Categories: ଫୁରସତ

ଅଙ୍ଗୁରର ଗୋଟିଏ ଦାନାକୁ ୩୫ ହଜାର, ପେନ୍ଥାର ଦାମ୍‌ ୯ ଲକ୍ଷ ଟଙ୍କା!

ବଜାରରେ ଅଙ୍ଗୁର କିଲୋପ୍ରତି ୧୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଥାଇପାରେ। ହେଲେ ଯଦି କୁହାଯାଏ ଅଙ୍ଗୁରର ଏକ ଦାନା ଲାଗି ୩୫ ହଜାର ଟଙ୍କା ଗଣିବାକୁ ପଡ଼ିବ, ତେବେ ଆପଣ ଚମକିବା ନିଶ୍ଚିତ। ହେଲେ ଏହା ସତ। ଦୁନିଆରେ ଏଭଳି ଏକ କିସମ ରହିଛି ଯାହାର ୨୬ ଟି ଅଙ୍ଗୁରର ପେନ୍ଥା କିଣିବାକୁ ପ୍ରାୟ ୯ ଲକ୍ଷ ଟଙ୍କା ଦେବାକୁ ପଡ଼ିଥାଏ। ଦୁର୍ଲଭ ହୋଇଥିବାରୁ ଏହାକୁ ବିକ୍ରି କରା ନ ଯାଇ ନିଲାମ କରାଯାଏ।

ଅଙ୍ଗୁରର ଉକ୍ତ କିସମର ନାମ ରୁବି ରୋମାନ। ଜାପାନର ଇଶିକାଓ୍ବାରେ ଏହାକୁ ଚାଷ କରାଯାଏ। ଆକାରରେ ଏହା ଅନ୍ୟ ଅଙ୍ଗୁର ତୁଳନାରେ ୪ ଗୁଣ ବଡ। ଏହାଛଡ଼ା ଅଧିକ ମିଠା ଏବଂ ରସଯୁକ୍ତ। ଏହି ଅଙ୍ଗୁରର ଗୋଟିଏ ପେନ୍ଥାରେ ୨୪-୨୬ ଅଙ୍ଗୁର ଥାଏ। କହିବାକୁ ଗଲେ ଏହା ବେଶ ଦୁର୍ଲଭ।

୨୦୦୮ରେ ପ୍ରଥମ ଥର ଲାଗି ଏହି ଅଙ୍ଗୁରର ନିଲାମ କରାଯାଇଥିଲା। ୭୦୦ ଗ୍ରାମର ଏକ ପେନ୍ଥାକୁ ୬୪,୮୦୦ ଟଙ୍କାରେ ବିକ୍ରି କରାଯାଇଥିଲା। ଏହାପରଠାରୁ ମୂଲ୍ୟ ବୃଦ୍ଧି ପାଇ ୨୦୨୨ରେ ନିଲାମରେ ଏହି ଅଙ୍ଗୁର ୮.୮ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା। ୨୦୨୧ରେ ବି ଏହାର ଦାମ ପ୍ରାୟ ସମାନ ଥିଲା। ତେବେ ଏହାର ସ୍ବତନ୍ତ୍ରତାକୁ ନେଇ ଜାପାନର ବିଳାସପୂର୍ଣ୍ଣ ଫଳରେ ଏହାକୁ ଗଣାଯାଏ। ଲୋକେ ଏହାକୁ ବଡ଼ ଏବଂ ଶୁଭ ଅବସରରେ ଉପହାର ସ୍ବରୂପ ଦେଇଥାନ୍ତି।

Share