ଜାତିସଂଘ ମୁଖ୍ୟଙ୍କ ଚେତାବନୀ: ପରମାଣୁ ମହାବିପତ୍ତିଠାରୁ ବିଶ୍ୱ ମାତ୍ର ଗୋଟିଏ ପାଦ ଦୂରରେ

ଜେନେଭା,୨ ।୮: ମିଳିତ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ସୋମବାର ଚେତାବନୀ ଦେଇ କହିଛନ୍ତି, ବିଶ୍ୱ ପରମାଣୁ ବିନାଶଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି । ପରମାଣୁ ଅସ୍ତ୍ର ବିସ୍ତାରକୁ ରୋକିବା ଏବଂ ପରମାଣୁ ମୁକ୍ତ ବିଶ୍ୱ ସୃଷ୍ଟି କରିବା ଉଦ୍ଦେଶ୍ୟରେ ୫୦ ବର୍ଷ ପୁରୁଣା ଐତିହାସିକ ଚୁକ୍ତିନାମର ସମୀକ୍ଷା ପାଇଁ ଡକାଯାଇଥିବା ଉଚ୍ଚ ସ୍ତରୀୟ ବୈଠକରେ ସେ ଏହି ମତ ରଖିଛନ୍ତି ।

ପରମାଣୁ ବିସ୍ତାର ନ କରିବା ଚୁକ୍ତିନାମାକୁ ସମୀକ୍ଷା କରିବା ପାଇଁ ମନ୍ତ୍ରୀ, ଅଧିକାରୀ ଓ କୁଟନିତିଜ୍ଞଙ୍କୁ ସେ କହିଛନ୍ତି, ଆମର ସାମୁହିକ ଶାନ୍ତି ଓ ନିରାପତ୍ତା ପାଇଁ ସଠିକ ସମୟରେ ଏହି ବୈଠକ କରାଯାଇଛି ।
ଗୁଟେରସ କହିଛନ୍ତି କିଛି ବିପର୍ଯ୍ୟୟକୁ ରୋକିବାକୁ ତଥା ମାନବିକତାକୁ ପରମାଣୁ ମୁକ୍ତ ବିଶ୍ୱ ଆଡକୁ ଏକ ନୂତନ ପଥରେ ଆଗେଇ ନେବାରେ ସାହାଯ୍ୟ କରିବାକୁ ଏହି ସମ୍ମିଳନୀ ଏକ ସୁଯୋଗ ଅଟେ ।
ଜାତିସଂଘ ମୁଖ୍ୟ ଚେତାବନୀ ଦେଇଛନ୍ତି, ଭୁ-ରାଜନୈଅତିକ ଅସ୍ତ୍ର ଏବେ ଏକ ନୂତନ ସ୍ତରରେ ପହଞ୍ଚିଛି । ପାଖାପାଖି ୧୩,୦୦୦ ପରମାଣୁ ଅସ୍ତ୍ର ସାରା ବିଶ୍ୱର ଶସ୍ତ୍ରାଗାରରେ ରହିଛି ଏବଂ ମିଥ୍ୟା ସୁରକ୍ଷା ଗ୍ରହଣ କରୁଥିବା ଦେଶମାନେ ପ୍ରଳୟଙ୍କରୀ ଅସ୍ତ୍ର ପଛରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

Share