ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ ହେତୁ ଶରୀର ଅନେକ ଗୁରୁତର ବିପଦର ସମ୍ମୁଖୀନ ହୋଇଥାଏ। ଆଖି, କିଡନୀ, ହାର୍ଟ ଏବଂ ସ୍ନାୟୁ ମଧ୍ୟ ବିପଦରେ ଥାଏ। ଏହି କାରଣରୁ ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଏ। ମଧୁମେହରୁ ରକ୍ଷା ପାଇବା ପାଇଁ ସଚେତନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ପ୍ରତିବର୍ଷ ୧୪ ନଭେମ୍ବରରେ ବିଶ୍ୱ ଡାଇବେଟିସ ଦିବସ ପାଳନ କରାଯାଏ । ଡାଇବେଟିସରୁ ବଞ୍ଚିବା ପାଇଁ କେଉଁ ଜିନିଷକୁ ଅଣଦେଖା କରାଯିବା ଉଚିତ୍‌ ନୁହେଁ ଆସନ୍ତୁ ଜାଣିବା …

ଯଦି ପରିବାରର କାହାର ମଧୁମେହ ଅଛି ତେବେ ଆପଣ ସାବଧାନ ହେବା ଉଚିତ୍‌। ପାରିବାରିକ ଇତିହାସ ଏହି ରୋଗର ସବୁଠାରୁ ବଡ କାରଣ ବୋଲି ବିବେଚନା କରାଯାଏ। ଯଦି ଆପଣଙ୍କର ପିତାମାତା କିମ୍ବା ଭାଇଭଉଣୀଙ୍କର ଟାଇପ-୨ ମଧୁମେହ ଅଛି, ତେବେ ଆପଣ ମଧ୍ୟ ବିପଦରେ ଅଛନ୍ତି । ଏପରି ପରିସ୍ଥିତିରେ, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ଜୀବନଶୈଳୀ ଏବଂ ଖାଦ୍ୟପେୟର ଉନ୍ନତି ଉପରେ ଧ୍ୟାନ ଦିଅନ୍ତୁ।

ଅତ୍ୟଧିକ ଓଜନ ମଧୁମେହର କାରଣ ଅଟେ। ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ପେଟରେ ଜମା ହୋଇଥିବା ଚର୍ବି ମଧୁମେହର ଆଶଙ୍କା ବଢାଇପାରେ। ମିଠା ଖାଉଥିଲେ ଚର୍ବି ଅଧିକ ବଢିଥାଏ । ମେଦବହୁଳତା ମଧ୍ୟ ହୃଦରୋଗର କାରଣ ଅଟେ। ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ଓଜନ ବଢୁଛି, ତେବେ ଆପଣ ସାବଧାନ ହୋଇଯାନ୍ତୁ।

ବିଶେଷଜ୍ଞଙ୍କ ଅନୁଯାୟୀ, ଆପଣ ଯେତେ କମ ଶାରୀରିକ ସକ୍ରିୟ, ମଧୁମେହ ହେବାର ଆଶଙ୍କା ସେତେ ଅଧିକ। ଯଦି ଆପଣ ଦିନସାରା ଗୋଟିଏ ସ୍ଥାନରେ ବସି କଟାଉଛନ୍ତି ଏବଂ ବ୍ୟାୟାମ, ଯୋଗ କିମ୍ବା କ୍ରୀଡା କରୁନାହାଁନ୍ତି, ତେବେ ଆପଣଙ୍କୁ ମଧୁମେହ ହେବାର ଆଶଙ୍କା ଅଧିକ । ଏପରି ପରିସ୍ଥିତିରେ, ଆପଣଙ୍କର ରୁଟିନ ସଠିକ୍‌ କରନ୍ତୁ, ପ୍ରତିଦିନ ଅତି କମରେ ୩୦ ମିନିଟ ବ୍ୟାୟାମ କରି ନିଜକୁ ଶାରୀରକୁ ସକ୍ରିୟ କରନ୍ତୁ। ଏହା ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ।

ଗର୍ଭାବସ୍ଥାରେ ମଧୁମେହ ଚିହ୍ନଟ ହେଲେ ବିପଦ ବଢିଯାଏ। ଏହି କାରଣରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଗର୍ଭାବସ୍ଥାରେ ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଅନ୍ତି। କାରଣ ଟିକିଏ ଅସାବଧାନତା ଉଭୟ ମା’ ଏବଂ ପିଲାଙ୍କ ପାଇଁ ବିପଜ୍ଜନକ ହୋଇପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri