ଚତୁର୍ଥ ଲହରରୁ ଦୂରେଇ ରହିବାର ୩ ଉପାୟ ସମ୍ପର୍କରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ସତର୍କ ସୂଚନା…

ନୂଆଦିଲ୍ଲୀ/ଜେନେଭା, ୨୬।୪ : ଦିଲ୍ଲୀ-ଏନସିଆରରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥର ଛୋଟ ପିଲାମାନେ ମଧ୍ୟ ବହୁ ସଂଖ୍ୟାରେ କରୋନା ସଂକ୍ରମିତ ହେଉଛନ୍ତି। ନୋଏଡା ଏବଂ ଗାଜିଆବାଦରେ ହାରାହାରି ୧୦ ଜଣ ପିଲା ପ୍ରତିଦିନ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏଭଳି ପରିସ୍ଥିତିରେ, ଦିଲ୍ଲୀ ସହିତ ଏନସିଆରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ଚତୁର୍ଥ ଲହରର ସଙ୍କେତ ମଧ୍ୟ ହୋଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ଏବେ ଦିଲ୍ଲୀରେ ପ୍ରତିଦିନ ହଜାରେରୁ ଅଧିକ ନୁଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କରୋନାର ଚତୁର୍ଥ ଲହର ଆରମ୍ଭ ହୋଇଥିବା ସମ୍ପର୍କରେ କୌଣସି ବିଶେଷଜ୍ଞ କିମ୍ବା ଡାକ୍ତର ସରକାରୀ ବିବୃତ୍ତି ଦେଇନାହାଁନ୍ତି। ଆଇଆଇଟି କାନପୁରର ବୈଜ୍ଞାନିକ ମଣିନ୍ଦ୍ର ଅଗ୍ରୱାଲ କିଛି ମାସ ପୂର୍ବରୁ କରୋନାର ଚତୁର୍ଥ ଲହର ବିଷୟରେ କହିଥିଲେ। କରୋନା ବୃଦ୍ଧି ପାଉଥିବା ମାମଲାଗୁଡ଼ିକ ମଧ୍ୟରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ କିଭଳି ସଂକ୍ରମଣରୁ ଦୂରେଇ ରହିହେବ ସେ ନେଇ ୩ଟି ଉପାୟ ସମ୍ପର୍କରେ ସତର୍କ ସୂଚନା ଜାରି କରାଯାଇଛି। କରୋନା ମହାମାରୀ ବିରୋଧ ଲଢ଼େଇକୁ କେବଳ ସତର୍କତାର ସହିତ ଜିତାଯାଇପାରିବ।

କରୋନା ମହାମାରୀରୁ ଦୂରେଇ ରହିବାର ପ୍ରଥମ ସହଜ ଉପାୟ ହେଉଛି ମାସ୍କ୍‌ ପିନ୍ଧିବା। ବିଶ୍ୱ ସୱାସ୍ଥ୍ୟ ସଂଗଠନର ବିଶେଷଜ୍ଞମାନେ କହିଛନ୍ତି ଯେ ମାସ୍କ ପିନ୍ଧିବା ଦ୍ୱାରା କରୋନା ସଂକ୍ରମଣ ହେବାର ଆଶଙ୍କା ବହୁତ କମିଯାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଦିଲ୍ଲୀ-ଏନସିଆରରେ ବାସ କରୁଥିବା ଲୋକେ ଅତି କମରେ ୬ ରୁ ୮ ମାସ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଭାବରେ ମାସ୍କ ପିନ୍ଧିବା ଜରୁରୀ। ଏଠାରେ ଅଧିକାଂଶ ସମୟ ଏୟାର କ୍ୱାଲିଟି ଇଣ୍ଡେକ୍ସ ପ୍ରାୟ ୨୦୦ରହିଥାଏ। ୩ ମାସ ପାଇଁ ଏହା ୩୦୦ରୁ ଅଧିକ ହୋଇଯାଏ। ଏପରି ପରିସ୍ଥିତିରେ, ମାସ୍କ ପିନ୍ଧବା ଦ୍ୱାରା କରୋନା ସହିତ ବାୟୁ ପ୍ରଦୂଷଣ ସମସ୍ୟାରୁ ଦୂରେଇ ରହିହେବ। ବିଶେଷଜ୍ଞ ସୂଚାଇ ଦେଉଛନ୍ତି ଯେ କରୋନା ମହାମାରୀ ଏପର୍ଯ୍ୟନ୍ତ ଦୂର ହୋଇ ନାହିଁ। ଏବଂ ଭବିଷ୍ୟତରେ ଏହାର ଅନ୍ୟ ଭାରିଆଣ୍ଟ ଆସିବାର ଆଶଙ୍କା ରହିଛି।

ଏହି ପରିପ୍ରେକ୍ଷୀରେ, ବିଶ୍ୱ ସୱାସ୍ଥ୍ୟ ସଂଗଠନ ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ କରୋନା ଭାଇରସ ବାୟୁ ଦ୍ୱାରା ସଂକ୍ରମିତ ହୋଇଥାଏ। ଏଭଳି ପରିସ୍ଥିତିରେ ଜନଗହଳି ପୂର୍ଣ୍ଣ ସ୍ଥାନରେ ସଂକ୍ରମଣ ହେବାର ଆଶଙ୍କା ଅଧିକ ଥାଏ। ଆବଶ୍ୟକତା ନ ଥିଲେ ଲୋକମାନେ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବାଠାରୁ ଦୂରେଇ ରହିବା ଉଚିତ୍‌।

କରୋନା ମହାମାରୀ ଲଢ଼େଇରେ ବୁଷ୍ଟର୍‌ ଡୋଜର ଗୁରୁତ୍ୱ ବୃଦ୍ଧି ପାଇଛି। କାରଣ କରୋନା ଟିକା ନେଇଥିବା ଲୋକଙ୍କ ଉପରେ ଏହି ଭୁତାଣୁର ପ୍ରଭାବ କମ ଥାଏ। ତୃତୀୟ ଲହର ସମୟରେ ଦେଶରେ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିଲା। କାରଣ ଅଧିକାଂଶ ଲୋକଙ୍କୁ କରୋନାର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ପ୍ରଦାନ କରାଯାଇଥିଲା। ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ ବୁଷ୍ଟର ଡୋଜ୍‌ କରୋନା ସଂକ୍ରମଣରୁ ରକ୍ଷା କରିପାରିବ।

ବିଶେଷଜ୍ଞମାନେ କହିଛନ୍ତି ଯେ ଆଣ୍ଟି-କରୋନା ଭାଇରସ ଟିକାର ଉଭୟ ଡୋଜର ପ୍ରଭାବ ପ୍ରାୟ ୬ ରୁ ୯ ମାସ ପର୍ଯ୍ୟନ୍ତ ରହିଥାଏ। ଏପରି ପରିସ୍ଥିତିରେ, ବୁଷ୍ଟର୍‌ ଡୋଜ ନେବା ଦ୍ୱାରା ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହିତ କରୋନା ବିରୋଧରେ ଲଢ଼େଇ ସହଜ ହୋଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri