Posted inଜାତୀୟ

ବିଶ୍ୱ କ୍ଷୁଧା ସୂଚକାଙ୍କ:୪ ସ୍ଥାନ ଖସିଲା ଭାରତ

ନୂଆଦିଲ୍ଲୀ,୧୩ା୧୦:ଚଳିତ ବର୍ଷର ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୪ ସ୍ଥାନ ତଳକୁ ଖସିଛି। ୧୨୫ ଦେଶକୁ ନେଇ କରାଯାଇଥିବା ଆକଳନରୁ ଭାରତ ୨୮.୭ ସ୍କୋର ସହ ୧୧୧ତମ ସ୍ଥାନରେ ରହିଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବୋଲି ରିପୋର୍ଟ ପ୍ରକାଶ ପାଇଛି। ଗୁରୁବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତରେ ଶିଶୁ ଅପପୁଷ୍ଟି ହାର ସର୍ବାଧିକ ୧୮.୭ ପ୍ରତିଶତ ରହିଛି। ୨୦୨୨ରେ ୧୨୧ ଦେଶକୁ ନିଆଯାଇ କରାଯାଇଥିବା ସର୍ଭେରେ ଭାରତର ର଼୍ୟାଙ୍କ୍‌ ୧୦୭ ରହିଥିଲା।
ବିଶ୍ୱ କ୍ଷୁଧା ସୂଚକାଙ୍କ (ଜିଏଚ୍‌ଆଇ) ହେଉଛି ଏକ ବିସ୍ତୃତ ପରିମାପକ ଯାହା ଦ୍ୱାରା ବୈଶ୍ୱିକ, ଆଞ୍ଚଳିକ ଏବଂ ଜାତୀୟ ସ୍ତରରେ କ୍ଷୁଧିତଙ୍କୁ ଚିହ୍ନଟ କରାଯାଇଥାଏ। ସୂଚକାଙ୍କରେ ପଡୋଶୀ ପାକିସ୍ତାନ, ବାଂଲାଦେଶ, ନେପାଳ ଏବଂ ଶ୍ରୀଲଙ୍କା ଭଲ ସ୍ଥିତିରେ ଅଛନ୍ତି। ପାକିସ୍ତାନ ୧୦୨ରେ ର଼୍ୟାଙ୍ଗ୍‌ରେ ରହିଥିବାବେଳେ ବାଂଲାଦେଶ ୮୧, ନେପାଳ ୬୯ ଏବଂ ଶ୍ରୀଲଙ୍କା ୬୦ତମ ସ୍ଥାନରେ ରହିଛି। ସାରା ବିଶ୍ୱରେ ଶିଶୁ ଅପପୁଷ୍ଟିରେ ଭାରତ ଶୀର୍ଷରେ ରହିଥିବାରୁ ଏହା ଅତ୍ୟଧିକ କୁପୋଷଣର ପ୍ରତିଫଳନ ବୋଲି ଇଣ୍ଡେକ୍ସ ଆଧାରିତ ରିପୋର୍ଟରେ କୁହାଯାଇଛି। ସୂଚକାଙ୍କ ଅନୁଯାୟୀ ଭାରତରେ ୧୬.୬ ପ୍ରତିଶତ ଅଧାପେଟରେ ରହୁଛନ୍ତି। ଏଠାରେ ୫ ବର୍ଷରୁ କମ୍‌ ଶିଶୁ ମୃତ୍ୟୁହାର ୩.୧ ପ୍ରତିଶତ ରହିଛି। ରିପୋର୍ଟରେ ଆହୁରି କୁହାଯାଇଛି, ଭାରତରେ ୧୫ରୁ ୨୪ ବର୍ଷ ବୟସ ବର୍ଗର ମହିଳାମାନଙ୍କଠାରେ ରକ୍ତହୀନତା ହାର ୫୮.୧ ପ୍ରତିଶତ। ଭାରତ ୧୧୧ତମ ସ୍ଥାନରେ ରହିଥିବା ବିଶ୍ୱ କ୍ଷୁଧା ସୂଚକାଙ୍କ, ୨୦୨୩କୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି।
ଏହା କ୍ଷୁଧାର ଏକ ତ୍ରୁଟିପୂର୍ଣ୍ଣ ପରିମାପ, ଯାହା ଦେଶର ବାସ୍ତବ ସ୍ଥିତିକୁ ପ୍ରଦର୍ଶନ କରାଉନାହିଁ। ଏହା ଗୁରୁତର ପଦ୍ଧତିଗତ ପ୍ରସଙ୍ଗ ଏବଂ ମନ୍ଦ ଉଦ୍ଦେଶ୍ୟ ପ୍ରଦର୍ଶନ କରୁଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି। ସରକାରଙ୍କ ପୋଷଣ ଟ୍ରାକରରେ ଅପ୍‌ଲୋଡ୍‌ କରାଯାଇଥିବା ତଥ୍ୟ ଅନୁଯାୟୀ ୫ ବର୍ଷରୁ କମ୍‌ ବୟସର ପିଲାଙ୍କ ମାପଗତ ତଥ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇଛି। ୨୦୨୩ ଏପ୍ରିଲରେ ଏହା ୬.୩୪ କୋଟି ଥିବାବେଳେ ସେପ୍ଟେମ୍ବରରେ ୭.୨୪ କୋଟିରେ ପହଞ୍ଚିଛି। ସେହିପରି ପୋଷଣ ଟ୍ରାକର ଅନୁଯାୟୀ ଶିଶୁ କୁପୋଷଣ କ୍ରମାଗତ ଭାବେ ୭.୨ ପ୍ରତିଶତ ରହୁଥିବାବେଳେ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଏହାକୁ ୧୮.୭ ପ୍ରତିଶତ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri