ଆରୋଗ୍ୟ ସେତୁ ଆପ୍‌କୁ ପ୍ରଶଂସା କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଜେନେଭା, ୧୩।୧୦: କରୋନା ମହାମାରୀ ସଙ୍କଟ ପୃଥିବୀରେ ଥମିବାର ନାଁ ଧରୁନି। ଏପରିସ୍ଥଳେ ଭାରତର ଯୋଜନାବଦ୍ଧ କରୋନା ଲଢ଼େଇକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରଶଂସା କରାଯାଇଛି। ଭାରତରେ ଆରୋଗ୍ୟ ସେତୁ ଆପ୍‌ ଯୋଗୁ କରୋନା ସଂକ୍ରମଣ ସୀମିତ ହୋଇ ରହିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଡାଇରେକ୍ଟର ଜେନେରାଲ ଡ. ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରେସିୟସ୍‌ ସୂଚନା ଦେଇଛନ୍ତି। ଇତିମଧ୍ୟରେ ଏହି ଆରୋଗ୍ୟ ସେତୁ ଆପ୍‌କୁ ୧୫୦ ନିୟୁତରୁ ଅଧିକ ୟୁଜର ଡାଉନଲୋଡ୍‌ କହିଛନ୍ତି। ଏହାଦ୍ୱାରା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ରାକିଂ, ସ୍କ୍ରିନିଂ ଏବଂ ନମୁନା ପରୀକ୍ଷଣ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିଥିବା ଘେବ୍ରେସିୟସ୍‌ କହିଛନ୍ତି। ଏହାଦ୍ୱାରା ସହଜରେ ହଟ୍‌ସ୍ପଟ୍‌ ଅଞ୍ଚଳକୁ ଚିହ୍ନଟ କରିବା ମଧ୍ୟ ସମ୍ଭବ ହୋଇ ପାରିଥିବା ସେ କହିଛନ୍ତି।

Share