Categories: ଜାତୀୟ

ୟୁକ୍ରେନ ଯୁଦ୍ଧ ପରେ ବିଶ୍ୱ ଶିଖିଲା ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭଶୀଳତା ଜରୁରୀ: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୩୦।୩: ୟୁକ୍ରେନ୍‌ ଯୁଦ୍ଧ ପରେ ସମଗ୍ର ବିଶ୍ୱ ବୁଝିଛି, ଦେଶ ଯେତେ ବଡ଼ ଏବଂ ବିକଶିତ ହେଲେ ମଧ୍ୟ ଏହାର କୌଣସି ଫରକ ପଡ଼ିବ ନାହିଁ। ଯଦି ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ନୁହେଁ, ତେବେ ଏହାର ବିକାଶରେ ବାଧା ସୃଷ୍ଟି ହୋଇପାରେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି।
କୋଇଲା ବ୍ଲକର ବାଣିଜି୍ୟକ ଖନନକୁ ନେଇ ସପ୍ତମ ରାଉଣ୍ଡ ନିଲାମ ଆରମ୍ଭରେ ରାଜନାଥ କହିଛନ୍ତି, ଦେଶର ଅର୍ଥନୀତିକୁ ମଜଭୁତ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଗତ କିଛିବର୍ଷ ମଧ୍ୟରେ ଆମର ଶକ୍ତି ବ୍ୟବହାର ବୃଦ୍ଧି ପାଇଛି ଏବଂ ଏହା ଆଗକୁ ମଧ୍ୟ ବୃଦ୍ଧି ପାଇବ। ଏହାକୁ ସଫଳ କରିବା ପାଇଁ ଆଜିଠାରୁ ଉଦ୍ୟମ ଆରମ୍ଭ କରିବାକୁ ପଡ଼ିବ। କୋଇଲା ବ୍ଲକର ବର୍ତ୍ତମାନର ନିଲାମ ହେଉଛି ଶକ୍ତି ସୁରକ୍ଷା ଦିଗରେ ଏକ ପଦକ୍ଷେପ।

Share