Categories: ଖେଳ

ବିଶ୍ୱକପ ଫାଇନାଲ ଅହମଦାବାଦରେ, କିନ୍ତୁ ଭାରତ-ପାକିସ୍ତାନ ସୀମା ଉତ୍ସବ ମୁଖର…

ଅହମଦାବାଦ,୧୯।୧୧ : ରବିବାର କ୍ରିକେଟ ବିଶ୍ୱକପର ଅନ୍ତିମ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଅନ୍ତିମ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ, କିନ୍ତୁ ଅହମଦାବାଦଠାରୁ ପ୍ରାୟ ୧୦୦୦ କିଲୋମିଟର ଦୂରରେ ପଞ୍ଜାବର ଫିରୋଜପୁରର ଭାରତ-ପାକିସ୍ଥାନ ସୀମା ନିକଟରେ ଅବସ୍ଥିତ ଚକ ଖେଡେୱାଲା ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି। ଏହାର କାରଣ ହେଉଛି ଭାରତୀୟ ଦଳ ସହିତ ଏହି ଗାଁର ଏକ ବିଶେଷ ସମ୍ପର୍କ ରହିଛି।

ଭାରତୀୟ କ୍ରିକେଟ ଦଳର ଓପନର୍‌ ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ଶୁବମାନ ଗିଲ ମୂଳତଃ ଖେଡେୱାଲା ଗାଁର ବାସିନ୍ଦା। ତାଙ୍କର ପରିବାର ବର୍ତ୍ତମାନ ଚଣ୍ଡିଗଡ଼ରେ ରହିବାକୁ ଆରମ୍ଭ କରିଛନ୍ତି, କିନ୍ତୁ ୮୭ ବର୍ଷ ବୟସ୍କା ଦାଦା ସର୍ଦ୍ଦାର ଦିଦର ସିଂ ଏବଂ ୭୫ ବର୍ଷ ବୟସ୍କା ଜେଜେମା ଗୁରୁମାଲ ସିଂ ଏବେ ମଧ୍ୟ ଗାଁରେ ରୁହନ୍ତି। ଗିଲଙ୍କ ପରିବାର ଜମିଦାର ବର୍ଗର ଅଛନ୍ତି। ସେଠାରେ ତାଙ୍କର ବହୁ ଜମି ଅଛି, କିନ୍ତୁ ପୈତୃକ ଘର ଅତ୍ୟନ୍ତ ପୁରାତନ ଶୈଳୀର।

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ନିକଟରେ ଗିଲ ପରିବାର ସେମାନଙ୍କ ପୈତୃକ ଘରେ ଅନେକ ପରିବର୍ତ୍ତନ କରିଥିଲେ, ଅନେକ ସ୍ଥାନରେ ଭଙ୍ଗାରୁଜା କରାଯାଇଥିଲା, କିନ୍ତୁ ଶୁଭମାନ ଗିଲଙ୍କ ଜେଜେମା ଗୁରୁମେଲ ସିମେଣ୍ଟ ଷ୍ଟ୍ରିପକୁ ଭାଙ୍ଗିବାକୁ ଦେଇ ନ ଥିଲେ ଯେଉଁଠାରେ ସେ ତାଙ୍କ ପିଲାଦିନରେ ଅଭ୍ୟାସ କରୁଥିଲେ।

ତାଙ୍କ ଜେଜେମା କହିଛନ୍ତି ସେ ତିନି ବର୍ଷ ବୟସରୁ କ୍ରିକେଟ ଖେଳୁଥିଲେ। ୬ ବର୍ଷ ବୟସରେ ସେ ପୁରା ରୋଷେଇ ଘରକୁ ନଷ୍ଟ କରିଦେଇଥିଲେ।

Share