Posted inଖେଳ

‘ଶାମି ଜଣେ ଭଲ ବୋଲର୍‌ ସତ, ହେଲେ ସେତିକି ଭଲ ସ୍ବାମୀ ଏବଂ ବାପା ହୋଇଥାନ୍ତେ କି…’

ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ୍‌ ୨୦୨୩ରେ ଭାରତୀୟ ବୋଲର ମହମ୍ମଦ ଶାମି ଜବରଦସ୍ତ ଫର୍ମରେ ଅଛନ୍ତି। ଏଯାବତ ସେ ୨୩ ଉଇକେଟ ନେଇସାରିଛନ୍ତି। ଗୋଟିଏ ପଟେ ସେ ଅନେକ ରେକର୍ଡ ନିଜ ନାମରେ କରୁଥିବା ବେଳେ ଅପରପକ୍ଷେ ସ୍ତ୍ରୀ ହସିନ ଜହାଁ ତାଙ୍କୁ କଟାକ୍ଷ କରିବାକୁ ମଉକା ଛାଡ଼ୁନାହାନ୍ତି।

ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲାରେ ଶାମି ୭ ଉଇକେଟ ନେଇ ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ହୋଇଥିଲେ। ତେବେ ଶାମି ବୋଲିଂ ଭଳି ଭଲ ସ୍ବାମୀ ଏବଂ ବାପା ହୋଇଥାନ୍ତେ କି ବୋଲି ହସିନ କଟାକ୍ଷ କରିଛନ୍ତି।

ଶାମିଙ୍କ ପ୍ରଦର୍ଶନ ନେଇ ହସିନ କହିଛନ୍ତି, ସେ ଯେତେ ଭଲ ବୋଲର, ସେତିକି ଭଲ ମଣିଷ ହୋଇଥିଲେ ଆମେ ସୁଖୀ ଜୀବନ ବିତାଇଥାନ୍ତୁ। ସେ ଭଲ ହୋଇଥିଲେ ମୋ ଝିଅ, ମୋ ସ୍ବାମୀ ଏବଂ ମୁଁ ଭଲରେ ରହିଥାନ୍ତୁ। ଏହା ଆମପାଇଁ ସମ୍ମାନର କଥା ହୋଇଥାନ୍ତା ଯେତେବେଳେ ସେ କେବଳ ଭଲ ଖେଳାଳି ନୁହେଁ ବରଂ ଭଲ ସ୍ବାମୀ ଏବଂ ବାପା ହୋଇଥାନ୍ତେ। ତାଙ୍କର ଭୁଲ, ଲୋଭୀ ମନୋଭାବ ଏବଂ କୁଶ୍ଚିତ ଚିନ୍ତାଧାରା ଯୋଗୁ ଆଜି ଆମେ ୩ଜଣ ତାର ପରିଣାମ ଭୋଗ କରୁଛୁ। ଏବେ ସେ ନିଜର ନକରାତ୍ମକ ବ୍ୟକ୍ତିତ୍ୱକୁ ଟଙ୍କା ଦ୍ୱାରା ଘୋଡାଇଦେବାକୁ ଚେଷ୍ଟା କରୁଛନ୍ତି। ତାଙ୍କୁ ସଫଳର ପାହାଚରେ ଚଢ଼ୁଥିବା ଦେଖିବା ବେଳେ ସେତେଟା ଖୁସି ଅନୁଭବ ହେଉନାହିଁ। ହେଲେ ଭାରତ ସେମିଫାଇନାଲକୁ ଜିତିବା ବଡ଼ କଥା। ଦଳ ଫାଇନାଲ ବି ଜିତୁ ବୋଲି ସେ ପ୍ରାର୍ଥନା କରିବେ ବୋଲି ହସିନ କହିଛନ୍ତି।

୨୦୧୮ରେ ଶାମି ଏବଂ ହସିନ ପରସ୍ପରଠାରୁ ଅଲଗା ହୋଇଥିଲେ। ସେତେବେଳେ ହସିନ ଶାମିଙ୍କ ଉପରେ ଘରୋଇ ହିଂସାକୁ ନେଇ ଗମ୍ଭୀର ଅଭିଯୋଗ ଲଗାଇଥିଲେ। ହେଲେ ଶାମି ଏହାକୁ ସର୍ବଦା ପ୍ରତ୍ୟାଖ୍ୟାନ କରିଆସିଛନ୍ତି। ଉଭୟଙ୍କ ଏକ ଝିଅ ଅଛନ୍ତି, ଯିଏ ହସିନଙ୍କ ସହ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri