତ ଏହା ୯ ବର୍ଷ ବୃଦ୍ଧି ପାଇଛି । ୨୦୫୦ ସୁଦ୍ଧା ଜଣେ ମଣିଷ ହାରାହାରି ୭୭.୨ ବର୍ଷ ବଞ୍ଚିବ । ଅନ୍ୟପଟେ ପୁରୁଷଙ୍କ ତୁଳନାରେ ମହିଳାମାନେ ହାରାହାରି ୫.୪ ବର୍ଷ ଅଧିକ ବଞ୍ଚନ୍ତି । ସେମାନଙ୍କର ହାରାହାରି ବୟସ ୭୩.୪ ବର୍ଷ ଏବଂ ପୁରୁଷଙ୍କ ବୟସ ୬୮.୪ ବର୍ଷ ବୋଲି ଆକଳନ କରାଯାଇଛି ।

ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ ଏହା ମାନବ ବିକାଶର ଏକ ମାଇଲ ଖୁଣ୍ଟ । ଜନସ୍ୱାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ, ପରିମଳ ଓ ଚିକିତ୍ସାରେ ସୁଧାର ଏହି ଅଭାବନୀୟ ଅଭିବୃଦ୍ଧିର ମୁଖ୍ୟ କାରଣ ବୋଲି ବିଶ୍ୱାସ କରାଯାଏ ।
ରିପୋର୍ଟ ଅନୁଯାୟୀ, ବିଶ୍ୱର ଜନସଂଖ୍ୟା ୭-୮ ବିଲିୟନ ଅର୍ଥାତ୍ ୧ ମିଲିୟନ ବୃଦ୍ଧି ପାଇଁ ୧୨ ବର୍ଷ ଲାଗିଥିବା ବେଳେ ୨୦୩୭ ସୁଦ୍ଧା ଏହା ୯ ବିଲିୟନରେ ପହଞ୍ଚିବ ।

Share