ସରକାରଙ୍କ ଅପାରଗତା ଦେଖିଲା ବିଶ୍ୱ: କଂଗ୍ରେସ

ଭୁବନେଶ୍ୱର, ୧୧।୨(ଅନୁରାଧା ମହାରଣା): ବାରବାଟୀ ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ମ୍ୟାଚବେଳେ ଲାଇଟ୍‌ ବନ୍ଦ ହେବା ଘଟଣା ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ବାରବାଟୀରେ ଲାଇନ କଟିବା ଓଡ଼ିଆ ଅସ୍ମିତାକୁ ଅଭିଶାପ। ବିଶ୍ୱ ଦେଖିଲା ଖେଳ ଚାଲୁଥିବା ବେଳେ ବାରବାଟୀ ଅନ୍ଧାର। ତେଣୁ ବାରବାଟୀକୁ ଖେଳ ଆସିବ କି ନାହିଁ ସନ୍ଦେହ ବୋଲି ତାରା କହିବା ସହ ଏପରି କାହିଁକି ହେଲା ତାହାର ତଦନ୍ତ ଦାବି କରିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ଜୟଦେବ ଯେନା କହିଛନ୍ତି, ବାରବାଟୀ ଅବ୍ୟବସ୍ଥା ପରେ ବିଶ୍ୱ ଓଡ଼ିଶା ସରକାରଙ୍କ ଅପାରଗତା ଦେଖିଲା। ମ୍ୟାଚ ଚାଲିଥିବା ବେଳେ ଦୀର୍ଘ ସମୟ ଫ୍ଲଡ ଲାଇଟ୍‌ କଟିଗଲା। ଭାରତରେ କେବେ ଏପରି ଘଟଣା ଘଟି ନ ଥିଲା ବୋଲି ଜୟଦେବ କହିଛନ୍ତି। ବାରବାଟୀ ମ୍ୟାଚ ଦାୟିତ୍ୱ ଓସିଏ ନୁହେଁ, ଭାଜପା ନେଇଥିଲା। ସେଥିପାଇଁ ଟିକେଟ ବିକ୍ରିଠାରୁ ଆରମ୍ଭ କରି ଖେଳ ଯାଏ ବିଭ୍ରାଟ ଘଟିଲା। ଭାଜପା ଓସିଏକୁ ସୀମିତ କରିଦେଲା। ସେଥିପାଇଁ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଲା। ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ହେଲା। ସରକାର ଓ କ୍ରୀଡ଼ା ମନ୍ତ୍ରୀଙ୍କ ଅପାରଗତାକୁ ବି ବିଶ୍ୱ ଦେଖିଲା। ଆଗରୁ ବହୁତ ଥର ଖେଳ ହୋଇଛି, ହେଲେ ଏତେ ଅବ୍ୟବସ୍ଥା ଦେଖାଯାଇ ନ ଥିଲା। ଏଥିସହିତ ବାରବାଟୀ ଅବ୍ୟବସ୍ଥାକୁ ନେଇ କ୍ରୀଡ଼ାମନ୍ତ୍ରୀଙ୍କ ବୟାନକୁ ମଧ୍ୟ ଜୟଦେବ ସମାଲୋଚନା କରିଛନ୍ତି। କ୍ରୀଡ଼ାମନ୍ତ୍ରୀଙ୍କ ମନ୍ତବ୍ୟରୁ ଜଣାପଡୁଛି ଯେମିତି ଗାଁ କ୍ରିକେଟ ମ୍ୟାଚ ହେଉଥିଲା। ସବୁବେଳେ ଭିଆଇପିଙ୍କୁ ପାସ୍‌ ଦିଆଯାଏ। ଏଥିରେ କିଛି ନୂଆ ନାହିଁ। ଗାଁ ମ୍ୟାଚ ପରି ଭାଜପା ଓସିଏର ଦାୟିତ୍ୱ ସୀମିତ କରି ନିଜେ ସବୁ କରିବାକୁ ଚାହିଁବାରୁ ଓଡ଼ିଶାକୁ ବିଶ୍ୱଦରବାରରେ ଲଜ୍ଜିତ ହେବାକୁ ପଡ଼ିଲା ବୋଲି ଜୟଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri