Categories: ଜାତୀୟ

ଲଦାଖରେ ଭାରତୀୟ ଯବାନଙ୍କ ଶକ୍ତି ପ୍ରଦର୍ଶନ ସାରା ଦୁନିଆ ଦେଖିଛି: ମୋଦି

ନୂଆଦିଲ୍ଲୀ, ୧୫।୮: ଭାରତୀୟ ଯବାନଙ୍କ ଶକ୍ତି ଏବେ ସାରା ଦୁନିଆ ଦେଖିଛି। ଲଦାଖରେ ଭାରତୀୟ ଯବାନଙ୍କ ସାହସ ଆଗରେ ପ୍ରତିପକ୍ଷ ହାର ମାନିଛନ୍ତି। ଏଲ୍‌ଓସି ଏବଂ ଏଲ୍‌ଏସି ଭାରତ ପ୍ରତି ଆଖି ଉଠାଇଥିବା ପ୍ରତିପକ୍ଷଙ୍କୁ ଭାରତୀୟ ଯବାନ ଉଚିତ ଜବାବ ଦେଇଛନ୍ତି। ଦେଶର ଅଖଣ୍ଡତା ଅତୁଟ ରଖିବାକୁ ସୀମାରେ ଯବାନ ସବୁବେଳେ ସଜାଗ ହୋଇ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ଅବସରରେ କହିଛନ୍ତି। ଦେଶ ଏକ ଉତ୍ସାହରେ ଆଗକୁ ବଢ଼ିବାରେ ଲାଗିଛି। ଭାରତବାସୀ ଦୃଢ଼ ସଂକଳ୍ପ ନେଇ ନିଜ ସାମର୍ଥ୍ୟ ଉପରେ ଭରସା କରି ଆଗେଇବା ଆରମ୍ଭ କରିଛନ୍ତି। ଭାରତରେ ଶାନ୍ତିରେ ବିଶ୍ୱାସ କରେ। ତେବେ ନିଜ ସୁରକ୍ଷା ପାଇଁ ମଧ୍ୟ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଲାଗି ଦୃଢ଼ ପଦକ୍ଷେପ ନେଇଛି। ଏବେ ପ୍ରତିରକ୍ଷା ସରଞ୍ଜାମ ନିର୍ମାଣ କ୍ଷେତ୍ରରେ ଭାରତ ଆତ୍ମ ନିର୍ଭରଶୀଳ ହେବା ଆରମ୍ଭ କରିଥିବା ପ୍ରଧାନମନ୍ତ୍ରି କହିଛନ୍ତି।

Share