ୱାଶିଂଟନରେ ବିଶ୍ୱ ଘରଚଟିଆ ଦିବସ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ମାର୍ଚ୍ଚ ୨୦ ତାରିଖକୁ ସାରା ବିଶ୍ୱ ଘରଚଟିଆ ସୁରକ୍ଷା ଦିବସ ଭାବେ ପାଳନ କରିଛି । ଘରଚଟିଆଙ୍କ ସୁରକ୍ଷା ଏବଂ ବଂଶବୃଦ୍ଧି ପାଇଁ ଲୋକଙ୍କୁ ସଚେତନ କରିବା ହିଁ ଏହି ଦିବସର ମୂଳ ଲକ୍ଷ୍ୟ।

ଗଞ୍ଜାମ ଜିଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଯୁକ୍ତରାଷ୍ଟ୍ର ଆମେରିକାର ୱାଶିଂଟନ ଡି.ସି.ର ସ୍ମିଥସୋନିଆନ ଟ୍ରପିକାଲ ଗବେଷଣା ପ୍ରତିଷ୍ଠାନରେ ଏହି ଦିବସ ପାଳିତ ହୋଇଯାଇଛି l

ହସ୍ତଶିଳ୍ପ ପାଇଁ ବିଶ୍ୱ ପ୍ରସିଦ୍ଧ ଗଞ୍ଜାମ ଜିଲାର ପଦ୍ମନାଭପୁର ଗ୍ରାମ ବାସିନ୍ଦା ବୁଣାକାର ୟୁ. ନୀଳକଣ୍ଠଙ୍କ ଦ୍ୱାରା ନିର୍ମିତ ହସ୍ତିଶିଳ୍ପ ଏଥିରେ ପ୍ରଦର୍ଶିତ ହୋଇଥିଲା । ଅତିଥିମାନେ ଏଭଳି ହସ୍ତ ଶିଳ୍ପ ଦେଖି ପ୍ରଶଂସା କରିବା ସହ ଏହାର ଇତିହାସ ବିଷୟରେ ପଚାରି ବୁଝିଥିଲେ।

ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣାଙ୍କ ଦ୍ୱାରା ଅଦରକାରୀ କାଗଜରେ ନିର୍ମିତ ଘରଚଟିଆ ପ୍ରତିକୃତିକୁ ଜୈବ ବିଜ୍ଞାନୀ କ୍ରିଷ୍ଟିନା ଆଣ୍ଡରସନ, କାର୍ଯ୍ୟକ୍ରମ ସଂଯୋଜକ ତଥା ଭର୍ଜିନିଆ ତୃଣଭୂମି ପକ୍ଷୀ ପଦକ୍ଷେପ ଅଧିକାରୀ
ଏରିନ ଶିବଲି ଏବଂ ଜଷ୍ଟିନ ପ୍ରକ୍ଟରଙ୍କୁ ପ୍ରଦାନ କରାଯାଇଥିଲା।

ଏହି ଦିବସର ମୁଖ୍ୟ ଆହ୍ବାନ ହେଉଛି ଜଳବାୟୁ ପରିବର୍ତ୍ତନ ପରିଚାଳନା ଏବଂ ଜୈବ ବିବିଧତା ସଂରକ୍ଷଣ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ତ୍ରିପାଠୀ, ଯୁବ ପରିବେଶବିତ ସୌମ୍ୟ ରଞ୍ଜନ ବିଶ୍ୱାଳ, ଡାକ୍ତର ହରି ପାଙ୍ଗି, ଅର୍ଚ୍ଚନା ସୋରେନ ଓ ସସ୍ମିତା ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଆମେରିକାରେ ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ଦ୍ୱାରା ପରିଚାଳିତ ସମ୍ମାନଜନକ ଅନ୍ତର୍ଜାତୀୟ ନେତୃତ୍ୱ ପରିଦର୍ଶକ(ଆଭିଏଲପି)କାର୍ଯ୍ୟକ୍ରମରେ ସଭାପତି ସାଗରଙ୍କ ସମେତ ବିଭିନ୍ନ ବର୍ଗରୁ ଅନ୍ୟ ୫ଜଣ ମନୋନୀତ ହୋଇ ବର୍ତ୍ତମାନ ଆମେରିକାର ବିଭିନ୍ନ ସହର ପରିଦର୍ଶନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri