Posted inଫୁରସତ

ସଚେତନତାକୁ ଗୁରୁତ୍ୱ

‘ସ୍ବାସ୍ଥ୍ୟ ହିଁ ସମ୍ପଦ’ ଏହା ଆମେ ସମସ୍ତେ ଏଇ ବିଗତ ଦୁଇ ବର୍ଷର କରୋନା ମହାମାରୀ ଜନିତ ଭୟଙ୍କର ପରିସ୍ଥିତି ମଧ୍ୟରେ ଭଲ ଭାବରେ ଅନୁଭବ କରିସାରିଛେ। ତେଣୁ ନିଜର ତଥା ଅନ୍ୟମାନଙ୍କର ସ୍ବାସ୍ଥ୍ୟ ରକ୍ଷା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ। ବିଶ୍ୱସ୍ତରରେ କିଡ୍‌ନୀ ସମ୍ବନ୍ଧୀୟ ସଚେତନତାର ଆଭିମୁଖ୍ୟ ନେଇ ପ୍ରତିବର୍ଷ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାର ‘ବିଶ୍ୱ କିଡ୍‌ନୀ ଦିବସ’ ପାଳନ କରାଯାଉଛି। ଦିନକୁ ଦିନ ବହୁଳ ଭାବରେ ବୃଦ୍ଧି ପାଉଥିବା କିଡ୍‌ନୀ ରୋଗର କାରଣ, ଚିହ୍ନଟ, ଚିକିତ୍ସା ଓ ନିରାକରଣ ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ।

ଆମ ଶରୀରରେ ବିନ୍‌ ଆକୃତିର, ନିଜ ହାତମୁଠା ଆକାରରେ ଦୁଇଟି କିଡ୍‌ନୀ ମେରୁଦଣ୍ଡର ଦୁଇପାର୍ଶ୍ୱରେ ଅବସ୍ଥିତ। ଏହା ଆମ ଶରୀରେ ରକ୍ତକୁ ପରିଷ୍କାର କରେ ଏବଂ ପରିସ୍ରା ମାଧ୍ୟମରେ ବର୍ଜ୍ୟବସ୍ତୁ ଓ ଅତିରିକ୍ତ ଜଳ ବାହାର କରେ। ଏହା ଶରୀରରେ ସୋଡ଼ିୟମ୍‌,ପଟାସିୟମ୍‌, କ୍ୟାଲସିୟମ୍‌, ଫସ୍‌ଫରସ୍‌ ଆଦିର ସନ୍ତୁଳନକୁ ରକ୍ଷାକରେ। କିଡ୍‌ନୀ ଆମ ରକ୍ତଚାପକୁ ନିୟନ୍ତ୍ରଣ ରଖେ। ଏହା ଲୋହିତ ରକ୍ତ କୋଷ ତିଆରି କରିବାରେ ସାହାଯ୍ୟ କରିବା ସହ ଏହା ଆମ ହାଡ଼କୁ ସୁସ୍ଥ ରଖିଥାଏ। ଯେତେବେଳେ କିଡ୍‌ନୀ ଏହିସବୁ କାର୍ଯ୍ୟ କରିବାରେ ଅସମର୍ଥ ହୁଏ, ତଥା ରକ୍ତରୁ ବର୍ଜ୍ୟବସ୍ତୁ ଏବଂ ଅତିରିକ୍ତ ଜଳ ନିଷ୍କାସନ କରିବାରେ ସମର୍ଥ ହୋଇପାରେ ନାହିଁ, ସେତେବେଳେ କିଡ୍‌ନୀ ରୋଗ ହୋଇଛି ବୋଲି ବୁଝିବାକୁ ପଡ଼େ।
କ୍ରନିକ୍‌ କିଡ୍‌ନୀ ଡିଜିଜ୍‌ (ସିକେଡି)ଗତ କିଛିବର୍ଷ ମଧ୍ୟରେ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଛି ଏବଂ ଏହାର ମୁଖ୍ୟ କାରଣ ହେଉଛି ମଧୁମେହ ବା ଡାଇବେଟିସ୍‌ ଓ ଉଚ୍ଚ ରକ୍ତଚାପ। ‘ସିକେଡି’ର ସଠିକ୍‌ ଉପଚାର ନ କରାଗଲେ, ଏହା କିଡ୍‌ନୀ ଫେଲ୍ୟୁୟରରେ ପରିଣତ ହୋଇଥାଏ। କେବଳ ଏତିକି ନୁହେଁ, ‘ସିକେଡି’ ହୃଦରୋଗର ଆଶଙ୍କା ସୃଷ୍ଟି ବଢାଏ। ଏହାଦ୍ୱାରା ମୃତ୍ୟୁହାର ବୃଦ୍ଧି ପାଇଥାଏ।

ଚଳିତବର୍ଷ ବିଶ୍ୱ କିଡ୍‌ନୀ ଦିବସର ବାର୍ତ୍ତା ରହିଛି- ‘ସମସ୍ତଙ୍କ ପାଇଁ କିଡ୍‌ନୀ ସମ୍ବନ୍ଧୀୟ ସ୍ବାସ୍ଥ୍ୟ’ର ବାର୍ତ୍ତା ବହନ କରେ। ତେବେ ନିମ୍ନଲିଖିତ ଉପାୟ ମାଧ୍ୟମରେ କିଡ୍‌ନୀ ସ୍ବାସ୍ଥ୍ୟ ସମ୍ବନ୍ଧରେ ଜାଣିବା ଓ ଯଥା ସମ୍ଭବ ସଚେତନତା ସୃଷ୍ଟି କରିବା।
ପ୍ରଥମତଃ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଓ କିଡ୍‌ନୀ ଉପରେ ଏହାର ପ୍ରଭାବ ବିଷୟରେ ବହୁଳ ଭାବରେ ଜନସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି। ଏହାସହିତ ଏକ ସୁସ୍ଥ ଜୀବନଶୈଳୀ, ସନ୍ତୁଳିତ ଆହାର, ନିୟମିତ ବ୍ୟାୟାମ, ଯଥେଷ୍ଟ ନିଦ୍ରା ଗ୍ରହଣର ଆବଶ୍ୟକତାକୁ ଧ୍ୟାନ ଦେବା। କିଡ୍‌ନୀ ସ୍ବାସ୍ଥ୍ୟକୁ ଠିକ୍‌ ରଖିବା ପାଇଁ କେତେକ ସାଧାରଣ ନିୟମ ପାଳନ କରାଯିବା ଆବଶ୍ୟକ। ଯେପରିକି ନିଜର ଓଜନକୁ ନିୟନ୍ତ୍ରଣରେ ରଖିବା, ପେନ୍‌କିଲ ଟାବ୍‌ଲେଟ୍‌ସର ଅତ୍ୟଧିକ ବ୍ୟବହାର ନ କରିବା, ଅତ୍ୟଧିକ ମଦ୍ୟପାନ ଓ ଧୂମପାନ ନ କରିବା, ଅତ୍ୟଧିକ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ନ ଖାଇବା ଏବଂ ଯଥେଷ୍ଟ ପରିମାଣରେ ପାଣି ପିଇବା ଇତ୍ୟାଦି।

ଦ୍ୱିତୀୟରେ, ଆମେ କିଡ୍‌ନୀ ରୋଗର ବିଭିନ୍ନ ଲକ୍ଷଣଗୁଡ଼ିକ ସମ୍ପର୍କରେ ଜାଣିବା। ଯେପରିକି, ଗୋଡ଼ ଫୁଲିବା, ପରିସ୍ରାରେ ଫେଣ ହେବା, ପରିସ୍ରାରେ ରକ୍ତ ପଡ଼ିବା, ଅନିୟନ୍ତ୍ରିତ ଉଚ୍ଚ ରକ୍ତଚାପ ଦେଖାଯିବା, ପରିସ୍ରାରେ ପ୍ରୋଟିନ୍‌ ଆସିବା, ରକ୍ତରେ ସେରମ୍‌ କ୍ରିଏଟିନ ଓ ୟୁରିଆର ମାତ୍ରା ବଢ଼ିଯିବା ଇତ୍ୟାଦି। ଏହସବୁ ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ କିଡ୍‌ନୀ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଚିକିତ୍ସା ପ୍ରଣାଳୀ ଗ୍ରହଣ କରିବା ଆବଶ୍ୟକ।

ଯେଉଁମାନେ କିଡ୍‌ନୀ ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ, ସେମାନେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିଜର ଜୀବନଶୈଳୀରେ ଉନ୍ନତି ଆଣିବା ସହ ଖାଦ୍ୟରେ ପ୍ରୋଟିନ୍‌ର ମାତ୍ରାକୁ କମ୍‌ କରିବା, ପଟାସିୟମ୍‌ ଓ ୟୁରିକ୍‌ ଏସିଡ୍‌କୁ ନିୟନ୍ତ୍ରଣରେ ରଖିବା, ଯଦି ଗୋଡ଼ ଫୁଲୁଥାଏ ତେବେ ପାଣି ପିଇବାକୁ କମ୍‌ କରିବା, ନିୟମିତ ସୁଚାରୁରୂପେ ଔଷଧ ସେବନ କରିବା ଦ୍ୱାରା କିଡ୍‌ନୀ ରୋଗକୁ କିଛିମାତ୍ରାରେ ରୋକାଯାଇ ପାରେ।

ଆଧୁନିକ ଚିକିତ୍ସା ଅନୁସନ୍ଧାନ ଓ ଅଗ୍ରଗତି ମାଧ୍ୟମରେ End stage kidney diseaseରେ Kidney Transplantକୁ ଅତି ସଫଳ ଚିକିତ୍ସା ପ୍ରଣାଳୀ ଭାବେ ଗ୍ରହଣ କରାଯାଏ। ଏଥିସହ ଏହା Organ donation ବା ଅଙ୍ଗଦାନ ପରି ଏକ ମହତ କାର୍ଯ୍ୟ ପାଇଁ ମଧ୍ୟ ଅନୁପ୍ରେରତି କରିଥାଏ।

ତେବେ ଆଜିର ଏହି ବିଶେଷ ଦିନରେ ନିଜେ ସୁସ୍ଥ ରହିବା ସହ ଏକ ସୁସ୍ଥ ସମାଜ ଗଠନର ସଂକଳ୍ପ ନେବା।
-ଡା. ବିବେକାନନ୍ଦ ପଣ୍ଡା
ବରିଷ୍ଠ କିଡ୍‌ନୀ ରୋଗ ବିଶେଷଜ୍ଞ
ମୋ: ୯୪୩୮୦୩୯୭୬୭

 

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି କିଡ୍‌ନୀ ବା ବୃକ୍‌କ। ଏହାର କାର୍ଯ୍ୟଧାରା ବାଧାପ୍ରାପ୍ତ ହେଲେ ତାହା ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଏପରି ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ ସମ୍ପର୍କରେ ଅବଗତ ହେବା ଜରୁରୀ। ଏହାର ଲକ୍ଷଣ ବିଷୟରେ ଜାଣିବା ମାତ୍ରେ ଅଭିଜ୍ଞ ଡାକ୍ତରଙ୍କର ପରାମର୍ଶ ଅନୁସାରେ ଚିକିତ୍ସିତ ହେବା ଦରକାର। ଜନସାଧାରଣଙ୍କୁ ଏ ନେଇ ସଚେତନ କରିବା ଲାଗି ପ୍ରତିବର୍ଷ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରକୁ ‘ବିଶ୍ୱ କିଡ୍‌ନୀ ଦିବସ’ (ଓ୍ବାଲର୍‌ଡ କିଡ୍‌ନୀ ଡେ’) ଭାବରେ ପାଳନ କରାଯାଇଥାଏ। ପ୍ରତିବର୍ଷ ଏହି ଦିବସ ଅବସରରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ସ୍ଲୋଗାନ ଘୋଷିତ ହୋଇଥାଏ। ଚଳିତ ବର୍ଷର ସ୍ଲୋଗାନଟି ହେଲା ‘କିଡ୍‌ନୀ ହେଲ୍‌ଥ ଫର ଅଲ୍‌’। ଅର୍ଥାତ୍‌ ‘ସମସ୍ତଙ୍କ ପାଇଁ କିଡ୍‌ନୀ ସମ୍ବନ୍ଧୀୟ ସ୍ବାସ୍ଥ୍ୟ’।

 

କିଡ୍‌ନୀ(ବୃକ୍‌କ) ହେଉଛି ଦୁଇଟି ବିନ୍‌ ଆକୃତିର ଅଙ୍ଗ, ଯାହାକି ମୂତ୍ରଯନ୍ତ୍ର ରୂପେ କାର୍ଯ୍ୟ କରେ। ଏହା ଶରୀରରୁ ପରିସ୍ରା ଭାବରେ ବର୍ଜ୍ୟ ନିଷ୍କାସନ କରିବା ସହ ରକ୍ତକୁ ବିଶୁଦ୍ଧ କରିବାରେ ସାହାଯ୍ୟ କରିଥାଏ। ଭାରତରେ ମୋଟ୍‌ ଜନସଂଖ୍ୟାର ୧୨ ପ୍ରତିଶତ ଲୋକଙ୍କଠାରେ ବୃକ୍‌କ ପଥର ବା କିଡ୍‌ନୀ ଷ୍ଟୋନ୍‌ ଦେଖାଯାଏ। ତେବେ ଦୀର୍ଘକାଳୀନ କିଡ୍‌ନୀ ରୋଗ ଦେଶବ୍ୟାପୀ ଅସୁସ୍ଥତା ଏବଂ ମୃତ୍ୟୁ ହାରର ଅନ୍ୟତମ କାରଣ ଭାବେ ଉଭା ହେଲାଣି।
ଲକ୍ଷଣ
କ୍ଳାନ୍ତ ଅନୁଭବ କରିବା।
ଶୁଖିଲା ପଡ଼ିବା ଏବଂ କୁଣ୍ଡେଇ ହେବା।
ଥର ପରିସ୍ରା କରିବା।
ରକ୍ତ ପଡ଼ିବା।
ଫେଣଯୁକ୍ତ ହେବା।
କ’ଣ ଖାଇବେ ନାହିଁ
କିଡ୍‌ନୀ ଷ୍ଟୋନ୍‌ ନ ହେବା ଲାଗି ଗୋମାଂସ, ଚିକେନ୍‌, ଅନ୍ୟ ମାଂସ,ଅଣ୍ଡା,ମାଛ, କ୍ଷୀର, ପନିର ସହିତ ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ ଏବଂ ମଦ୍ୟପାନଠାରୁ ଦୂରେଇ ରହିବେ।
କ’ଣ ଖାଇବେ
ବିନ୍ସ, ଶୁଖିଲା ମଟର, ମସୁରଡାଲି, ଚିନାବାଦାମ, କାଜୁବାଦାମ, ସୂର୍ଯ୍ୟମୁଖୀ ମଞ୍ଜି।
ସତର୍କତା
ତରଳ ପଦାର୍ଥ, ବିଶେଷକରି ପାଣି ପିଅନ୍ତୁ, ଅତି କମରେ ୨-୩ ଲିଟର।
‘ସି’ ଯୁକ୍ତ ଖାଦ୍ୟ ଲେମ୍ବୁ, କମଳା, ଅଙ୍ଗୁର ଇତ୍ୟାଦି ଖାଆନ୍ତୁ।
-ଡା. ଦେବବ୍ରତ ସାବତ


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri