Categories: ଖେଳ

ଆରମ୍ଭ ହେଲା ସର୍ବଭାରତୀୟ ଓପନ କରାଟେ

ଭୁବନେଶ୍ୱର, ୨୩।୧୨(ତପନ ସ୍ବାଇଁ): ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ସର୍ବଭାରତୀୟ ଓପନ କରାଟେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏଥିରେ ଭାରତର ବିଭିନ୍ନ ରାଜ୍ୟରୁ ମୋଟ ୮୫୦ କରାଟେକା ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ଦିବସରେ ସିନିୟରର ମହିଳା ଓ ପୁରୁଷ ଏବଂ ୨୩ ବର୍ଷରୁ କମ୍‌ ମହିଳା ଓ ପୁରୁଷ ବିଭାଗର ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଭଳି ପ୍ରତିଯୋଗିତା ଦେଶରେ କରାଟେ କ୍ରୀଡ଼ାକୁ ପ୍ରୋତ୍ସାହନ କରିବ ବୋଲି ସୁକୋକାଇ କରାଟେ ଡୋ ୟୁନିୟନ ମୁଖ୍ୟ ତଥା ଉତ୍କଳ କରାଟେ ସ୍କୁଲ ପ୍ରତିଷ୍ଠାତା ହରିପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି।

ପ୍ରଥମ ଦିବସର ପ୍ରତିଯୋଗିତାର ସିନିୟର ପୁରୁଷ କାଟା ପୁଲ୍‌-୨ରୁ କ୍ରିଷ୍ଣା ଶିକାରୀ, ପୁଲ୍‌-୧ରୁ ଅଭିଷେକ ପଟ୍ଟନାୟକ, ୨୧ ବର୍ଷରୁ କମ୍‌ ମହିଳା କାଟାରେ ପ୍ରିୟଦର୍ଶିନୀ ଦାସ, ପୁଲ-୧ ପୁରୁଷ କାଟାରେ ଆୟୂଷ ପ୍ରସାଦ ରଥ, ପୁଲ୍‌-୨ରେ ବିଶ୍ୱଜିତ ସାମଲ, ପୁରୁଷ ଗ୍ରୀନ୍‌ ବେଲ୍ଟ କାଟାରେ ଉତ୍ତମ ଚାନ୍ଦ, ହ୍ବାଇଟ ବେଲ୍ଟ କାଟାରେ ରବି କୁମାର, ପୁରୁଷ ବ୍ରାଉନ୍‌ ବେଲ୍ଟ କାଟାରେ ଆଶୁତୋଷ ପଟ୍ଟନାୟକ, ସିନିୟର ମହିଳା ୪୫ କେଜିରୁ କମ୍‌ କୁମିତେରେ ସୁସ୍ମିନୀ ପାଲଟାସିଂ, ୫୦ କେଜିରୁ କମ୍‌ କୁମିତେରେ ଲୋମା ସ୍ବାଇଁ, ୫୫ କେଜିରୁ କମ୍‌ କୁମିତେରେ ଅନୂପମା ସ୍ବାଇଁ, ୬୧ କେଜିରୁ କମ୍‌ କୁମିତେରେ ସଞ୍ଚିତା ମହାନ୍ତି, ୬୮ କେଜିରୁ ଊର୍ଦ୍ଧ୍ୱ କୁମିତେରେ ମୋନାଲିସା ମିଶ୍ର, ସିନିୟର ପୁରୁଷ ୬୦ କେଜିରୁ କମ୍‌ କୁମିତେରେ କୃଷ୍ଣ ଚନ୍ଦ୍ର ନାୟକ, ୨୧ ବର୍ଷରୁ କମ୍‌ ପୁରୁଷ ୫୦ କେଜିରୁ କମ୍‌ ବିଭାଗରେ ସତ୍ୟଜିତ ସେଠୀ ଓ ୫୫ କେଜିରୁ କମ୍‌ କୁମିତେରେ ରୋହନ ଭୋଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

Share