ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ ହେତୁ ଶରୀର ଅନେକ ଗୁରୁତର ବିପଦର ସମ୍ମୁଖୀନ ହୋଇଥାଏ। ଆଖି, କିଡନୀ, ହାର୍ଟ ଏବଂ ସ୍ନାୟୁ ମଧ୍ୟ ବିପଦରେ ଥାଏ। ଏହି କାରଣରୁ ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଏ। ମଧୁମେହରୁ ରକ୍ଷା ପାଇବା ପାଇଁ ସଚେତନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ପ୍ରତିବର୍ଷ ୧୪ ନଭେମ୍ବରରେ ବିଶ୍ୱ ଡାଇବେଟିସ ଦିବସ ପାଳନ କରାଯାଏ । ଡାଇବେଟିସରୁ ବଞ୍ଚିବା ପାଇଁ କେଉଁ ଜିନିଷକୁ ଅଣଦେଖା କରାଯିବା ଉଚିତ୍‌ ନୁହେଁ ଆସନ୍ତୁ ଜାଣିବା …

ଯଦି ପରିବାରର କାହାର ମଧୁମେହ ଅଛି ତେବେ ଆପଣ ସାବଧାନ ହେବା ଉଚିତ୍‌। ପାରିବାରିକ ଇତିହାସ ଏହି ରୋଗର ସବୁଠାରୁ ବଡ କାରଣ ବୋଲି ବିବେଚନା କରାଯାଏ। ଯଦି ଆପଣଙ୍କର ପିତାମାତା କିମ୍ବା ଭାଇଭଉଣୀଙ୍କର ଟାଇପ-୨ ମଧୁମେହ ଅଛି, ତେବେ ଆପଣ ମଧ୍ୟ ବିପଦରେ ଅଛନ୍ତି । ଏପରି ପରିସ୍ଥିତିରେ, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ଜୀବନଶୈଳୀ ଏବଂ ଖାଦ୍ୟପେୟର ଉନ୍ନତି ଉପରେ ଧ୍ୟାନ ଦିଅନ୍ତୁ।

ଅତ୍ୟଧିକ ଓଜନ ମଧୁମେହର କାରଣ ଅଟେ। ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ପେଟରେ ଜମା ହୋଇଥିବା ଚର୍ବି ମଧୁମେହର ଆଶଙ୍କା ବଢାଇପାରେ। ମିଠା ଖାଉଥିଲେ ଚର୍ବି ଅଧିକ ବଢିଥାଏ । ମେଦବହୁଳତା ମଧ୍ୟ ହୃଦରୋଗର କାରଣ ଅଟେ। ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ଓଜନ ବଢୁଛି, ତେବେ ଆପଣ ସାବଧାନ ହୋଇଯାନ୍ତୁ।

ବିଶେଷଜ୍ଞଙ୍କ ଅନୁଯାୟୀ, ଆପଣ ଯେତେ କମ ଶାରୀରିକ ସକ୍ରିୟ, ମଧୁମେହ ହେବାର ଆଶଙ୍କା ସେତେ ଅଧିକ। ଯଦି ଆପଣ ଦିନସାରା ଗୋଟିଏ ସ୍ଥାନରେ ବସି କଟାଉଛନ୍ତି ଏବଂ ବ୍ୟାୟାମ, ଯୋଗ କିମ୍ବା କ୍ରୀଡା କରୁନାହାଁନ୍ତି, ତେବେ ଆପଣଙ୍କୁ ମଧୁମେହ ହେବାର ଆଶଙ୍କା ଅଧିକ । ଏପରି ପରିସ୍ଥିତିରେ, ଆପଣଙ୍କର ରୁଟିନ ସଠିକ୍‌ କରନ୍ତୁ, ପ୍ରତିଦିନ ଅତି କମରେ ୩୦ ମିନିଟ ବ୍ୟାୟାମ କରି ନିଜକୁ ଶାରୀରକୁ ସକ୍ରିୟ କରନ୍ତୁ। ଏହା ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ।

ଗର୍ଭାବସ୍ଥାରେ ମଧୁମେହ ଚିହ୍ନଟ ହେଲେ ବିପଦ ବଢିଯାଏ। ଏହି କାରଣରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଗର୍ଭାବସ୍ଥାରେ ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଅନ୍ତି। କାରଣ ଟିକିଏ ଅସାବଧାନତା ଉଭୟ ମା’ ଏବଂ ପିଲାଙ୍କ ପାଇଁ ବିପଜ୍ଜନକ ହୋଇପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri