କେବଳ ଛାତିରେ ଯନ୍ତ୍ରଣା ନୁହେଁ, ଏହିସବୁ ଲକ୍ଷଣ ଦେଖାଗଲେ ହୋଇପାରେ ହୃଦ୍‌ଘାତ

ପ୍ରତିବର୍ଷ ସେପ୍ଟେମ୍ବର ୨୯ରେ ସାରା ବିଶ୍ୱରେ ହୃଦୟ ଦିବସ ପାଳନ କରାଯାଏ। ଲୋକଙ୍କୁ ହୃଦରୋଗ ବିଷୟରେ ଅବଗତ କରାଇବା ହେଉଛି ଏହି ଦିନ ପାଳନ କରିବାର ପ୍ରକୃତ ଉଦ୍ଦେଶ୍ୟ। ୱାଲର୍‌ଡ ହାର୍ଟ ଫେଡେରେସନ ଅନୁଯାୟୀ, ସାରା ବିଶ୍ୱରେ ସର୍ବାଧିକ ମୃତ୍ୟୁ ହୃଦ ରୋଗ ଯୋଗୁ ହୋଇଥାଏ।
ଶରୀରର ସମସ୍ତ ଅଙ୍ଗକୁ ଅମ୍ଳଜାନ ପହଞ୍ଚାଇବା ହେଉଛି ହୃଦୟର କାମ। ଯେତେବେଳେ ଏହା କାର୍ଯ୍ୟ କରିବା ବନ୍ଦ କରିଦିଏ, ହୃଦଘାତ ଆସେ। ଏହା ସାଧାରଣତଃ ସେତେବେଳେ ଘଟେ ଯେତେବେଳେ ହୃଦୟ ଫୁସଫୁସରୁ ଅମ୍ଳଜାନ ସଂଗ୍ରହ କରିବା କିମ୍ବା ଶରୀରରେ ରକ୍ତ ପମ୍ପ କରିବାକୁ ଯଥେଷ୍ଟ ସକ୍ଷମ ନ ଥାଏ। ହୃଦଘାତ ସମୟରେ, କିଛି ଲୋକଙ୍କ ହୃଦୟରେ ଏକ ସଙ୍କୋଚନ ଦେଖାଯାଏ। ଯାହା ଛାତି ଏକ୍ସ-ରେ ଜଣାପଡେ। ଏହି କାରଣରୁ, ଅନେକ ଗମ୍ଭୀର ସମସ୍ୟା ମଧ୍ୟ ହୋଇପାରେ।

ହୃଦଘାତକୁ କିପରି ଚିହ୍ନିବେ?
ସାଧାରଣତଃ ହୃଦଘାତର ଲକ୍ଷଣ ଛାତିରେ ଯନ୍ତ୍ରଣା ହେବା ଏବଂ ନିଶ୍ୱାସପ୍ରଶ୍ୱାସ କଷ୍ଟ ଅନୁଭବ କରିବା। ଯଦି ଆପଣ କିଛି ପାହାଚ ଚଢିବା ପରେ ନିଶ୍ୱାସ ନେବା କଷ୍ଟ ଅନୁଭବ କରନ୍ତି କିମ୍ବା ଯଦି ଆପଣ ବସିବାରେ ମଧ୍ୟ ଅସୁବିଧା ଅନୁଭବ କରନ୍ତି, ତେବେ ଆପଣଙ୍କର ଏହି ହୃଦଘାତ ସମସ୍ୟା ହୋଇପାରେ। ଶ୍ୱାାସକ୍ରିୟା ସମସ୍ୟା ଏବଂ ଶୁଖିଲା କାଶ ମଧ୍ୟ ଏହାର ଲକ୍ଷଣ।

ଭୋକ କମିବା, ବାରମ୍ବାର ପରିସ୍ରା ହେବା ଏବଂ ହୃଦୟ ଅତି ଦ୍ରୁତ ଗତିରେ ଥରିବାକୁ ଲାଗିବା, ଅତ୍ୟଧିକ କ୍ଲାନ୍ତ ଅନୁଭବ ଏବଂ ଶରୀରର କିଛି ଅଂଶରେ ଫୁଲିଯିବା ହେଉଛି ହୃଦଘାତର ପୂର୍ବ ଲକ୍ଷଣ।