Categories: ବାଣିଜ୍ୟ

ସ୍ପର୍ଶ ହସ୍ପିଟାଲ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ

ଭୁବନେଶ୍ୱର,୧।୬: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ପର୍ଶ ଗ୍ରୁପ୍‌ ହସ୍ପିଟାଲ୍ସ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହସ୍ପିଟାଲ ପକ୍ଷରୁ ଏକ ସଚେତନତା ପଦଯାତ୍ରା ଶହୀଦନଗର ଏବଂ କଣ୍ଟାବାଡ଼ ସ୍ଥିତ ହସ୍ପିଟାଲ ପରିସରରେ ଆୟୋଜନ କରାଯାଇଥିଲା। ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଧାୟକ ସୁରେଶ କୁମାର ରାଉତରାୟ, ନିର୍ମଳା ଟ୍ରଷ୍ଟର ଅଧ୍ୟକ୍ଷ ନୃସିଂହ ଚରଣ ଧୀର, ସ୍ପର୍ଶ ହସ୍ପିଟାଲର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଡା. ପ୍ରିୟବ୍ରତ ଧୀର, ଉପନିର୍ଦ୍ଦେଶକ ତଥା କର୍କଟ ବିଶେଷଜ୍ଞ ପ୍ରଫେସର ଡା. ଘନଶ୍ୟାମ ବିଶ୍ୱାସ, ବରିଷ୍ଠ କର୍କଟ ଶଲ୍ୟ ଚିକିସତ୍କ ପ୍ରଫେସର ଡା. ରାଜେଶ କୁମାର ପାଢ଼ୀ ଏବଂ ଶରତ ଚନ୍ଦ୍ର ଭଞ୍ଜ ପ୍ରମୁଖ ଯୋଗଦାନ ଦେଇଥିଲେ। ଅପରପକ୍ଷରେ ଏକ ସଚେତନ ପଦଯାତ୍ରା ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରୁ ସ୍ପର୍ଶ ହସ୍ପିଟାଲ ଏବଂ କାଟେଣି ଛକଠାରୁ ସ୍ପର୍ଶ ହସ୍ପିଟାଲ କଣ୍ଟାବାଡ଼ ପର୍ଯ୍ୟନ୍ତ ଆସିଥିଲା। ଉକ୍ତ ପଦଯାତ୍ରାରେ ସତ୍ୟନଗର ମହିଳା ସଂଗଠନ, ଆଇନା ସ୍ବେଚ୍ଛାସେବୀ ସଂଗଠନ, ଷ୍ଟିଲ୍‌ ଲାଇଟ ଓ୍ବେଲ୍‌ଫେୟାର ସୋସାଇଟି, ଟିସିଏସ୍‌,କର୍ଲଅନ, ଅନ୍‌ମୋଲ ଇଣ୍ଡଷ୍ଟ୍ରି ଏବଂ ଉଭୟ ହସ୍ପିଟାଲର କର୍ମଚାରୀ ସହିତ ଅନ୍ୟାନ୍ୟ ବ୍ୟକ୍ତିବୃନ୍ଦ ଯୋଗଦାନ କରି ଏହି ଦିବସର ଗୁରୁତ୍ୱ ଏବଂ ମାଦକଦ୍ରବ୍ୟ ପ୍ରତି ସଚେତନ ରହିବାର ବାର୍ତ୍ତାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇଥିଲେ। ଉକ୍ତ ଜନ ସଚେତନତା ପଦଯାତ୍ରାରେ ସବୁ ବର୍ଗର ଲୋକ ସାମିଲ ହୋଇଥିଲେ। ଉଲ୍ଲେଖଯୋଗ୍ୟ ,ସ୍ପର୍ଶ ହସ୍ପିଟାଲ ଦୀର୍ଘ ୧୭ ବର୍ଷ ଧରି ଏଭଳି ଜନ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରିଆସୁଛି।

Share