Posted inଫୁରସତ

ବିଶ୍ୱରେ ପ୍ରଥମ କ୍ଷେପଣାସ୍ତ୍ର ତିଆରି କାରଖାନା

ବର୍ତ୍ତମାନ ସମଗ୍ର ବିଶ୍ୱରେ କ୍ଷେପଣାସ୍ତ୍ର ଏବଂ ରକେଟ୍‌ ମାଧ୍ୟମରେ ଲଢ଼େଇ ଚାଲୁଛି। ପ୍ରତ୍ୟେକ ଦେଶ ନିଜ ନିକଟରେ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର ରଖିଥାନ୍ତି। ଯାହା ଦ୍ୱାରା ଶତ୍ରୁପକ୍ଷକୁ ଦୂରରୁ ବିନାଶ କରାଯାଇପାରିବ। ଭାରତ ପାଖରେ ମଧ୍ୟ ଅନେକ କ୍ଷେପଣାସ୍ତ୍ର ରହିଛି। ଏହି କ୍ଷେପଣାସ୍ତ୍ରଗୁଡ଼ିକ ମଧ୍ୟରୁ କେତେକ ମହାକାଶକୁ ଉପଗ୍ରହ ଭାବେ ପଠାଇଯାଇଥାଏ। ତେବେ କେଉଁ ଦେଶ ପ୍ରଥମେ କ୍ଷେପଣାସ୍ତ୍ର ତିଆରି ଆରମ୍ଭ କରିଥିଲା ଜାଣନ୍ତୁ ଏ ସମ୍ପର୍କରେ…
ଜର୍ମାନୀ ଏମିତି ଏକ ଦେଶ, ଯିଏ କି ପ୍ରଥମେ କ୍ଷେପଣାସ୍ତ୍ର ତିଆରି ଆରମ୍ଭ କରିଥିଲା। ରୁଷିଆ ଏବଂ ଆମେରିକା ମଧ୍ୟ ଏହି ଦୌଡ଼ରେ ଆଗରେ ଅଛନ୍ତି। କିନ୍ତୁ କ୍ଷେପଣାସ୍ତ୍ର ପାଇଁ ପ୍ରଥମେ ପ୍ରତିଯୋଗିତା ଜର୍ମାନୀ ଆରମ୍ଭ କରିଥିଲା। ପରେ ବୈଜ୍ଞାନିକମାନେ ରୁଷିଆ ଏବଂ ଆମେରିକାର କ୍ଷେପଣାସ୍ତ୍ର ତିଆରିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହା ଘଟିଥିଲା। ଜର୍ମାନୀର ଏକ ଗ୍ରାମକୁ କ୍ଷେପଣାସ୍ତ୍ର କାରଖାନା ଭାବରେ ବିକଶିତ କରାଯାଇଥିଲା। ଏହି ଗାଁର ନାମ୍‌ ପେନ୍‌ମୁଣ୍ଡେ। ଏହି ଗାଁ ଜର୍ମାନୀର ୟୁସଡମ୍‌ ଦ୍ୱୀପରେ ପେନ୍‌ ନଦୀ ମୁହାଣରେ ଅବସ୍ଥିତ। ପେନ୍‌ ନଦୀ ବାଲ୍‌ଟିକ୍‌ ସାଗରରେ ପଡ଼ିଛି। ସୁନ୍ଦର ବେଳାଭୂମି ପାଇଁ ଏହା ପ୍ରସିଦ୍ଧ। ପୂର୍ବ ଜର୍ମାନୀର ଲୋକେ ଏଠାକୁ ଛୁଟି ମନାଇବାକୁ ଆସିଥାନ୍ତି। ମାତ୍ର ୧୯୩୬ରୁ ୧୯୪୫ ମଧ୍ୟରେ ଦ୍ୱୀପପୁଞ୍ଜର ପେନ୍‌ମୁଣ୍ଡେ ଗ୍ରାମକୁ ନାଜି ସରକାର ଏହାର ଗୁପ୍ତଚର ମିଶନର ଆଡ୍ଡା କରିଥିଲେ। ୧୯୩୫ରେ ଜର୍ମାନ ଇଞ୍ଜିନିୟର ବର୍ନହର ବନ୍‌୍‌ ବ୍ରୋନ୍‌ କ୍ଷେପଣାସ୍ତ୍ର କାରଖାନା ପାଇଁ ପେନ୍‌ମୁଣ୍ଡେ ଗାଁକୁ ଚୟନ କରିଥିଲେ। ଏହାର ୪୦୦ କିଲୋମିଟର ପର୍ଯ୍ୟନ୍ତ ଶୂନ୍‌ଶାନ ଥିଲା। ବ୍ରୋନ୍‌ ଭାବିଥିଲେ ଏହି ସ୍ଥାନ ତାଙ୍କ ରକେଟ୍‌ ପରୀକ୍ଷା ପାଇଁ ଉପଯୁକ୍ତ ହେବ। ସରକାରଙ୍କ ଅନୁମତି ପାଇବା ପରେ ଏଠାରେ କ୍ଷେପଣାସ୍ତ୍ର କାରଖାନା ଏବଂ ପରୀକ୍ଷଣ ସ୍ଥାପନ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିଲା। ପୃଥିବୀର ପ୍ରଥମ କ୍ରୁଜ୍‌ କ୍ଷେପଣାସ୍ତ୍ର କାରଖାନା ଏବଂ ପରୀକ୍ଷଣ ପ୍ରସ୍ତୁତ କରିବାକୁ ପ୍ରାୟ ୧୨ ହଜାର ଲୋକ ଏଠାରେ ଦିନରାତି କାର୍ଯ୍ୟ କରିଥିଲେ। କାରଖାନା ୨୫ ବର୍ଗ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଥିଲା। ପେନ୍‌ମୁଣ୍ଡେରେ ଗବେଷଣା ଏବଂ କ୍ଷେପଣାସ୍ତ୍ର ପରୀକ୍ଷା କେବଳ ବିଶ୍ୱର ସର୍ବବୃହତ ଯୁଦ୍ଧ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଭବିଷ୍ୟତ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ ହୋଇଥିଲା। ଏହି ଗାଁରେ ରକେଟ୍‌ ଟେକ୍ନୋଲୋଜିର ମୂଳଦୁଆ ପକାଯାଇଥିଲା, ଯାହା ସାହାଯ୍ୟରେ ମଣିଷ ମହାକାଶ ଯାତ୍ରା ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri