Posted inଖେଳ

ବିଶ୍ୱକପ୍‌ ଚେସ୍‌ ଫାଇନାଲ: ନରଓ୍ବେର ମାଗ୍ନସ୍‌ କାର୍ଲସେନ୍‌ ଚାମ୍ପିୟନ

ବାକୁ,୨୪ା୮: ଚେସ୍‌ ବିଶ୍ୱକପ୍‌ ଫାଇନାଲର ଟାଇବ୍ରେକର ରାଉଣ୍ଡରେ ଭାରତର ଆର୍‌. ପ୍ରଜ୍ଞାନନ୍ଦଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି ନରଓ୍ବେର ମାଗ୍ନସ୍‌ କାର୍ଲସେନ୍‌। ମାତ୍ର ୧୮ ବର୍ଷ ବୟସରେ ବିଶ୍ୱକପ୍‌ ଫାଇନାଲରେ କାର୍ଲସେନ୍‌ଙ୍କୁ କଡା ଚ୍ୟାଲେଞ୍ଜ ଦେଇ ଚେସ୍‌ ପ୍ରେମୀଙ୍କ ହୃଦୟ ଜିତି ନେଇଛନ୍ତି ଭାରତର ଆର୍‌. ପ୍ରଜ୍ଞାନନ୍ଦ। ବିଶ୍ୱକପ୍‌ ଫାଇନାଲର ପ୍ରଥମ ଦୁଇ କ୍ଲାସିକାଲ୍‌ ଗେମ୍‌ ଡ୍ର’ରେ ଶେଷ ହେବା ପରେ ଟାଇବ୍ରେକରରେ ମ୍ୟାଚ ଫଇସଲା ହୋଇଥିଲା। ୧୮ ବର୍ଷୀୟ ପ୍ରଜ୍ଞାନନ୍ଦ କଡା ଟକ୍କର ଦେଇଥିଲେ ମଧ୍ୟ କାର୍ଲସେନ୍‌ ବାଜି ମାରି ନେଇଥିଲେ। ବିଶ୍ୱ ମାନ୍ୟତାର ଏକ ନମ୍ବର ଖେଳାଳି ମାଗ୍ନସ୍‌ କାର୍ଲସେନ୍‌ ୧.୫-୦.୫ ଟାଇବ୍ରେକରେ ଜିତିବା ସହିତ ନିଜର ପ୍ରଥମ ବିଶ୍ୱକପ୍‌ ଟାଇଟଲ ହାସଲ କରିଥିଲେ।

କିମ୍ବଦନ୍ତୀ ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ପ୍ରଜ୍ଞାନନ୍ଦ ବିଶ୍ୱକପ୍‌ ଫାଇନାଲ ଖେଳିଥିଲେ। ପ୍ରଥମ ଟାଇବ୍ରେକର ଗେମ୍‌ ପାଇଁ ପ୍ରତି ମୁଭ୍‌କୁ ୩୦ ସେକେଣ୍ଡ ସହିତ ଅତିରିକ୍ତ ୧୦ ସେକେଣ୍ଡର ସମୟ ମିଳିଥିଲା। କଡା ସଂଘର୍ଷପୂର୍ଣ୍ଣ ଟାଇବ୍ରେକର ପ୍ରଥମ ଗେମ୍‌କୁ ୪୫ ମୁଭ୍‌ରେ ଜିତିଥିଲେ କାର୍ଲସେନ୍‌। ଦ୍ୱିତୀୟ ଟାଇବ୍ରେକ୍‌ ଗେମ୍‌ଟି ୨୫ ସେକେଣ୍ଡ ବିଶିଷ୍ଟ ରହିଥିବା ବେଳେ ୧୦ ସେକେଣ୍ଡର ଅତିରିକ୍ତ ସମୟ ମିଳିଥିଲା। ୨୨ ମୁଭ୍‌ ପରେ ଏହି ଗେମ୍‌ ଡ୍ରରେ ଶେଷ ହେବା ସହିତ କାର୍ଲସେନ୍‌ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ବର୍ଷା, ଏହି ଜିଲାରେ ଲଗାତାର ୩ ଦିନ ସ୍କୁଲ ଛୁଟି, ଜାଣନ୍ତୁ…

ଭବାନୀପାଟଣା ୨୪।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ୩ ଦିନ ହେଲା କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଏନେଇ ଜନଜୀବନ…

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

୩ ଦିନ ହେଲା ବର୍ଷା ଜାରି , ମାଧବରୀଡ଼ାରେ ବିପଦ ସଂକେତ ଜଳସ୍ତର

ବେଲଗୁଣ୍ଠା,୨୪ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଅବପାତ ପ୍ରଭାବରେ ବେଲଗୁଣ୍ଠା ଅଞ୍ଚଳରେ ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଧାନ ଫସଲକୁ ନେଇ ଚାଷୀଙ୍କ…

ବନ୍ୟାର ପ୍ରଖର ସ୍ରୋତରେ ନାଳ ପାରି ହେଲେ ଗର୍ଭବତୀ

ପାତ୍ରପୁର, ୨୪ା୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୀମାନ୍ତରେ ପ୍ରବାହିତ ଜାମୁଗଣ୍ଡ ନାଳରେ ବର୍ଷାଜଳ ବୃଦ୍ଧି ପାଇଛି। ଏଥିଯୋଗୁ କେତେକ ଆଦିବାସୀ ଗ୍ରାମ ବାହ୍ୟ…

ଆରପାରିରେ ବଲିଉଡ୍‌ର ମଲ୍ଟି-ଟାଲେଣ୍ଟେଡ୍ ଅଭିନେତା ମୁସ୍ତାକ୍ ଖାନ୍, ୫୬ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମା ଓ ଟେଲିଭିଜନ୍ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ବରିଷ୍ଠ ଅଭିନେତା ମୁସ୍ତାକ୍ ଖାନ୍‌ଙ୍କର ୫୬ ବର୍ଷ ବୟସରେ ପରଲୋକ…

ଏସୀୟ କ୍ରୀଡ଼ାର ୧୦,୦୦୦ ମିଟର ଦୌଡ଼ରେ ସୀମାଙ୍କ ଐତିହାସିକ ବ୍ରୋଞ୍ଜ ପଦକ

ନାଗୋୟା,୨୪ା୯: ଭାରତୀୟ ଟ୍ରାକ ଆଣ୍ଡ ଫିଲ୍ଡ ଆଥଲେଟ୍‌ ସୀମା ଗୁରୁବାର ମହିଳା ୧୦,୦୦୦ ମି. ବ୍ରୋଞ୍ଜ ପଦକ ଜିତିଛନ୍ତି। ସୀମା ଦୌଡ଼କୁ ୩୨:୫୦.୦୫ ସେକେଣ୍ଡରେ ଶେଷ କରି…

କଳାହାଣ୍ଡିରେ ଥମିବାର ନା ଧରୁନି ବର୍ଷା, କୁତ୍ରିମ ନଦୀ ହେଲା ଫତେନଗର ପଡା ମୁଖ୍ୟ ରାସ୍ତା

ଭବାନୀପାଟଣା ୨୪।୯,(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଗତ ତିନିଦିନ ଧରି କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଜନଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?