Posted inଖେଳ

ବିଶ୍ୱକପ୍‌ ଫାଇନାଲ: ୨୦୦୩ ପ୍ରତିଶୋଧ ନେବାର ସୁବର୍ଣ୍ଣ ସୁଯୋଗ

ଅହମଦାବାଦ,୧୬ା୧୧: ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଫାଇନାଲରେ ଦ୍ୱିତୀୟ ଥର ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ପ୍ରଥମ ଥର ୨୦୦୩ରେ ଉଭୟ ଦଳ ମୁହାଁମୁହିଁ ହୋଇଥିବା ବେଳେ ୨୦ ବର୍ଷ ପରେ ପୁନର୍ବାର ସମାନ ଘଟଣା ଆଉ ଥରେ ଦେଖିବେ ଭାରତୀୟ କ୍ରିକେଟ ଫ୍ୟାନ୍‌। ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପ୍ରଥମ ଦଳ ଭାବେ ଭାରତ ଫାଇନାଲ ଟିକେଟ ହାସଲ କରି ନେଇଥିବା ବେଳେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ୫ ଥରର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ସହିତ ମୁକାବିଲା ରହିଥିବା ବେଳେ ୨୦୦୩ ବିଶ୍ୱକପ୍‌ ଫାଇନାଲ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ ଭାରତ।

୨୦୦୩ରେ ଜୋହାନସ୍‌ବର୍ଗରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ୧୨୫ ରନ୍‌ରେ ପରାସ୍ତ କରି ଟାଇଟଲ ହାସଲ କରିଥିଲା ଅଷ୍ଟ୍ରେଲିଆ। ବର୍ତ୍ତମାନ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ ନିକଟରେ ଏହାର ପ୍ରତିଶୋଧ ନେବାର ସୁବର୍ଣ୍ଣ ସୁଯୋଗ ରହିଛି। ଚଳିତ ଟୁର୍ନାମେଣ୍ଟରେ ଭାରତ ଗୋଟିଏ ବି ମ୍ୟାଚ୍‌ରେ ହାରିନାହିଁ। ଅନ୍ୟପକ୍ଷରେ ଲିଗ୍‌ ମ୍ୟାଚରେ ଦଳ ଅଷ୍ଟ୍ରେଲିଆକୁ ଥରେ ପରାସ୍ତ କରିସାରିଛି। ୨୦୧୧ରେ ଭାରତରେ ଖେଳାଯାଇଥିବା ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲରେ ଉଭୟ ଦଳ ସାମ୍ନାସାମ୍ନି ହୋଇଥିବା ବେଳେ ଭାରତ ବିଜୟୀ ହୋଇଥିଲା।

ତେବେ ୨୦୧୫ ବିଶ୍ୱକପ୍‌ ସେମିଫାଇନାଲରେ ଭାରତକୁ ହରାଇଥିଲା ଅଷ୍ଟ୍ରେଲିଆ। ଚଳିତ ବିଶ୍ୱକପ୍‌ରେ ଉଭୟ ଦଳ ଫାଇନାଲରେ ପ୍ରବେଶ କରିଥିବା ବେଳେ ଭାରତ ନିକଟରେ ପ୍ରତିଶୋଧ ନେବାର ସୁବର୍ଣ୍ଣ ସୁଯୋଗ ରହିଛି। ଦିନିକିଆ ବିଶ୍ୱକପ୍‌ରେ ଉଭୟ ଦଳ ୧୩ ଥର ସାମ୍ନାସାମ୍ନି ହୋଇଥିବା ବେଳେ ଅଷ୍ଟ୍ରେଲିଆ ୮ ଥର ଓ ଭାରତ ୫ ଥର ବିଜୟୀ ହୋଇଛି। ତେବେ ଘରୋଇ ମାଟିରେ ଭାରତ ଏହି ମ୍ୟାଚ ଖେଳୁଥିବା ବେଳେ ଭାରତର ପଲା ଭାରି ରହିବ। ଏହା ସହିତ ଭାରତୀୟ ବୋଲିଂ ଓ ବ୍ୟାଟିଂ ଆକ୍ରମଣ ବେଶ୍‌ ସନ୍ତୁଳିତ ମନେହେଉଥିବା ବେଳେ ୨୦ ବର୍ଷ ପରେ ଫାଇନାଲ ପରାଜୟର ପ୍ରତିଶୋଧ ନେବାକୁ ଦଳ ପ୍ରୟାସ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri