ମଙ୍କିପକ୍ସର ନାମ ବଦଳାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ଜେନେଭା,୨୯ ।୧୧: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ସୋମବାର କହିଛନ୍ତି କି ଏବେ ମଙ୍କିପକ୍ସକୁ ଏମପକ୍ସ ଭାବେ ନାମିତ କରାଯାଇଛି । ସାରା ବିଶ୍ୱର ବିଶେଷଜ୍ଞଙ୍କ ସହ ବିଚାର ବିମର୍ଷ ପରେ ଏହି ନିର୍ଣ୍ଣୟ ନିଆଯାଇଛି ।ତେବେ ଉଭୟ ନାମକୁ ଏକ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ । ଏହାପରେ ମଙ୍କିପକ୍ସ ନାମରେ ସମ୍ପୁର୍ଣ୍ଣ ଭାବେ ବିରାମ ଲାଗିବ ।
ମିଳିତ ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସି କହିଛି ଯେ, ସାରା ବିଶ୍ୱରେ ମହାମାରୀ ଆରମ୍ଭ ହେବା ସମୟରେ ନାମ ପରିବର୍ତ୍ତନ ହେତୁ ସୃଷ୍ଟି ହେଉଥିବା ଦ୍ୱନ୍ଦ୍ୱକୁ ଦୂର କରିବାରେ ସାହାଯ୍ୟ କରିବ । ଏମପକ୍ସ ଏକ ବିରଳ ଭାଇରାଲ ରୋଗ । କେନ୍ଦ୍ରୀୟ ଓ ପଶ୍ଚିମ ଆଫ୍ରିକାର ବର୍ଷା ହେଉଥିବା ଜଙ୍ଗଲିଆ ଅଞ୍ଚଳରେ ଏହାର ସଂକ୍ରମଣ ହୋଇଥିବା ଜଣାପଡିଛି ।

Share