ବିଶ୍ୱକପ ପାଇଁ ଚାଲିଲା ସ୍ବତନ୍ତ୍ର ଟ୍ରେନ, ଭଡା ମାତ୍ର…

ନୂଆଦିଲ୍ଲୀ,୧୮।୧୧: ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ଅନ୍ତିମ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଭାରତ ଏବଂ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଏହି ହାଇ ପ୍ରୋଫାଇଲ ମ୍ୟାଚର ସିଧା ପ୍ରସାରଣ କେବଳ ଭାରତ ନୁହେଁ ସାରା ବିଶ୍ୱ ଦେଖିବ। ତେବେ ସମସ୍ତେ ଷ୍ଟାଡିୟମକୁ ଯାଇ ମ୍ୟାଚ ଦେଖିବାକୁ ଚାହଁୁଥିବାବେଳେ ଫ୍ଲାଇଟ ଟିକେଟ୍‌ ଓ ହୋଟେଲ ଭଡା ଯୋଗୁ ସେମାନେ ହଟଷ୍ଟାରରେ ମ୍ୟାଚ ଦେଖିବେ। ବର୍ତ୍ତମାନ ଦେଶର ବିଭିନ୍ନ ସହରରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ବିମାନ ଭଡା ବହୁତ ମହଙ୍ଗା ହୋଇଯାଇଛି। ଯଦି ଆପଣ ଷ୍ଟାଡିୟମକୁ ଯାଇ ମ୍ୟାଚ ଦେଖିବାକୁ ଚାହୁଁଛନ୍ତି ଏଇଟା ଆଣଙ୍କ ପାଇଁ ଖୁସି ଖବର। ବିମାନ ଭଡା ମହଙ୍ଗା ହୋଇଯାଇଥିବାରୁ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ସ୍ବତନ୍ତ୍ର ଟ୍ରେନ ଚଳାଇବା ନେଇ ନିଷ୍ପତ୍ତି ନେଇଛି। ଏହି ଟ୍ରେନଗୁଡିକ ଦିଲ୍ଲୀ ଏବଂ ମୁମ୍ବାଇରୁ ଚଳାଚଳ କରିବ। ବିଶେଷ କଥା ହେଉଛି ଏହି ଟ୍ରେନ ଭଡା ଆଦୌ ମହଙ୍ଗା ହେବ ନାହିଁ। ଟ୍ରେନ ଟିକେଟରେ ଆପଣ ୮୫ରୁ ୯୦ପ୍ରତିଶତ ସଞ୍ଚୟ କରିବେ।

ଶନିବାର ସାରେ ଏକ ସ୍ବତନ୍ତ୍ର ଟ୍ରେନ ଦିଲ୍ଲୀରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବ। ପରଦିନ ଅର୍ଥାତ ରବିବାର ସକାଳେ ଏହି ଟ୍ରେନ ପହଞ୍ଚିବ। ମ୍ୟାଚ ପରେ ଭୋର ୨ଟା ୩୦ରୁ ଟ୍ରେନ ଅହମ୍ମଦାବାଦରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ଜାଣି ଖୁସି ହେବେ ଏହି ଟ୍ରେନର ଟିକେଟ ବିମାନ ଟିକେଟ ଠାରୁ ବହୁତ କମ ଅଟେ। ସ୍ଲିପର ସିଟର ଦାମ ୬୨୦ ଟଙ୍କା ହୋଇଥିବାବେଳେ ଫାଷ୍ଟ କ୍ଲାସ ଏସି ଟିକେଟର ଦାମ ୩୪୯୦ ଟଙ୍କା ରହିଛି। 3AC ଇକୋନମିି ଏବଂ 3AC ସିଟ ମୂଲ୍ୟ ଯଥାକ୍ରମେ ୧୫୨୫ ଏବଂ ୧୬୬୫ ଟଙ୍କା ରହିଛି।

ଯଦି ଦିଲ୍ଲୀରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ବିମାନ ଭଡା ବିଷୟରେ କହିବା, ତେବେ ଶନିବାର ସାରେ ବିମାନର ଭଡା ୨୬ ହଜାରରୁ ଅଧିକ ରହିବାକୁ ଥିବାବେଳେ ରବିବାର ସକାଳେ ଭଡା ୨୮ହଜାରରୁ ଅଧିକ ଅଟେ। ଯଦି ଆପଣ ଏହାକୁ ଫାଷ୍ଟ କ୍ଲାସ ଏସି ଟିକେଟ ଭଡା ସହିତ ତୁଳନା କରନ୍ତି, ତେବେ ଆପଣ ୮୫ ପ୍ରତିଶତରୁ ଅଧିକ ସଞ୍ଚୟ କରିବେ। ରେଲୱେ ଦ୍ୱାରା ମୁମ୍ବାଇରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ତିନୋଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri